Advertisment

ତୁର୍କୀ ପାଇଁ ବଡ଼ ବାର୍ତ୍ତା! ଅପରେସନ ସିନ୍ଦୂର ପରେ କାହିଁକି ସାଇପ୍ରସ ଗଲେ ମୋଦି?

ମୋଦିଙ୍କ ସାଇପ୍ରସ ଗସ୍ତ ରଣନୀତି, କୂଟନୀତିକ ଓ ଅର୍ଥନୀତିକ ଦୃଷ୍ଟରୁ ଗୁରୁତ୍ୱପୂର୍ଣ୍ଣ ଆସିବା ଜାଣନ୍ତୁ। ସମ୍ଭବତଃ ପାକିସ୍ତାନର ବନ୍ଧୁ ତୁର୍କୀକୁ ଉପଯୁକ୍ତ ବାର୍ତ୍ତା ଦେବାକୁ ମୋଦି ସାଇପ୍ରସ ଗସ୍ତ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି।

author-image
Hemant Lenka
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଇପ୍ରସରେ ପହଞ୍ଚିବା ପରେ ସୋମବାର ସେଠାକାର ସରକାର ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନୀତ କରିଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ଅପରେସନ ସିନ୍ଦୂର ପରେ ଏହା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ। ଅପରେସନ ସିନ୍ଦୂର ଭାବେ ପାକିସ୍ତାନ ସହ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ବାସ୍ତବରେ ମୋଦି ନିଜର ତ୍ରିରାଷ୍ଟ୍ରୀୟ ଟୁରରେ ବିଦେଶ ଗସ୍ତ କରିଛନ୍ତି। ସାଇପ୍ରସ ବ୍ୟତୀତ ସେ କାନାଡା ଓ କ୍ରୋଏସିଆ ଯିବେ। କାନାଡାରେ ଆୟୋଜିତ ଜି-୭ ସମ୍ମିଳନୀରେ ମୋଦି ସାମିଲ ହେବେ।

Advertisment

କିନ୍ତୁ ତ୍ରି ରାଷ୍ଟ୍ରୀୟ ବିଦେଶ ଗସ୍ତ ସମୟରେ ସେ ପ୍ରଥମେ ସାଇପ୍ରସକୁ ଚୟନ କରିବାର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି। ସମ୍ଭବତଃ ପାକିସ୍ତାନକୁ ଅପରେସନ ସିନ୍ଦୂର ବେଳେ ସମର୍ଥନ କରୁଥିବା ତୁର୍କୀକୁ ବଡ଼ ବାର୍ତ୍ତା ଦେବା ପାଇଁ ମୋଦି ସାଇପ୍ରସ ଗସ୍ତ କରିଥିବା କୁହାଯାଉଛି।

ସାଇପ୍ରସ ରାଷ୍ଟ୍ରପତି ନିକୋସ କ୍ରିଷ୍ଟୋଡୌଲିଡେସଙ୍କ ନିମନ୍ତ୍ରଣକ୍ରମେ ମୋଦି ସେଠାକୁ ଯାଇଛନ୍ତି। ମୋଦିଙ୍କ ପ୍ରତିନିଧି ମଣ୍ଡଳରେ ପ୍ରାୟ ୧୦୦ ଜଣ ବରିଷ୍ଠ ଅଧିକାରୀ ବି ରହିଛନ୍ତି। ଗସ୍ତ ବେଳେ ସାଇପ୍ରସରେ ମୋଦିଙ୍କୁ ସୋମବାର The Grand Cross of the Order of Makarios IIIରେ ସମ୍ମାନୀତ ମଧ୍ୟ କରାଯାଇଛି।

Advertisment

ପ୍ରାୟ ୨୩ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ସାଇପ୍ରସ ଗସ୍ତ କରିଛନ୍ତି। ଏହାପୂର୍ବରୁ ୧୯୮୨ରେ ଇନ୍ଦିରା ଗାନ୍ଧି ଓ ୨୦୦୨ରେ ଶେଷ ଥର ପାଇଁ ଅଟଳ ବିହାରୀ ବାଜପେୟୀ ସାଇପ୍ରସ ଗସ୍ତ କରିଥିଲେ। ଦୁଇ ଦେଶ ମଧ୍ୟରେ ଐତିହାସିକ ସମ୍ପର୍କ ରହିଥିଲେ ହେଁ ଏପରି ଉଚ୍ଚ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ବେଶ ବିରଳ।

୨୩ ବର୍ଷ ପରେ ସାଇପ୍ରସ ଯାଇଥିବା ମୋଦି ରାଷ୍ଟ୍ରପତି ନିକୋସଙ୍କ ସହ ରାଜଧାନୀ ନିକୋସିଆରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ସେହିପରି ସେ ବନ୍ଦର ସହ ଲିମାସୋଲ ଠାରେ ବ୍ୟବସାୟୀଙ୍କୁ ସମ୍ବୋଧନ କରିଛନ୍ତି।

ତେବେ ମୋଦିଙ୍କ ସାଇପ୍ରସ ଗସ୍ତ ରଣନୀତି, କୂଟନୀତିକ ଓ ଅର୍ଥନୀତିକ ଦୃଷ୍ଟରୁ ଗୁରୁତ୍ୱପୂର୍ଣ୍ଣ ଆସିବା ଜାଣନ୍ତୁ। ସମ୍ଭବତଃ ପାକିସ୍ତାନର ବନ୍ଧୁ ତୁର୍କୀକୁ ଉପଯୁକ୍ତ ବାର୍ତ୍ତା ଦେବାକୁ ମୋଦି ସାଇପ୍ରସ ଗସ୍ତ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି।

ଐତିହାସିକ ଓ ରଣନୀତିକୁ ଗୁରୁତ୍ୱ

ପାକିସ୍ତାନ ଓ ତୁର୍କୀ ମଧ୍ୟରେ ସମ୍ପର୍କ ନିବିଡ଼ ହେଉଥିବା ବେଳେ ମୋଦି ସାଇପ୍ରସ ଗସ୍ତ କରିଛନ୍ତି। ତୁର୍କୀ ନିୟମିତ ଭାବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରି ଆସୁଛି। ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସାମରିକ ବିବାଦ ମଧ୍ୟରେ ତୁର୍କୀ ଖୋଲାଖୋଲି ଭାବେ ଇସଲାମାବାଦର ସମର୍ଥନ କରିଥିଲା।

କିନ୍ତୁ ସାଇପ୍ରସ ସବୁବେଳେ ଆତଙ୍କବାଦ ବିରୋଧରେ ରହିଛି। ଏପ୍ରିଲ ୨୨ ପହଲଗାମରେ ଆତଙ୍କବାଦୀମାନେ କରିଥିବା ନରସଂହାରକୁ ସାଇପ୍ରସ ତୀବ୍ର ନିନ୍ଦା କରିଥିଲା। ୟୁରୋପୀୟ ୟୁନିୟନରେ ସୀମା ପାର ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ ଘେରିବାକୁ ଚାହୁଁଥିବା କହିଥିଲା। କଶ୍ମୀର ପ୍ରସଙ୍ଗରେ ବି ସାଇପ୍ରସ ସବୁବେଳେ ଭାରତ ସପକ୍ଷରେ ରହିଛି।

ତୁର୍କୀ ଓ ସାଇପ୍ରସ ମଧ୍ୟରେ ବିବାଦ ବହୁ ପୁରୁଣା। ଏହା ୧୯୭୪ରେ ଘଟିଥିବା ଘଟଣାରୁ ଆରମ୍ଭ ହୋଇଥିଲା। ଏକଦା ଗ୍ରୀସ ସହ ସାଇପ୍ରସକୁ ମିଶାଇ ଦେବାକୁ ଦେଶ ଭିତରେ ବିଦ୍ରୋହ ହୋଇଥିଲା। ତୁର୍କୀ ମଧ୍ୟ ଏହି ସମୟରେ ସାମରିକ ଅନୁପ୍ରବେଶ କରିଥିଲା। କିନ୍ତୁ ନିକୋସିଆର ନିର୍ବାଚିତ ସରକାର ପୁଣି କାମ ଆରମ୍ଭ କରିଥିଲେ। ସରକାର ଗଠନ ହୋଇଥିଲେ ହେଁ ତୁର୍କୀ ସେନା ସାଇପ୍ରସରୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହୃତ ହୋଇ ନାହାନ୍ତି।

ସାଇପ୍ରସର ଉତ୍ତରପୂର୍ବ ପ୍ରାନ୍ତକୁ ତୁର୍କୀ ବଳପୂର୍ବକୁ ଛଡ଼ାଇ ନେଇଥିଲା। ଏହାକୁ ତୁର୍କୀ ରିପବ୍ଲିକ ଅଫ ନର୍ଦ୍ଦନ ସାଇପ୍ରସ ଭାବେ ନାମିତ କରାଯାଇଛି। କିନ୍ତୁ ଏହାକୁ କେବଳ ତୁର୍କୀ ଛଡ଼ା ବିଶ୍ୱର ଆଉ କୌଣସି ରାଷ୍ଟ୍ର ସ୍ୱୀକୃତି ଦେଇ ନାହାନ୍ତି। ଉକ୍ତ ଅଞ୍ଚଳକୁ ନେଇ ସାଇପ୍ରସ ଓ ତୁର୍କୀ ମଧ୍ୟରେ ତିକ୍ତତା ଚାଲିଛି। ତୁର୍କୀ-ପାକିସ୍ତାନ ସମ୍ପର୍କ ନିବିଡ଼ ହେଉଥିବା ବେଳେ ସାଇପ୍ରସ ସହ ତୁର୍କୀର ତିକ୍ତତା ଲାଗି ରହିଛି। ଏପରି ସ୍ଥିତିରେ ମୋଦିଙ୍କ ସାଇପ୍ରସ ଗସ୍ତକୁ ଗୋଟିଏ ରଣନୀତିକ ଗୋଟି ଚାଳନା ବୋଲି କୁହାଯାଉଛି।

ଭାରତ, ସାଇପ୍ରସ ଓ ତୁର୍କୀ

ବୈଦେଶିକ ମନ୍ତ୍ରଣାଳୟ ଜାରି କରିଥିବା ବିବୃତି ଅନୁସାରେ ସାଇପ୍ରସ ବିଭିନ୍ନ ଅନ୍ତଜାର୍ତୀ ସଂସ୍ଥା, ପ୍ରସଙ୍ଗ ଓ ମଞ୍ଚରେ ଭାରତକୁ ଅନେକ ଥର ସମର୍ଥନ କରି ଆସିଛି। ସାଇପ୍ରସ ସବୁବେଳେ ଭାରତର ଗୋଟିଏ ଭରସାଯୋଗ୍ୟ ବନ୍ଧୁ ଭାବେ କାମ କରିଛି। ସଂପ୍ରସାରିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବା ସପକ୍ଷରେ ସାଇପ୍ରସ ରହିଥିଲା। ଭାରତ-ଆମେରିକା ସିଭିଲି ନ୍ୟୁକ୍ଲିୟ ଏଗ୍ରିମେଣ୍ଟ ପ୍ରସଙ୍ଗରେ ସାଇପ୍ରସ ଖୋଲାଖୋଲି ନୂଆଦିଲ୍ଲୀ ସପକ୍ଷରେ ବାହାରିଥିଲା।

କିନ୍ତୁ ତୁର୍କୀ କେବଳ ପାକିସ୍ତାନକୁ କଶ୍ମୀର ପ୍ରସଙ୍ଗରେ ସମର୍ଥନ କରିନାହିଁ, ବରଂ ନିକଟରେ ହୋଇଥିବା ଯୁଦ୍ଧ ପରିସ୍ଥିତିରେ ଭାରତ ବିରୋଧରେ କାମ କରିଥିଲା। ଅପରେସନ ସିନ୍ଦୂର ପରେ ଭାରତକୁ ଟାର୍ଗେଟ କରି ପାକିସ୍ତାନ ଯେଉଁ ସବୁ ଡ୍ରୋନ ବର୍ଷା କରିଥିଲା, ତା’ ପଛରେ ତୁର୍କୀ ରହିଥିଲା। ଭାରତ ସହ ଲଢ଼େଇ ବେଳେ ତୁର୍କୀ ଶତାଧିକ ଡ୍ରୋନ ଓ ଏହାର ପରିଚାଳକଙ୍କୁ ପାକିସ୍ତାନର ସହାୟତା ପାଇଁ ପଠାଇଥିଲା।

ଭାରତ, ସାଇପ୍ରସ ଓ ଅର୍ଥନୀତିକ ଭାଗିଦାରୀ

ସାଇପ୍ରସର ଅବସ୍ଥିତି ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପୀୟ ଅର୍ଥନୀତିକ କରିଡର(ଆଇଏମଇସି) ଲିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସାଇପ୍ରସ ମାଧ୍ୟରେ ଭାରତ ମଧ୍ୟପ୍ରାଚ୍ୟ ଦେଇ ୟୁରୋପ ସହ ସିଧାସଳଖ ବ୍ୟବସାୟ ସମ୍ପର୍କ ସ୍ଥାପନ କରିପାରିବ। ଏକଥା ରାଷ୍ଟ୍ରପତି ନିକୋସ ନିକଟରେ ଇସ୍ରାଏଲ ଗସ୍ତ ସମୟରେ ମଧ୍ୟ ସଙ୍କେତ ଦେଇଥିଲା। ନିକଟରେ ସାଇପ୍ରସର ସବୁଠାରୁ ବଡ଼ ବ୍ୟାଙ୍କ ୟୁରୋ ବ୍ୟାଙ୍କ ମୁମ୍ବାଇରେ ତା’ର ଗୋଟିଏ ବ୍ରାଞ୍ଚ ଖୋଲିବ ବୋଲି ମଧ୍ୟ ଘୋଷଣା କରିଛି। ଭାରତୀୟ ବ୍ୟବସାୟକୁ ୟୁରୋପୀୟ ୟୁନିୟନରେ ପହଞ୍ଚାଇବାକୁ ସାଇପ୍ରସ ଗୋଟିଏ ବଡ଼ ମାଧ୍ୟମ। ଏଥିସହ ସାଇପ୍ରସ ମାଧ୍ୟମରେ ୟୁରୋପ, ଦକ୍ଷିଣ ଏସିଆ, ମଧ୍ୟପ୍ରାଚ୍ୟ ଓ ଆଫ୍ରିକା ସହ ସମ୍ପର୍କ ମଧ୍ୟ ମଜବୁତ ହୋଇପାରିବ।

ଅନୁକୂଳ ଟିକସ ବ୍ୟବସ୍ଥା, ମଜବୁତ ବୀତ୍ତିୟ ସେବା ଓ ବିକଶିତ ଶିପିଂ ଉଦ୍ୟୋଗର ବ୍ୟବସ୍ଥା ଥିବା ସାଇପ୍ରସ ଭାରତୀୟ କମ୍ପାନୀଗୁଡ଼ିକୁ ୟୁରୋପ ବଜାରରେ ସକ୍ରିୟ ହେବାକୁ ସହାୟତା କରିବ। ଲିମାସୋଲ ଠାରେ ବ୍ୟବସାୟୀ ଓ ଶିଳ୍ପପତିଙ୍କୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସ ସହ ଭାରତ ତା’ର ବ୍ୟବସାୟିକ ସମ୍ପର୍କକୁ ଆହୁରି ସଂପ୍ରସାରଣ କରିବ ବୋଲି ଘୋଷଣା କରିଛନ୍ତି।

ୟୁରୋପୀୟ ୟୁନିୟନରେ ସାଇପ୍ରସର ଭୂମିକା

୨୦୨୬ରେ ସାଇପ୍ରସ ରୋଟେନ ନୀତି ଆଧାରରେ ୟୁରୋପୀୟ ୟୁନିୟନର ଅଧ୍ୟକ୍ଷ ଦାୟିତ୍ୱ ପାଇବ। ଏହି ସମୟରେ ଭାରତ ସରକାର ସାଇପ୍ରସ ମାଧ୍ୟମରେ ଭାରତ-ୟୁରୋପୀୟ ୟୁନିୟନ ମୁକ୍ତ ବାଣିଜ୍ୟ ବୁଝାମଣା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ବୁଝାମଣାର ରୂପ ରେଖ ୨୦୨୫ ସୁଦ୍ଧା ଶେଷ ହେବ। କିନ୍ତୁ ସାଇପ୍ରସ ମାଧ୍ୟମରେ ବୁଝାମଣାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଭାରତ ଚାହିଁବ।

Pakistan PM Modi Turkey Operation Sindoor