Advertisment

କୋର୍ଟରେ କାନ୍ଦିଲା, ନିଜକୁ ନିର୍ଦ୍ଦୋଷ କହିଲା: କାହିଁକି ମିଛ ଧରା ପରୀକ୍ଷା ପାଇଁ ରାଜି ହେଲା ସଞ୍ଜୟ?

ଶୁକ୍ରବାର ସିବିଆଇ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସଞ୍ଜୟକୁ କୋର୍ଟରେ ହାଜର କରାଇଥିଲା। ଏହି ସମୟରେ ସେ କାନ୍ଦି ପକାଇଥିଲା।

sanjoy

sanjoy

Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଶୁକ୍ରବାର ସହରରେ ଥିବା ଗୋଟିଏ କୋର୍ଟ ୭ ଜଣଙ୍କ ମିଛ ଧରା ପରୀକ୍ଷା କରିବାକୁ ସିବିଆଇକୁ ଅନୁମତି ଦେଇଥିଲେ। ଏମାନଙ୍କ ମଧ୍ୟରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ମଧ୍ୟ ରହିଛି। ଅନୁମତି ପାଇବା ପରେ ସିବିଆଇ ଶନିବାର ଅର୍ଥାତ ଆଜି କିଛି ଜଣଙ୍କର ମିଛ ଧରା ପରୀକ୍ଷା କରିଥିବା ଜଣାପଡ଼ିଛି।

Advertisment

କାହିଁକି ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହେଲା ସଞ୍ଜୟ ରୟ

ଶୁକ୍ରବାର ସିବିଆଇ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସଞ୍ଜୟକୁ କୋର୍ଟରେ ହାଜର କରାଇଥିଲା। ଏହି ସମୟରେ ସେ କାନ୍ଦି ପକାଇଥିଲା। ମିଛ ଧରା ପରୀକ୍ଷା ପାଇଁ କାହିଁକି ରାଜି ହେଲ ବୋଲି ମାଜିଷ୍ଟ୍ରେଟ ତା’କୁ ପଚାରିବାରୁ ସେ ଇମୋସନାଲ ହୋଇଯାଇଥିଲା।

ସେ କାନ୍ଦି କାନ୍ଦି କୋର୍ଟଙ୍କୁ କହିଥିଲା ଯେ “ମୁଁ କିଛି ବି ଅପରାଧ କରିନାହିଁ। ମୋତେ ଫସାଇ ଦିଆଯାଇଛି। ଏକଥାକୁ କେହି ବି ବିଶ୍ୱାସ କରୁ ନାହାନ୍ତି। କାଳେ ମିଛ ଧରା ପରୀକ୍ଷାରୁ ମୁଁ ନିର୍ଦ୍ଦୋଷ ବୋଲି ପ୍ରାମଣିତ ହୋଇଯିବ? ଏଥିଯୋଗୁ ମୁଁ ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହୋଇଛି।”

Advertisment

ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହେବା ପୂର୍ବରୁ ଏ ସମ୍ପର୍କରେ ତା’ ପାଇଁ ମାମଲା ଲଢ଼ିବାକୁ ନିଯୁକ୍ତ ହୋଇଥିବା କବିତା ସରକାର ତା’କୁ ବୁଝାଇଥିଲେ। ଯେତେବେଳେ ମାଜିଷ୍ଟ୍ରେଟ ତା’ ମତାମତ ଜାଣିବାକୁ ଚାହିଁଥିଲେ ସେତେବେଳେ ସେ ନିର୍ଦ୍ଦୋଷ ହୋଇଥିବାରୁ ଟେଷ୍ଟ ପାଇଁ ରାଜି ଥିବା କହିଥିଲା।

ପୂର୍ବରୁ ସଞ୍ଜୟ କ’ଣ ସ୍ୱୀକାର କରିଥିଲା?

ଘଟଣାର ତଦନ୍ତ କରୁଥିବା କୋଲକାତା ପୁଲିସ୍‌ର ଏସଆଇଟି ସଞ୍ଜୟକୁ ଗିରଫ କରିଥିଲା। ଏହି ସମୟରେ ସେ ନିଜ ଅପରାଧକୁ ସ୍ୱୀକାର କରିଥିଲା। ସିବିଆଇ ତଦନ୍ତ ଦାୟିତ୍ୱ ନେବା ପରେ ମଧ୍ୟ ସଞ୍ଜୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା କହିଥିଲା।

ଏପରି କି ସେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲା। ତଦନ୍ତକାରୀ ସଂସ୍ଥା ମଧ୍ୟ ସଞ୍ଜୟର ସଂପୃକ୍ତି ଥିବା ନେଇ ଏକାଧିକ ପ୍ରମାଣ ଦେଇଥିଲା। ସଞ୍ଜୟ ଦେହରେ ଥିବା କ୍ଷତ ଚିହ୍ନ, ସିସିଟିଭି ଫୁଟେଜ ଓ ଜବତ ହୋଇଥିବା ସାମଗ୍ରୀ ସବୁ ତା’ର ସଂପୃକ୍ତି କଥା ଦର୍ଶାଉଛି।

କିନ୍ତୁ ଏବେ ସଞ୍ଜୟ ନିଜକୁ କୋର୍ଟଙ୍କ ଆଗରେ ନିର୍ଦ୍ଦୋଷ ବୋଲି କହିଛି। ତେବେ ମିଛ ଧରା ପରୀକ୍ଷା ପରେ ସମ୍ଭବତଃ ଏହା ଉପରକୁ ପରାଦା ହଟିପାରିବ ବୋଲି ଆଶା କରାଯାଉଛି।

Kolkata Doctor Rape And Murder Case Sanjay Roy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe