Advertisment

ଓଡ଼ିଶା ରେଳ ଦୁର୍ଘଟଣା ପଛରେ ରହିଛି କି ଷଡ଼ଯନ୍ତ୍ର? କାହିଁକି ତଦନ୍ତ କରିବ ସିବିଆଇ?

ଦୁର୍ଘଟଣାକୁ ଅପରାଧିକ କାର୍ଯ୍ୟକଳାପ କହିବା ପଛରେ ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବୟାନ ରହିଛି। ରବିବାର ସେ ପ୍ରଥମେ ଅପରାଧୀ ଶବ୍ଦର ବ୍ୟବହାର କରିଥିଲେ।

Train Accident

Train Accident

Advertisment

ଭାରତୀୟ ରେଳବାଇ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ କରିବ ବୋଲି ସୁପାରିସ କରିଛି। ଟ୍ରିପଲ ଟ୍ରେନ ଟ୍ରାଜେଡି ପଛରେ ରେଳବାଇ ଷଡ଼ଯନ୍ତ୍ରର ଗନ୍ଧ ବାରିଛି। ଷଡ଼ଯନ୍ତ୍ର ଯୋଗୁ ୨୭୫ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ହାଜାରେରୁ ଅଧିକ ଲୋକ ଆହତ ହୋଇଥିବା ସନ୍ଦେହ କରାଯାଉଛି।

Advertisment

ଟ୍ରେନ ଓ ଷ୍ଟେସନର ସୁରକ୍ଷାର ଉତ୍ତରଦାୟିତ୍ୱ ଜିଆରପି ଉପରେ ନିର୍ଭର କରେ। ଟ୍ରେନ ଓ ଷ୍ଟେସନରେ ଘଟୁଥିବା ଘଟଣାର ତଦନ୍ତ ମଧ୍ୟ ଜିଆରପି ପ୍ରଥମେ କରିଥାଏ। କିନ୍ତୁ ଏପରି ଏକ ତଥାକଥିତ ‘ଅପରାଧିକ କାର୍ଯ୍ୟକଳାପ’ର ତଦନ୍ତ ପାଇଁ ଜିଆରପି ଆଦୌ ସକ୍ଷମ ନୁହେଁ। ତେଣୁ ସରକାର ଦେଶର ବଡ଼ ତଦନ୍ତକାରୀ ସଂସ୍ଥା ସିବିଆଇକୁ ଓଡ଼ିଶା ଟ୍ରେନ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ଦେବାକୁ ଯାଉଛନ୍ତି।

ଦୁର୍ଘଟଣାକୁ ଅପରାଧିକ କାର୍ଯ୍ୟକଳାପ କହିବା ପଛରେ ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବୟାନ ରହିଛି। ରବିବାର ସେ ପ୍ରଥମେ ଅପରାଧୀ ଶବ୍ଦର ବ୍ୟବହାର କରିଥିଲେ।

Advertisment

ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଦୁର୍ଘଟଣାର ମୂଳକାରଣ ଓ ଏହା ପଛରେ ଥିବା ଅପରାଧୀଙ୍କୁ ଚିହ୍ନଟ କରାଯାଇ ସାରିଛି। ଖୁବଶୀଘ୍ର ବିସ୍ତୃତ ରିବୋର୍ଟ ଆସିବ। ପଏଣ୍ଟ ମେସିନର ସେଟିଂକୁ ବଦଳାଇ ଦିଆଯାଇଥିଲା। କେମିତି ଓ କାହିଁକି ଏପରି କରାଯାଇଥିଲା, ତା’ର ଖୁଲାସା ତଦନ୍ତ ବେଳେ ସାମ୍ନାକୁ ଆସିବ ବୋଲି ସେ କହିଥିଲେ।

ରେଳବାଇ ଅଧିକାରୀମାନେ ମଧ୍ୟ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ରହିଥିବା ଆଶଙ୍କା କରୁଛନ୍ତି। ବୈଦ୍ୟୁତିକ ଇଣ୍ଟରଲକିଂ ବ୍ୟବସ୍ଥାରେ ହେରଫେର କରାଯାଇଥିବା ମଧ୍ୟ ସେମାନେ ସନ୍ଦେହ କରିଛନ୍ତି। ବୈଦ୍ୟୁତିକ ଇଣ୍ଟରଲକିଂ ବ୍ୟବସ୍ଥା ଦ୍ୱାରା ଟ୍ରାକ୍‌ରେ ରହିଥିବା ଟ୍ରେନ ସମ୍ପର୍କରେ ତଥ୍ୟ ଦେଇଥାଏ।

ଅପରାଧିକ ହେରଫେର ହୋଇଛି କି ନାହିଁ? ପଏଣ୍ଟ ମେସିନି କିମ୍ବା ବୈଦ୍ୟୁତିକ ଇଣ୍ଟରଲକିଂ ବ୍ୟବସ୍ଥାକୁ କିଏ ଟାମ୍ପରିଂ କରିଛି କି? ସିଗ୍ନାଲରେ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣ ପାଇଁ ଟ୍ରେନ ଟ୍ରାକ୍‌ ବଦଳାଇ ଥିଲା କି? ଏହାର ଉତ୍ତର ସିବିଆଇ ତଦନ୍ତ ପରେ ହିଁ ଆସି ପାରିବ ବୋଲି ରେଳବାଇ ଆଶା ରଖିଛି। 

ଶୁକ୍ରବବାର କରମଣ୍ଡଳ ଏକ୍ସପ୍ରେସ ଭିନ୍ନ ଟ୍ରାକ୍‌ରେ ଥିଲା। ମୁଖ୍ୟ ଲାଇନ ବଦଳରେ ଏହା କେମିତି ଲୁପ ଲାଇନକୁ ଗଲା, ତା’କୁ ନେଇ ପ୍ରଶ୍ନ ଉଠିଛି। ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ଶାଲିମାରରୁ ମୁଖ୍ୟ ଲାଇନ ଦେଇ ଚେନ୍ନେଇ ଅଭିମୁଖେ ଯିବାର ଥିଲା। ଏଥିପାଇଁ ମାଲବାହୀ ଟ୍ରେନକୁ ଲୁପ ଲାଇନରେ ରଖା ଯାଇଥିଲା। କରମଣ୍ଡଳ ଏକ୍ସପ୍ରେସ ସିଧା ମୁଖ୍ୟ ଲାଇନରେ ଯାଇଥାଆନ୍ତା। କିନ୍ତୁ ସେମିତି ହୋଇ ନଥିଲା।

ଅଧିକରୁ ଅଧିକ ଟ୍ରେନକୁ ଯିବା ଆସିବାରେ ସହାୟତା କରିବା ପାଇଁ ଭାରତୀୟ ରେଳବାଇ ଷ୍ଟେସନ ଅଞ୍ଚଳରେ ଲୁପ ଲାଇନ ତିଆରି କରିଛି। ଲୁପ ଲାଇନଗୁଡ଼ିକ ଦୈର୍ଘ୍ୟ ସାଧାରଣତଃ ୭୫୦ ମିଟର। ଏଥିରେ ଏକାଧିକ ଇଞ୍ଜିନ ବିଶିଷ୍ଟ ମାଲବାହୀ ଟ୍ରେନ ବେଶ ଆରାମରେ ଛିଡ଼ା ହୋଇ ଯାତ୍ରୀବାହୀ ଟ୍ରେନକୁ ଅତିକ୍ରମ କରିବାକୁ ବାଟ ଛାଡ଼ି ପାରିବ।

ଶୁକ୍ରବାର ମଧ୍ୟ ସେମିତି ହେବାର ଥିଲା। କରମଣ୍ଡଳ ଏକ୍ସପ୍ରେସ ସିଧା ଯିବା ପରିବର୍ତ୍ତେ ଇଣ୍ଟରଲକିଂ ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଲୁପ ଲାଇନରେ ପ୍ରବେଶ କରି ଯାଇଥିଲା। ସେଠାରେ ପୂର୍ବରୁ ରହିଥିବା ମାଲବାହୀ ଟ୍ରେନକୁ ଖୁବ ଜୋରରେ ଧକ୍କା ଦେଇଥିଲା। ଧକ୍କା ଯୋଗୁ ଏକ୍ସପ୍ରେସ ଟ୍ରେନର କିଛି ବଗି ଅପ ଲାଇନକୁ ଛିଟିକି ପଡ଼ିଥିଲା। ବଗି ଗୁଡ଼ିକ ଉକ୍ତ ଲାଇନରେ ଯାଉଥିବା ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସର ଶେଷ ଦୁଇଟି ବଗିରେ ପିଟି ହୋଇଯାଇଥିଲା। ଫଳରେ ୩ଟି ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା।

ଭାରତୀୟ ରେଳବାଇରେ ଥିବା ଇଣ୍ଟରଲକିଂ ବ୍ୟବସ୍ଥା ଫେଲ ହେଲେ ମଧ୍ୟ ଏହା ସୁରକ୍ଷିତକ। କାରଣ ଯଦି ବି ଏହି ବ୍ୟବସ୍ଥା କୌଣସି କାରଣରୁ ବିଫଳ ହୁଏ, ତା’ହେଲେ ଅଘଟଣ ପୂର୍ବରୁ ହିଁ ସଙ୍କେତ ମିଳିଥାଏ। ଏହାର ଅର୍ଥ ଯଦି ଇଣ୍ଟରଲକିଂ ବ୍ୟବସ୍ଥା ଫେଲ ହୋଇଥାଆନ୍ତା, ତା’ହେଲେ ଏକ୍ସପ୍ରେସ ଟ୍ରେନକୁ ଏହା ନାଲି ସଙ୍କେତ ଦେବାକୁ ସକ୍ଷମ ହୋଇଥାଆନ୍ତା। ଫଳରେ ଟ୍ରେନଟି ଆଉ ପାର୍କିଂ ହୋଇଥିବା ମାଲବାହୀ ଟ୍ରେନ ଆଡ଼କୁ ଯାଇ ନଥାଆନ୍ତା।

ତେଣୁ ଇଣ୍ଟରଲକିଂ ବ୍ୟବସ୍ଥାରେ ହେରଫେର କରାଯାଇଥିବା ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରେଳବାଇ ସିବିଆଇ ତଦନ୍ତର ସୁପାରିସ କରିଛି।

ରେଳବାଇ ବୋର୍ଡ ପ୍ରାଥମିକ ତଦନ୍ତରେ ହିଁ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟଙ୍କୁ କ୍ଲିନଚିଟ ଦେଇ ସାରିଛି। ଦୁର୍ଘଟଣା ଇଣ୍ଟରଲକିଂ ବ୍ୟବସ୍ଥାରେ ପରିବର୍ତ୍ତନ ଯୋଗୁ ହୋଇଛି। କରମଣ୍ଡଳ ଏକ୍ସପ୍ରେସ କ୍ଷମତା ଠାରୁ ଅଧିକ ଜୋରରେ ଯାଉ ନଥିଲା। ଏଥିସହ ଟ୍ରେନକୁ ମୁଖ୍ୟ ଲାଇନରେ ଯିବାକୁ ମଧ୍ୟ ଅନୁମତି ମିଳିଥିଲା। କିନ୍ତୁ ଏହା କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଇ ଲୁପ ଲାଇନରେ ପ୍ରବେଶ କରିଥିବା ବୋର୍ଡ କହିଛି।

Odisha Train Accident Train Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe