Advertisment

ସନ୍ଦେଶଖାଲି ମାମଲା: ବେଙ୍ଗଲ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ସୁପ୍ରିମକୋର୍ଟ

ନ୍ଦେଶଖାଲି ରାସନ ସ୍କାମ, ଯୌନ ନିର୍ଯାତନା ଓ ଜମି ହଡ଼ପ ମାମଲା ସହ ଜଡ଼ିତ ସମସ୍ତ ୪୨ଟି ଯାକ ଏଫଆଇଆରକୁ ସିବିଆଇକୁ ଟ୍ରାନ୍ସଫର କରିବା ନିର୍ଦ୍ଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ।

SC

SC

Advertisment

ସନ୍ଦେଶଖାଲି ମାମଲାରେ ବେଙ୍ଗଲ ସରକାରଙ୍କୁ ଲାଗିଛି ଝଟକା। ସନ୍ଦେଶଖାଲି ରାସନ ସ୍କାମ, ଯୌନ ନିର୍ଯାତନା ଓ ଜମି ହଡ଼ପ ମାମଲା ସହ ଜଡ଼ିତ ସମସ୍ତ ୪୨ଟି ଯାକ ଏଫଆଇଆରକୁ ସିବିଆଇକୁ ଟ୍ରାନ୍ସଫର କରିବା ନିର୍ଦ୍ଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ।

Advertisment

ଏସବୁ ଏଫଆଇଆରରେ ଥିବା ଅଭିଯୋଗର ତଦନ୍ତ ସିବିଆଇ କରିବ ବୋଲି କ୍ୟାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ବେଙ୍ଗଲ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରି ବେଙ୍ଗଲ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। କ’ଣ ପାଇଁ ରାଜ୍ୟ ସରକାର ଜଣଙ୍କୁ ସୁରକ୍ଷା ଦେବାକୁ ଏତେ ଗୁରୁତ୍ୱ ଦେଉଛନ୍ତି ବୋଲି ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

Advertisment

ଏପ୍ରିଲ ୨୯ରେ ଆବେଦନର ଶୁଣାଣି କରିବା ବେଳେ ମଧ୍ୟ ସର୍ବୋଚ୍ଚ ଅଦଲାତ ବେଙ୍ଗଲ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ କିଛି ବେସରକାରୀ ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟ କାହିଁକି ଏପରି ଏକ ପିଟିସନ ଦାଖଲ କରିଛି?

ସୁପ୍ରିମକୋର୍ଟରେ ରାଜ୍ୟ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଛି ଯେ ହାଇକୋର୍ଟଙ୍କ ରାୟ ରାଜ୍ୟର ପୂରା ବ୍ୟବସ୍ଥାକୁ ହତୋତ୍ସାହିତ କରିଛି। ଏହା ମଧ୍ୟରେ ପୁଲିସ୍‌ ଫୋର୍ସ ମଧ୍ୟ ରହିଛି। ତେଣୁ ଏଫଆଇଆର ଗୁଡ଼ିକ ସିବିଆଇକୁ ହସ୍ତାନ୍ତର କରାଯିବା ଠିକ ନୁହେଁ।

ସନ୍ଦେଶଖାଲିରେ ଇଡିର ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ସିବିଆଇ ପୂର୍ବରୁ କରୁଛି ଓ ଜାନୁଆରୀ ୫ ଘଟଣା ପାଇଁ ସଂସ୍ଥା ଏଫଆଇଆର ରୁଜୁ କରିଛି। ଏସବୁ ଭିତରେ ହାଇକୋର୍ଟ ସନ୍ଦେଶଖାଲି ରାସନ ସ୍କାମ, ଯୌନ ନିର୍ଯାତନା ଓ ଜମି ହଡ଼ପ ମାମଲା ସହ ଜଡ଼ିତ ସମସ୍ତ ୪୨ଟି ଯାକ ଏଫଆଇଆରକୁ ସିବିଆଇକୁ ଟ୍ରାନ୍ସଫର କରିଥିଲେ।

ହାଇକୋର୍ଟ ତଦନ୍ତର ମନିଟର କରିବେ ଓ ସିବିଆଇକୁ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଏଠାରେ ଚାଷ ଜମିକୁ ବେଆଇନ ଭାବେ ପୋଖରୀ ଭାବେ ଦର୍ଶାଇ କିଣାବିକା କରାଯାଇଥିଲା, ତା’ର ତଦନ୍ତ ସିବିଆଇ କରିବ। ଏହି ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏଥିସହ ରାଜ୍ୟ ସରକାର କାହିଁକି ପିଟିସନ ଦାଖଲ କରିଥିଲେ, ତା’ର ଜବାବ ରଖିବାକୁ କହିଛନ୍ତି।

ସନ୍ଦେଶଖାଲି ମାମଲାରେ ପ୍ରଥମେ ପୁଲିସ୍‌ ଶାହଜାହାଁଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ସିବିଆଇ ନିଜ ହେପାଜତକୁ ନେଇଥିଲା। ଗିରଫ ହେବା ପରେ ଟିଏମସି ତାଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରିଛି।

Supreme Court Sandeshkhali Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe