Advertisment

ବାହାବଲପୁରେ କାହିଁକି ହେଲା ଆକ୍ରମଣ? ମସୁଦ ଆଝାର ସଫା ହୋଇଯାଇଛି କି?

ଅପରେସନ ସିନ୍ଦୂର ନାଁରେ କରାଯାଇଥିବା ଆକ୍ରମଣର ପ୍ରମୁଖ ଟାର୍ଗେଟ ଥିଲା ଜୈଶ-ଇ-ମହମ୍ମଦ ଓ ଲସ୍କର-ଇ-ତାଏବାର ଏକାଧିକ କ୍ୟାମ୍ପ।

author-image
Hemant Lenka
Masood

Masood

ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ କ୍ୟାମ୍ପ ଗୁଡ଼ିକ ଉପରେ କରିଛି ସବୁଠାରୁ ବଡ଼ ହମଲା। କୋଟିଲ, ମୁରିଦକେ ଓ ବାହାବଲପୁରରେ ଥିବା ୯ଟି ସ୍ଥାନରେ ହୋଇଛି ମିସାଇଲ ଷ୍ଟ୍ରାଇକ। ଅପରେସନ ସିନ୍ଦୂର ନାଁରେ କରାଯାଇଥିବା ଆକ୍ରମଣର ପ୍ରମୁଖ ଟାର୍ଗେଟ ଥିଲା ଜୈଶ-ଇ-ମହମ୍ମଦ ଓ ଲସ୍କର-ଇ-ତାଏବାର ଏକାଧିକ କ୍ୟାମ୍ପ।

Advertisment

କାହିଁକି ବାହାବଲପୁର?

ପାକିସ୍ତାନର ଅନ୍ୟତମ ବଡ଼ ସହର ହେଉଛି ବାହାବଲପୁର। ଏହା ଜୈଶର ପ୍ରାଣ କେନ୍ଦ୍ର ଭାବେ ପରିଚିତ। ଉକ୍ତ ସହରଟି ଲାହୋର ଠାରୁ ୪୦୦ କିମି ଦୂର। ଜାମିଆ ମସଜିଦ ସୁଭାନ ଆଲ୍ଲା କମ୍ପ୍ଲେକ୍ସରେ ଜୈଶ ତା’ର ଆତଙ୍କବାଦୀ ଆଡ୍ଡା ଚଳାଇଥିଲା। ଏହା ଉସମାନ ଓ ଅଲି କ୍ୟାମ୍ପସ ଭାବେ ମଧ୍ୟ ପରିଚିତ। ଏଠାରେ ଜୈଶ ମୁଖିଆ ମୌଲାନା ମସୁଦ ଆଝାର ରହି ପୂରା ନେଟୱର୍କକୁ ଚଳାଉଥିଲା। ଭାରତୀୟ ସେନାର ମିସାଇଲ ମାଡ଼ରେ କମ୍ପ୍ଲେକ୍ସ ଧୂଳି ସାତ ହୋଇଯାଇଥିବାରୁ ମସୁଦ ମଧ୍ୟ ପ୍ରାଣ ହରାଇଥିବା କୁହାଯାଉଛି। ହେଲେ ଏଯାଏ ବିଧିବଦ୍ଧ ଭାବେ ଏହାର ସ୍ପଷ୍ଟ ସୂଚନା ମିଳି ନାହିଁ।

ଜାମିଆ ମସଜିଦ ଭାରତୀୟ ସେନାର ଅପରେସନ ସିନ୍ଦୂର ବେଳେ ପ୍ରମୁଖ ଟାର୍ଗେଟରେ ରହିଥିଲା। ଏହି କ୍ୟାମ୍ପସଟି ମୋଟ ୧୮ ଏକର ଜମିରେ ରହିଛି। ଜୈଶର ନିଯୁକ୍ତି, ପାଣ୍ଠି ସଂଗ୍ରହ ଓ ଅନ୍ୟାନ୍ୟ ଅପରେସନର ବ୍ଲୁ ପ୍ରିଣ୍ଟ ଏଠାରେ ପ୍ରସ୍ତୁତ ହୁଏ। ଜୈଶର ପ୍ରତିଷ୍ଠାତା ମୌଲାନା ମସୁଦ ଆଝାର ବାହାବଲପୁରରେ ଜନ୍ମ ଗ୍ରହଣ କରିଥିଲା ଓ ଏଠାରେ ହିଁ ସେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଥିଲା। ୨୦୦୨ରେ ଜୈଶକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରି ବ୍ୟାନ କରାଯାଇଥିଲା। ହେଲେ ଏହା ପାକିସ୍ତାନ କେବଳ କାଗଜକଲମରେ କରିଥିଲା। ବାସ୍ତବରେ ଜୈଶକୁ ଅପରେସନ ପାଇଁ ପାକିସ୍ତାନ ସବୁ ପ୍ରକାରର ସ୍ୱାଧୀନତା ଦେଇଥିଲା। ଏବେ ବି ଜୈଶ ସକ୍ରିୟ ଭାବେ ପାକିସ୍ତାନରେ ଅପରେସନ କରୁଛି।

Advertisment

ପାକିସ୍ତାନର ୩୧ କ୍ରପ୍ସ ମୁଖ୍ୟାଳୟ ଠାରୁ ମାତ୍ର କିଛି କିମି ଦୂରରେ ଜୈଶର ମୁଖ୍ୟାଳୟ ରହିଛି। ବାହାବଲପୁରରେ ପାକିସ୍ତାନର ଗୁପ୍ତ ଆଣବିକ କେନ୍ଦ୍ର ବି ରହିଛି। 

ଜାମିଆ ମସଜିଦ ସୁଭାନ ଆଲ୍ଲା: ଗୋଟିଏ ସେମିନାରୀ ବେଶରେ ମସଜିଦ କାର୍ଯ୍ୟ କରୁଥିଲା। ଅଲ ରହମତ ଟ୍ରଷ୍ଟ ଦ୍ୱାରା ଏହାକୁ ପାଣ୍ଠି ଯୋଗାଣ କରାଯାଏ। ୨୦୧୧ ଯାଏ ଏହା ଗୋଟିଏ ସାଧାରଣ ଭିତ୍ତିଭୂମି ଭାବେ ରହିଥିଲା। କିନ୍ତୁ ୨୦୧୨ ବେଳକୁ ଏହା ଏକ ବିଶାଳ କମ୍ପ୍ଲେକ୍ସରେ ପରିଣତ ହୋଇଥିଲା।

ବାହାବଲପୁରରେ ଥିବା ସୁଭାନ ଆଲ୍ଲା ମସଜିଦକୁ ଟାର୍ଗେଟ କରି ମିସାଇଲ ମାଡ଼ କରାଯାଇଛି। ମିସାଇଲ ମାଡ଼ରେ ଏହା ପୂରା ଛିନଛତ୍ର ହୋଇଯାଇଛି। ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ସୁରକ୍ଷାକର୍ମୀ ଟାର୍ଗେଟ କରି ହୋଇଥିବା ହମଲା ବ୍ଲୁ ପ୍ରିଣ୍ଟ ଏହି ଠାରେ ହିଁ ପ୍ରସ୍ତୁତ ହୋଇଥିଲା। ଏଠାରେ ଜୈଶର ସଦସ୍ୟମାନଙ୍କୁ ତାଲିମ ଦିଆଯାଏ ଓ ସେମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରାଯାଏ। ଜୈଶ ୨୦୧୯ ପୁଲୱାମା ହମଲାରେ ସାମିଲ ଥିଲା। ସେହିପରି ୨୦୦୧ ସଂସଦରେ ହୋଇଥିବା ଆକ୍ରମଣ ଜୈଶ ଦ୍ୱାରା କରାଯାଇଥିଲା। ୨୦୧୯ରୁ ବାହାବଲପୁର ଭାରତୀୟ ସେନାର ପ୍ରମୁଖ ଟାର୍ଗେଟରେ ରହିଥିଲା।

ଆଉ ଏକ ପ୍ରମୁଖ ଟାର୍ଗେଟ ହେଉଛି ମୁରିଦକେ। ଏହା ଭାରତ-ପାକିସ୍ତାନ ସୀମା ଠାରୁ ୩୦ କିମି ଦୂର। ସାମ୍ବାର ଅପରପାର୍ଶ୍ୱରେ ଏହା ରହିଛି। ଏଠାରେ ଲସ୍କରର ଗୋଟିଏ କ୍ୟାମ୍ପ ରହିଥିଲା। ଏହି କ୍ୟାମ୍ପରେ ୨୬/୧୧ ମୁମ୍ବାଇ ଆକ୍ରମଣର ଯୋଜନା ହୋଇଥିଲା।

Masood Azhar Operation Sindoor Jammu Kashmir Terror Attack Pahalgam