Advertisment

Rahul Gandhi : SIR ବିତର୍କ: ସରକାରଙ୍କୁ ୩ ବଡ଼ ପ୍ରଶ୍ନ କଲେ, ୩ ପରାମର୍ଶ ଦେଲେ ରାହୁଲ ଗାନ୍ଧି

କେନ୍ଦ୍ରର କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର କାହିଁକି ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କୁ ବାଛୁଥିବା ପ୍ୟାନେଲରୁ ପ୍ରଧାନ ବିଚାରପତିଙ୍କୁ ହଟାଇଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି

author-image
Hemant Lenka
Rahul-Gandhi

ଲୋକସଭାରେ ରାହୁଲ ଗାନ୍ଧି

ନିର୍ବାଚନୀ ସଂସ୍କାର ପ୍ରସଙ୍ଗରେ ଆଜି ଠାରୁ ଲୋକସଭାରେ ଆରମ୍ଭ ହୋଇଛି ବିତର୍କ। ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ବା ଏସ୍‌ଆଇଆର(sir) ଉପରେ ଆଲୋଚନା ପାଇଁ ବିରୋଧୀ ଜିଦ କରିବାକୁ ଆଜି ଠାରୁ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି।

Advertisment

ଆଜି ଏହି ପ୍ରସଙ୍ଗରେ ନିଜର ମତ ରଖିବା ବେଳେ କେନ୍ଦ୍ରକୁ ମନଇଚ୍ଛା ସମାଲୋଚନା କରିଛନ୍ତି। ସରକାରଙ୍କୁ ୩ ପ୍ରଶ୍ନବାଣରେ ଘାଇଲା କରିବା ସହ ୩ ପରାମର୍ଶ ମଧ୍ୟ ଦେଇଛନ୍ତି ରାହୁଲ ଗାନ୍ଧି। କେନ୍ଦ୍ରର କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର କାହିଁକି ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କୁ ବାଛୁଥିବା ପ୍ୟାନେଲରୁ ପ୍ରଧାନ ବିଚାରପତିଙ୍କୁ ହଟାଇବାକୁ ଏତେ ବ୍ୟସ୍ତ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ରାହୁଲ କହିଛନ୍ତି, “ଚୟନ ପ୍ୟାନେଲରୁ କାହିଁକି ପ୍ରଧାନ ବିଚାରପତିଙ୍କୁ ହଟାଗଲା? କ’ଣ ଆପଣମାନେ ସିଜେଆଇଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ?’’ ରାହୁଲ ଗାନ୍ଧିଙ୍କ କହିବା କଥା ଯେ ସେ ବିରୋଧୀ ଦଳ ନେତା ଭାବେ ଚୟନ ପ୍ୟାନେଲରେ ଅଛନ୍ତି। କିନ୍ତୁ ଏଠାରେ ତାଙ୍କ ସ୍ୱରର କିଛି ମହତ୍ତ୍ୱ ନାହିଁ। କାରଣ ୩ ଜଣିଆ ପ୍ୟାନେଲର ଗୋଟିଏ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ମୋଦି ଥିବା ବେଳେ ଅନ୍ୟ ପଟେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରହିଛନ୍ତି।

Advertisment

ସେ କହିଛନ୍ତି, “ଚୟନ ପ୍ୟାନେଲରୁ କାହିଁକି ସିଜେଆଇଙ୍କୁ ହଟାଇ ଦିଆଗଲା? ଏହା ପଛର ଉଦ୍ଦେଶ୍ୟ କ’ଣ? ଉକ୍ତ ପ୍ୟାନେଲରେ ମୋର କୌଣସି ସ୍ୱର ନାହିଁ।” ୨୦୨୩ରେ କେନ୍ଦ୍ର ସରକାର ଗୋଟିଏ ଆଇନ ବଳରେ ନିର୍ବାଚନ କମିଶନରମାନଙ୍କୁ ବାଛୁଥିବା କମିଟିରୁ ସିଜେଆଇକୁ ହଠାଇ ଦେଇଥିଲେ।

ସିଜେଆଇଙ୍କ ବଦଳରେ ୩ ଜଣିଆ କମିଟିରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ସାମିଏ କରାଯାଇଥିଲା। ଏହାକୁ ନେଇ ବିବାଦ ହୋଇଥିଲେ ହେଁ କେନ୍ଦ୍ର ସରକାର ନିଜ ଜିଦରେ ଅଟଳ ରହିଥିଲେ। ଆଜି ରାହୁଲ ଗାନ୍ଧି ଲୋକସଭାରେ ଉକ୍ତ ପ୍ରସଙ୍ଗ ଉଠାଇଛନ୍ତି। 

ନିଜର ପରବର୍ତ୍ତୀ ପ୍ରଶ୍ନକୁ ଯାଇ ରାହୁଲ ଗାନ୍ଧି ଆଉ ଗୋଟିଏ ଆଇନ କଥା ଉଠାଇଛନ୍ତି। ନିଜର କାର୍ଯ୍ୟକାଳ ମଧ୍ୟରେ ନେଇଥିବା ପଦକ୍ଷେପ ପାଇଁ କୌଣସି ନିର୍ବାଚନ କମିଶନର ପରବର୍ତ୍ତୀ ଅବସ୍ଥାରେ ଦଣ୍ଡିତ ହୋଇପାରିବେ ନାହିଁ ବୋଲି କେନ୍ଦ୍ର ସରକାର ଆଇନ ପ୍ରଣୟନ କରିଛନ୍ତି। ଏହା ଉପରେ ମଧ୍ୟ ରାହୁଲ ଗାନ୍ଧି ପ୍ରଶ୍ନ ଉଠାଇଛନ୍ତି। ଏପରି ଆଇନ ପ୍ରଣୟନ କରିବାରୁ କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। 

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନିୟନ୍ତ୍ରଣ କରିବାର ଫଳ କ’ଣ ମିଳୁଛି ବୋଲି ମଧ୍ୟ ରାହୁଲ ଗାନ୍ଧି ପ୍ରଶ୍ନ କରିଛନ୍ତି। ଏଥିସହ ଦାବି କରିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର ଜାଣିଶୁଣି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ଆଧାରରରେ ନିର୍ବାଚନ ତାରିଖ ପ୍ରସ୍ତୁତ କରୁଛନ୍ତି।

ନିଜର ଭୋଟ ଚୋରି ପ୍ରସଙ୍ଗ ମଧ୍ୟ ଲୋକସଭାରେ ଉଠାଇଛନ୍ତି ରାହୁଲ ଗାନ୍ଧି। ଭୋଟ ଚୋରି ଠାରୁ ବଡ଼ ଦେଶଦ୍ରୋହ କାମ କିଛି ନଥିବା ସେ କହିଛନ୍ତି। ସେ କହିଛନ୍ତି, “ଜଣେ ବ୍ରାଜିଲ ମହିଳା ହରିୟାଣା ଭୋଟର ତାଲିକାରେ ୨୨ଥର ସ୍ଥାନ ପାଇଥିଲେ। ଆଉ ଜଣେ ମହିଳାଙ୍କ ନାଁ ୨୦୦ ଥର ତାଲିକାରେ ରହିଥିଲା। ହରିୟାଣା ନିର୍ବାଚନକୁ ଚୋରି କରାଯାଇଛି। ମୁଁ ଏହାକୁ ବାରମ୍ବାର କହି ଚାଲିଛି। କିନ୍ତୁ କୌଣସି ବି ସ୍ଥାନରେ ନିର୍ବାଚନ କମିଶନ ମୋ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି। 

ଲକ୍ଷାଧିକ ନକଲି ଭୋଟର କାହିଁକି ତାଲିକାରେ ରହିଛନ୍ତି ବୋଲି ଇସି ମୋତେ କହୁନାହାନ୍ତି। ଇସିଙ୍କ ପାଖରେ ଏସବୁ ପ୍ରଶ୍ନର ଉତ୍ତର ନାହିଁ। ଆପଣ ସବୁ ପ୍ରତିଷ୍ଠାନକୁ ଦଖଲ କରି ନେଇଛନ୍ତି। କେମିତି ଇସି ନିଜ ସୀମା ବାହାରକୁ ଯାଇ କାମ କରୁଛନ୍ତି, ତା’ର ପ୍ରମାଣ ମୁଁ ଦେଇଛି।

ନିର୍ବାଚନୀ ସଂସ୍କାର ଖୁବ ସିଧା। କିନ୍ତୁ କେହି ବି ଏହାକୁ ଚାହୁଁ ନାହାନ୍ତି। ସରକାର ସଂସ୍କାର ଚାହୁଁ ନାହାନ୍ତି। ବିଜେପି ଏବେ ଆଇନ ପ୍ରସ୍ତୁତ କରି ନିର୍ବାଚନ କମିଶନଙ୍କୁ ସବୁ ଥିରୁ ସୁରକ୍ଷା ଦେଉଛି। ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ସବୁ କିଛି ବଦଳାଇବୁ। ଆମେ ଆପଣମାନଙ୍କୁ ଖୋଜି ବାହାର କରିବୁ।” 

ନିର୍ବାଚନୀ ସଂସ୍କାର ଉପରେ ୩ ପରାମର୍ଶ ଦେଇ ରାହୁଲ ଗାନ୍ଧି(Rahul Gandhi) କହିଛନ୍ତି ଯେ ନିର୍ବାଚନର ଗୋଟିଏ ମାସ ପୂର୍ବରୁ ମେସିନ ଚିହ୍ନଟ କରିପାରୁ ଥିବା ଭୋଟର ତାଲିକା ସମସ୍ତ ରାଜନୀତିକ ଦଳଗୁଡ଼ିକୁ ଦିଆଯାଉ।

ନିର୍ବାଚନ ବୁଥର ସିସିଟିଭି ଫୁଟେଜ ଧ୍ୱଂସ କରିବାକୁ ପ୍ରଣୟନ ହୋଇଥିବା ଆଇନକୁ ପ୍ରତ୍ୟାହାର କରିବାକୁ ରାହୁଲ ଗାନ୍ଧି ଦାବି କରିଛନ୍ତି। ଏଥିସହ ଇଭିଏମର ଆର୍କିଟେକଚର କ’ଣ ଥିଲା ଓ ମେସିନକୁ ପରିଚାଳନା କେମିତି କରାଯାଏ, ତା’ର ତଥ୍ୟ ଦେବାକୁ ରାହୁଲ ଗାନ୍ଧି କହିଛନ୍ତି। 

Rahul Gandhi sir