Advertisment

ଦିଅର ସହ ମିଶି ସ୍ୱାମୀଙ୍କୁ କରିଥିଲେ ଗୁଳି, ମିଳିଲା ଆଜୀବନ କାରାଦଣ୍ଡ

ସମ୍ପର୍କୀୟ ଦିଅର ପ୍ରେମରେ ଉବୁଟୁବୁ ହୋଇ ନିଜ ମଥାରୁ ସିନ୍ଦୂର ପୋଛି ଦେବାକୁ କଲେ ଷଡଯନ୍ତ୍ର । ଦିଅରଙ୍କ ସହ ସଂସାର ଗଢ଼ିବାକୁ ସ୍ୱାମୀଙ୍କୁ ଗୁଳି କରିବାକୁ ପଛାଇଲେ ନାହିଁ।

Firing

Firing

Advertisment

ଯାହା ହାତ ଧରି ନୂଆ ଦୁନିଆ ଗଢ଼ିଥିଲେ, ଯାହା ସହ ସଂସାର ଗଢ଼ିବାକୁ ନିଜ ପରିବାର ଛାଡ଼ିଥିଲେ ଶେଷରେ ତାକୁ ହିଁ ରାସ୍ତାରୁ ହଟାଇବାକୁ ଯୋଜନା କଲେ। ସମ୍ପର୍କୀୟ ଦିଅର ପ୍ରେମରେ ଉବୁଟୁବୁ ହୋଇ ନିଜ ମଥାରୁ ସିନ୍ଦୂର ପୋଛି ଦେବାକୁ କଲେ ଷଡଯନ୍ତ୍ର । ଦିଅରଙ୍କ ସହ ସଂସାର ଗଢ଼ିବାକୁ ସ୍ୱାମୀଙ୍କୁ ଗୁଳି କରିବାକୁ ପଛାଇଲେ ନାହିଁ। ଏପରି ଏକ ମାମଲାର ଶୁଣାଣି କରି କୋର୍ଟ ମହିଳା ଓ ତାଙ୍କ ଦିଅରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।

Advertisment

ଏପରି ଏକ ହତ୍ୟାକାଣ୍ଡ ହରିୟାଣାର ଗୁରୁଗ୍ରାମରେ ୨୦୧୯ ମସିହାରେ ଘଟିଥିଲା। ମହିଳାଙ୍କର ନିଜ ଦିଅରଙ୍କ ସହ ଅନୈତିକ ସମ୍ପର୍କ ଥିଲା। ଦିଅରଙ୍କ ସହ ସଂସାର ଗଢ଼ିବାକୁ ମହିଳାଜଣକ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କଲେ। ଏହାପରେ ମହିଳାଜଣକ ନିଜ ସ୍ୱାମୀଙ୍କୁ ଘର ନିକଟ ଜାତୀୟ ରାଜପଥ ପାଖକୁ ନେଇ ଯାଇଥିଲେ। ସେଠାରେ ଉଭୟ ଦିଅର, ଭାଉଜ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ।

ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ସବୁ ସତ କଥା କହିଥିଲେ। ଏହାପରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିବାରୁ ସେମାନେ ସବୁ ସତ ମାନି ଯାଇଥିଲେ।

Advertisment

ଏହି ମାମଲାର ଶୁଣାଣି କରି ଆଡିଶନାଲ ଡିଷ୍ଟ୍ରିକ୍ଟ ମାଜିଜେଷ୍ଟ୍ର କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Haryana News Judgement Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe