Advertisment

ହସ୍ପିଟାଲରେ ପତ୍ନୀଙ୍କୁ କାମୁଡ଼ିଲେ ମଶା, ସ୍ୱାମୀଙ୍କ ଟ୍ୱିଟ ପରେ ମଶାବତୀ ଧରି ପହଞ୍ଚିଲା ପୁଲିସ୍‌

ମୁଖ୍ୟାଳୟର ନିର୍ଦ୍ଦେଶ ପରେ ଗୋଟିଏ ପୁଲିସ୍‌ ଟିମ କିଛି ମିନିଟ ମଧ୍ୟରେ ମଶାବତୀ ଧରି ହସ୍ପିଟାଲରେ ପହଞ୍ଚିଥିଲେ। ପୁଲିସ୍‌ର ଏପରି ଆକ୍ସନକୁ ଦେଖି ଅସଦ ଖୁସି ହେବା ସହ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

author-image
Hemant Lenka
mosquitoes

mosquitoes

ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପତ୍ନୀଙ୍କୁ ମଶା କାମୁଡ଼ିବାରୁ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ। ଭୋର ସମୟରେ ମଶାମାନେ ଅଧିକ ମାତ୍ରାରେ କାମୁଡ଼ୁଥିବାରୁ ଏହାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ସେ ପୁଲିସ୍‌କୁ ସୋଶାଲ ମିଡିଆରେ ଅନୁରୋଧ କରିଥିଲେ। ପୁଲିସ୍‌ ମଧ୍ୟ ତୁରନ୍ତ ଏପରି ଅନୁରୋଧ ଉପରେ ପଦକ୍ଷେପ ଗ୍ରହଣ କରିଛି। ମଶାଙ୍କ କବଳରୁ ସୁରକ୍ଷା ଯୋଗାଇ ଦେବା ପାଇଁ ପୁଲିସ୍‌ ମଶାବତୀ ଧରି ହସ୍ପିଟାଲରେ ପହଞ୍ଚିଛି। ଉତ୍ତର ପ୍ରଦେଶ ପୁଲିସ୍‌ର ଏପରି ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ବନିଛି। 

Advertisment

ଅଭିଯୋଗକାରୀ ସ୍ୱାମୀ ଜଣଙ୍କ ହେଲେ ଅସଦ ଖାନ। ତାଙ୍କ ପତ୍ନୀ ଗର୍ଭବତୀ ଥିବାରୁ ସେ ତାଙ୍କୁ ଚାନ୍ଦୌସି ଠାରେ ଥିବା ହରି ପ୍ରକାଶ ନର୍ସିଂ ହୋମରେ ଆଡମିଟ କରିଥିଲେ। ସେଠାରେ ସେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ମଧ୍ୟ ସେ ହସ୍ପିଟାଲରେ ରହିଛନ୍ତି। କିନ୍ତୁ ହସ୍ପିଟାଲରେ ମଶା କାମୁଡ଼ିବାରୁ ଅସଦ ପୁଲିସ୍‌ ଠାରୁ ସହଯୋଗ ଲୋଡ଼ିଛନ୍ତି। ମଶା କାମୁଡ଼ିବା ଦ୍ୱାରା ପତ୍ନୀ ଅଧିକ ଯନ୍ତ୍ରଣା ଅନୁଭବ କରୁଥିବାରୁ ଏହାକୁ ସହ୍ୟ କରି ପାରି ନଥିଲେ ଅସଦ। ଏଥିପାଇଁ ସେ ଟ୍ୱିଟ କରି ୟୁପି ପୁଲିସ୍‌କୁ ଟ୍ୟାଗ କରିବା ସହ ସହଯୋଗ ଲୋଡ଼ିଥିଲେ। 

ଅସଦ ଟ୍ୱିଟ କରି କହିଥିଲେ ଯେ “ହରି ପ୍ରକାଶ ନର୍ସିଂହୋମରେ ମୋ ପତ୍ନୀ ଛୋଟ ପରୀକୁ ଜନ୍ମ ଦେଇଛନ୍ତି। ମୋ ପତ୍ନୀ ପ୍ରସବ ପରେ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ମଶାମାନେ ତାଙ୍କୁ କାମୁଡ଼ି ଅବସ୍ଥାକୁ ଆହୁରି ଖରାପ କରୁଛନ୍ତି। ଦୟା କରି ମୋତେ ତୁରନ୍ତ ମଶାବତୀ ଦିଅନ୍ତୁ।” ଏହି ଟ୍ୱିଟ ପରେ ଆକ୍ସନ ମୋଡକୁ ଆସିଥିଲା ପୁଲିସ୍‌। ମୁଖ୍ୟାଳୟର ନିର୍ଦ୍ଦେଶ ପରେ ଗୋଟିଏ ପୁଲିସ୍‌ ଟିମ କିଛି ମିନିଟ ମଧ୍ୟରେ ମଶାବତୀ ଧରି ହସ୍ପିଟାଲରେ ପହଞ୍ଚିଥିଲେ। ପୁଲିସ୍‌ର ଏପରି ଆକ୍ସନକୁ ଦେଖି ଅସଦ ଖୁସି ହେବା ସହ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Advertisment

ଅସଦ କହିଛନ୍ତି, “ଆମ ପିଲାକୁ ଜନ୍ମ ଦେବା ପାଇଁ ମୋ ପତ୍ନୀ ହସ୍ପିଟାଲ ଆସିଥିଲେ। ପ୍ରସବ ଯନ୍ତ୍ରଣା ବ୍ୟତୀତ ମଶାମାନେ ମଧ୍ୟ ତାଙ୍କୁ କାମୁଡ଼ିବାରୁ ସେ ବହୁତ ଅସହଜ ଅନୁଭବ କରୁଥିଲେ। ରାତି ୨.୪୫ ହୋଇଯାଇଥିବାରୁ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମୁଁ ପୁଲିସର ସହାୟତା ଲୋଡ଼ିଥିଲି। ମୁଁ ଟ୍ୱିଟ କରିବା କ୍ଷଣି ପୁଲିସ୍‌ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା। ଏହାପରେ ସେମାନେ ମୋ ପାଇଁ ମଶା କଏଲ ଧରି ୧୦ରୁ ୧୫ ମିନିଟ ମଧ୍ୟରେ ପହଞ୍ଚିଥିଲେ। ମୁଁ ସହାୟତା ପାଇଁ ପୁଲିସ୍‌କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।”

Wife Mosquitoes