Advertisment

ରେଲବାଇର ୩ କୋଟି ଟଙ୍କା କ୍ଷତି କରି ପତ୍ନୀଙ୍କଠାରୁ ଛାଡ଼ପତ୍ର ପାଇଲେ ଷ୍ଟେସନ ମାଷ୍ଟର

ପତ୍ନୀଙ୍କ ସହ ଫୋନ୍‌ରେ ଝଗଡ଼ା ବେଳେ ସ୍ୱାମୀଙ୍କ ପାଟିରୁ ବାହାରିଗଲା ‘ଓକେ’ । ଫଳରେ ରଙ୍ଗରୁଟ୍‌ରେ ଚାଲିଗଲା ଟ୍ରେନ୍‌ ଓ ରେଳବାଇକୁ ହେଲା ୩ କୋଟିର କ୍ଷତି। ଏବେ ନିଲମ୍ବିତ ଷ୍ଟେଶନ ମାଷ୍ଟର ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ ତାହାକୁ ମଞ୍ଜୁର କରିଛନ୍ତି ଛତିଶଗଡ଼ ହାଇକୋର୍ଟ।

ଅଦ୍ୟତନ ହୋଇଛି
Train

Train

Advertisment

ପତ୍ନୀଙ୍କ ସହ ଫୋନ୍‌ରେ ଝଗଡ଼ା ବେଳେ ସ୍ୱାମୀଙ୍କ ପାଟିରୁ ବାହାରିଗଲା ‘ଓକେ’ । ଫଳରେ ରଙ୍ଗରୁଟ୍‌ରେ ଚାଲିଗଲା ଟ୍ରେନ୍‌ ଓ ରେଳବାଇକୁ ସହିବାକୁ ପଡ଼ିଲା ୩ କୋଟିର କ୍ଷତି। ଏହି ମାମଲାରେ ସମ୍ପୃକ୍ତ ଷ୍ଟେଶନ ମାଷ୍ଟରଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ଏବେ ଉକ୍ତ ଘଟଣାର ଦ୍ୱାହି ଦେଇ ନିଲମ୍ବିତ ଷ୍ଟେଶନ ମାଷ୍ଟର ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ ତାହାକୁ ମଞ୍ଜୁର କରିଛନ୍ତି ଛତିଶଗଡ଼ ହାଇକୋର୍ଟ।

Advertisment

ଡ୍ୟୁଟି ସମୟରେ ମହିଳାଜଣକ ସବୁବେଳେ ଫୋନ୍‌ କରି ସ୍ୱାମୀଙ୍କ ସହ ଝଗଡ଼ା କରୁଥିଲେ। ଏଥିଯୋଗୁ ରେଳବାଇର ପ୍ରଭୂତ କ୍ଷତି ଘଟୁଥିବା ବେଳେ ଏହା ମାନସିକ କ୍ରୂରତା ବୋଲି କହିଛନ୍ତି କୋର୍ଟ। ତେଣୁ ବ୍ୟକ୍ତିଜଣକ ଛାଡ଼ପତ୍ର ପାଇବାକୁ ହକଦାର ବୋଲି କହି ଛତିଶଗଡ଼ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହା ଉପରେ ମୋହର ମାରିଛନ୍ତି।

ମାମଲାରୁ ଜଣାଯାଇଛି, ଭିଲାଇରେ ରହୁଥିବା ଯୁବତୀଜଣକ ୨୦୧୧ ମସିହାରେ ସମ୍ପୃକ୍ତ ଷ୍ଟେଶନ ମାଷ୍ଟରଙ୍କୁ ବିବାହ କରିଥିଲେ। ମାତ୍ର ଏହି ବିବାହରେ ମହିଳାଜଣକ ଖୁସି ନ ଥିବା ବେଳେ ତାଙ୍କର ପୂର୍ବରୁ ନିଜ କଲେଜର ଲାଇବ୍ରେରିଆନଙ୍କ ସହ ପ୍ରେମ ସମ୍ପର୍କ ଥିବା କହିଥିଲେ। ଏହାକୁ ନେଇ ସବୁବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଏପରିକି ମହିଳାଜଣକ ଡ୍ୟୁଟିରେ ଥିବା ସ୍ୱାମୀଙ୍କୁ ଫୋନ୍‌ କରି ସବୁବେଳେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ରେଲୱେକୁ ବି ୩ କୋଟି ଟଙ୍କାର କ୍ଷତି ହୋଇଛି।

Advertisment

ଏହି ଘଟଣା ସେତେବେଳେ ସାମନାକୁ ଆସିଥିଲା, ଯେତେବେଳେ ଡ୍ୟୁଟିରେ ଥିବା ସ୍ୱାମୀଙ୍କୁ ମହିଳାଜଣକ ଫୋନ୍‌ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିବା ବେଳେ ଘରେ ପହଞ୍ଚି କଥା ହେବେ ବୋଲି ବ୍ୟକ୍ତିଜଣକ କହିଥିଲେ। ଏଥିସହ ପତ୍ନୀଙ୍କୁ ‘ଓକେ’ କହି ସେ ଫୋନ୍‌ ରଖିଥିଲେ।

ମାତ୍ର ଷ୍ଟେଶନ ମାଷ୍ଟରଙ୍କ ‘ଓକେ’ ଶୁଣି ଅନ୍ୟ ଜଣେ ଷ୍ଟେଶନ ମାଷ୍ଟର ଏକ ଟ୍ରେନ୍‌କୁ ଗ୍ରୀନ୍‌ ସିଗନାଲ ଦେଇଦେଲେ। ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଉକ୍ତ ରୁଟ୍‌ ଦେଇ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଟ୍ରେନ୍‌ ଚଳାଚଳ ଉପରେ ରୋକ୍‌ ଲଗା ଯାଇଥିଲା। ମାତ୍ର ଷ୍ଟେଶନ ମାଷ୍ଟରଙ୍କ ‘ଓକେ’ ଯୋଗୁ ଟ୍ରେନ୍‌ଟି ଉକ୍ତ ରୁଟ୍‌ରେ ଚାଲି ଯାଇଥିଲା। ଏହି ସାମାନ୍ୟ ତ୍ରୁଟି ପାଇଁ ରେଳୱେର ୩ କୋଟିର କ୍ଷତି ହୋଇଥିବା ବେଳେ ଉକ୍ତ ଷ୍ଟେଶନ ମାଷ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଏହାପରେ ଏବେ ତାଙ୍କ ଛାଡ଼ପତ୍ର ଆବେଦନ ଉପରେ ମୋହର ବାଜିଛି।

Chhatisgarh Judgement Divorce
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe