Advertisment

ଝିଅ ହେଲା ବୋଲି ରାଗିଗଲେ ବ୍ୟକ୍ତି, ପତ୍ନୀଙ୍କ ମୁଣ୍ଡକୁ ଇଟାରେ ଛେଚି ଦେଲେ

ପୁଅ-ଝିଅଙ୍କ ମଧ୍ୟରେ ଭେଦଭାବ ପରି କୁତ୍ସିତ ଭାବନା ଆଜି ବି ଲୋକଙ୍କ ମାନସିକତାରେ ଭରି ରହିଛି। ପୁଅ ହେଲେ ପାଦ ଖୁସିରେ ତଳେ ଲାଗୁ ନ ଥିବା ବେଳେ ଝିଅ ହେଲେ ଶେଷ ହେଉଛି ସମ୍ପର୍କ।

Murder

Murder

Advertisment

ପୁଅ-ଝିଅଙ୍କ ମଧ୍ୟରେ ଭେଦଭାବ ପରି କୁତ୍ସିତ ଭାବନା ଆଜି ବି ଲୋକଙ୍କ ମାନସିକତାରେ ଭରି ରହିଛି। ପୁଅ ହେଲେ ପାଦ ଖୁସିରେ ତଳେ ଲାଗୁ ନ ଥିବା ବେଳେ ଝିଅ ହେଲେ ଶେଷ ହେଉଛି ସମ୍ପର୍କ। ଘରେ ଛୁଟୁଛି ରକ୍ତର ସୁଅ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ନୋଏଡାରେ ଘଟିଛି। ଝିଅ ଜନ୍ମ ହେବାରୁ ଜଣେ ବ୍ୟକ୍ତି ନିଜ ହିତାହିତ ଜ୍ଞାନ ହରାଇ ବସି ପତ୍ନୀଙ୍କ ମୁଣ୍ଡରେ ଇଟା ଛେଚି ହତ୍ୟା କରିଛନ୍ତି।

Advertisment

ମୃତା ମହିଳା ୩୪ ବର୍ଷୀୟା ରିନା ଗିରି ବୋଲି ଜଣାଯାଇଛି। ତାଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ତାଙ୍କ ଭଉଣୀ ରିନା ଗିରି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାକୁ ନେଇ ତାଙ୍କ ସ୍ୱାମୀ ହରେନ୍ଦ୍ର ଗିରି ତାଙ୍କ ଉପରେ ନିର୍ଯାତନା କରିବାକୁ ପଛାଉ ନ ଥିଲେ। ଘଟଣା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବାରୁ ଗତ ୧୩ ତାରିଖରେ ସେ ରିନା ଗିରିଙ୍କ ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରିଛନ୍ତି।

ଏହି ଘଟଣାରେ ପୁଲିସ୍‌ ହରେନ୍ଦ୍ର ଗିରିଙ୍କୁ ଗିରଫ କରି ଅଦାଲତରେ ହାଜର କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

Advertisment

ନିଜ ବାପାଙ୍କ ହୀନ ମାନସିକତା ହେତୁ ଜନ୍ମ ହେଉ ହେଉ ଏକ ନବଜାତ ମା’ ଛେଉଣ୍ଡ ହୋଇ ଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Murder Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe