Advertisment

ଲୋନ୍ ଆପ୍ ଏଜେଣ୍ଟଙ୍କ ନିର୍ଯାତନା: ପତ୍ନୀଙ୍କ ଫଟୋକୁ ବିକୃତ କରି ଭାଇରାଲ କଲେ, ଜୀବନ ହାରିଲେ ଯୁବ ମତ୍ସ୍ୟଜୀବୀ

ଋଣ ଅର୍ଥ ଫେରସ୍ତ କରିବା ସତ୍ତ୍ୱେ ଲୋନ୍‌ ଆପ୍ ଏଜେଣ୍ଟମାନେ ତାଙ୍କୁ ହଇରାଣ କରିବା ବନ୍ଦ କରି ନଥିଲେ। ଆଉ ଇତି ମଧ୍ୟରେ ତାଙ୍କ ବନ୍ଧୁବାନ୍ଧବ ଓ ପରିବାର ଲୋକେ ନରେନ୍ଦ୍ରଙ୍କୁ ଫୋନ୍ କରି ତାଙ୍କ ପତ୍ନୀଙ୍କ ଉକ୍ତ ବିକୃତ ଫଟୋ ଗୁଡ଼ିକ ସଂପର୍କରେ ପଚରାପଚରି କରିଥିଲେ।

Narendra and Akhila

Narendra and Akhila

Advertisment

ଲୋନ୍ ଆପ୍ ଏଜେଣ୍ଟମାନେ ପତ୍ନୀଙ୍କ ଫଟୋକୁ ବିକୃତ କରି ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ପାଖକୁ ପଠାଇ ଦେବାରୁ ଲଜ୍ଜିତ ହୋଇ ଜଣେ ଯୁବକ ଆତ୍ମହତ୍ୟା କରି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଆନ୍ଧ୍ର ପ୍ରଦେଶର ବିଶାଖାପଟନମର। ମୃତ ଯୁବକଙ୍କ ନାଁ ନରେନ୍ଦ୍ର। ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା।

Advertisment

ଗତ ଅକ୍ଟୋବର ମାସରେ ନରେନ୍ଦ୍ର ପ୍ରେମ ବିବାହ କରିଥିଲେ। ତାଙ୍କ ପତ୍ନୀଙ୍କ ନାମ ଅଖିଳା। ସେମାନେ ବିଶାଖାପଟନମରେ ରହୁଥିଲେ। ନରେନ୍ଦ୍ର ଜଣେ ମତ୍ସ୍ୟଜୀବୀ ଥିଲେ।

ପାଗ ଭଲ ନଥିବାରୁ ନରେନ୍ଦ୍ର କିଛି ଦିନ ମାଛ ମାରିବାକୁ ଯାଇପାରି ନଥିଲେ। ଫଳରେ ତାଙ୍କୁ ଚଳିବାରେ ଅସୁବିଧା ହେଲା। ତେଣୁ ସେ ଏକ ଲୋନ୍ ଆପ୍‌ରୁ ୨୦୦୦ ଟଙ୍କା ଋଣ କରିଥିଲେ। କିନ୍ତୁ ଲୋନ୍‌ ଦେବାର କିଛି ଦିନ ପରେ ଉକ୍ତ ଲୋନ୍‌ ଆପ୍‌ର ଏଜେଣ୍ଟମାନେ ନରେନ୍ଦ୍ରଙ୍କୁ ହଇରାଣ କରିବା ଆରମ୍ଭ କରି ଦେଲେ। ତାଙ୍କୁ ଗାଳିଗୁଲଜ କରି ମେସେଜ ପଠାଇଲେ। ଏମିତି ତାଙ୍କ ପତ୍ନୀଙ୍କ ବିକୃତ ଫଟୋକୁ ତାଙ୍କ ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ମୋବାଇଲ ଫୋନ୍‌କୁ ପଠାଇ ଦେଲେ।

Advertisment

ନରେନ୍ଦ୍ରଙ୍କ ପତ୍ନୀ ଅଖିଳାଙ୍କ ନିକଟକୁ ମଧ୍ୟ ସେହି ବିକୃତ ଫଟୋ ପଠାଇଥିଲେ ଲୋନ୍ ଆପ୍ ଏଜେଣ୍ଟମାନେ। ଅଖିଳାଙ୍କଠାରୁ ଏ ସଂପର୍କରେ ଜାଣିବା ପରେ ଚିନ୍ତିତ ହୋଇଯାଇଥିଲେ ନରେନ୍ଦ୍ର। ଏହା ପରେ ଦୁହେଁ ମିଶି ଋଣ ଅର୍ଥ ଫେରାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ଋଣ ଅର୍ଥ ଫେରସ୍ତ କରିବା ସତ୍ତ୍ୱେ ଲୋନ୍‌ ଆପ୍ ଏଜେଣ୍ଟମାନେ ତାଙ୍କୁ ହଇରାଣ କରିବା ବନ୍ଦ କରି ନଥିଲେ। ଆଉ ଇତି ମଧ୍ୟରେ ତାଙ୍କ ବନ୍ଧୁବାନ୍ଧବ ଓ ପରିବାର ଲୋକେ ନରେନ୍ଦ୍ରଙ୍କୁ ଫୋନ୍ କରି ତାଙ୍କ ପତ୍ନୀଙ୍କ ଉକ୍ତ ବିକୃତ ଫଟୋ ଗୁଡ଼ିକ ସଂପର୍କରେ ପଚରାପଚରି କରିଥିଲେ। ଏହା ନରେନ୍ଦ୍ରଙ୍କୁ ଖୁବ୍ ବାଧି ଥିଲା। ସେ ଲଜ୍ଜିତ ଅନୁଭବ କରିଥିଲେ ଓ ଶେଷରେ ଆତ୍ମହତ୍ୟା କରି ଦେଲେ। ବାହାଘରର ମାତ୍ର ୬ ସପ୍ତାହ ପରେ ସେ ଅଖିଳାଙ୍କୁ ଏକା କରି ଚାଲିଗଲେ।

ଗୋଟିଏ ସପ୍ତାହ ମଧ୍ୟରେ ଆନ୍ଧ୍ର ପ୍ରଦେଶରେ ଏହା ହେଉଛି ତୃତୀୟ ଏଭଳି ଘଟଣା। ନନ୍ଦୟାଲ ଜିଲ୍ଲାରେ ଜଣେ ମହିଳା ଲୋନ୍ ଆପ୍ ଏଜେଣ୍ଟଙ୍କ ଦ୍ୱାରା ନିର୍ଯାତିତ ହୋଇ ଆତ୍ମହତ୍ୟା ଉଦ୍ୟମ କଲା ବେଳେ ପୁଲିସ୍ ଦ୍ୱାରା ଉଦ୍ଧାର ହୋଇଥିଲେ। ଋଣ ପାଇଁ ଲୋନ୍ ଆପ୍ ଏକ ସହଜ ମାଧ୍ୟମ। କାରଣ ଏଥିରେ ଏତେ କାଗଜପତ୍ରର ଆବଶ୍ୟକତା ରହେ ନାହିଁ। କିନ୍ତୁ ପରେ ସେମାନେ ଗ୍ରାହକଙ୍କ ସହିତ ଯେଉଁଭଳି ବ୍ୟବହାର କରନ୍ତି, ତାହା ଅମାନବିକତାର ସମସ୍ତ ସୀମା ଟପି ଯାଏ। ତେଣୁ ଏଥିପ୍ରତି ସତର୍କ ରହିବା ବହୁତ ଜରୁରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe