Advertisment

ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଅନୈତିକ ସମ୍ପର୍କର ଅଭିଯୋଗ ଥିଲେ ବି ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇବେ ପତ୍ନୀ

ଏହି ମାମଲାରେ ପରିବାର ଅଦାଲତ ପତ୍ନୀଙ୍କ ଆବେଦନକୁ ଶୁଣି ସ୍ୱାମୀଙ୍କୁ ଭରଣପୋଷଣ ଖର୍ଚ୍ଚ ବହନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

MP

MP

Advertisment

ବାହାଘର ପରେ ଯଦି ପତ୍ନୀ ପରପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି ତଥାପି ସ୍ୱାମୀଙ୍କ ଠାରୁ ସେ ଭରଣପୋଷଣ ପାଇପାରିବେ। ତେବେ ଭରଣପୋଷଣ ପାଇଁ କେସ୍‌ ଫାଇଲ କରିବା ବେଳେ ଯଦି ସେ ସେଭଳି କୌଣସି ଅନୈତିକ ସମ୍ପର୍କରେ ସାମିଲ ନଥିବେ, ତା’ହେଲେ ତାଙ୍କୁ ସବୁ ପ୍ରକାରର ସୁବିଧା ମିଳିବ। ଏପରି ଏକ ଐତିହାସିକ ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ।

Advertisment

ଏହି ମାମଲାରେ ପରିବାର ଅଦାଲତ ପତ୍ନୀଙ୍କ ଆବେଦନକୁ ଶୁଣି ସ୍ୱାମୀଙ୍କୁ ଭରଣପୋଷଣ ଖର୍ଚ୍ଚ ବହନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧୀ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନରେ ସ୍ୱାମୀ କହିଥିଲେ ଯେ ତାଙ୍କ ସ୍ତ୍ରୀ ପରପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ତେଣୁ ତାଙ୍କୁ ଭରଣପୋଷଣ ସେ ଦେଇ ପାରିବେ ନାହିଁ।

କୋର୍ଟ କହିଛନ୍ତି, ବାହାଘର ପରେ ଦମ୍ପତିଙ୍କ ମଧ୍ୟରେ ତିକ୍ତତା ଆମ୍ଭ ହୋଇଥିଲା। ଏହାପରେ ୨୦୧୬ରେ ସେମାନଙ୍କ ଛାଡ଼ପତ୍ର ହୋଇଯାଇଥିଲା। ଏହା ସତ୍ତ୍ୱେ ପତ୍ନୀ ଜଣଙ୍କ ଭରଣପୋଷଣ ପାଇବାକୁ ହକଦାର। ପତ୍ନୀର ସଜ୍ଞା ହେଉଛି ଜଣେ ମହିଳା ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ପାଇଥିବେ ଓ ପୁନଃ ବିବାହ କରି ନଥିବେ।

Advertisment

ସ୍ୱାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ରିଭିଜନ ପିଟିସନରେ ଅଭିଯୋଗ କରାଯାଇଛି ଯେ ପତ୍ନୀ ରାତି ସମୟରେ ପରପୁରୁଷଙ୍କ ସହ ଫୋନରେ କଥା ହେଉଥିଲେ ଓ ସେ ଅନୈତିକ ସମ୍ପର୍କରେ ରହିଥିଲା। ସ୍ୱାମୀ ଜଣଙ୍କ ଆହୁରି ପ୍ରମାଣ ଦେଇଥିଲେ ଯେ ପତ୍ନୀ ଭୋପାଲରେ ଆଉ ଜଣେ ବ୍ୟକ୍ତିଙ୍କ ସହ ରହୁଛନ୍ତି। କିନ୍ତୁ ଏହା ଭାରତୀୟ ପ୍ରମାଣ ଆଇନ ଅନୁଯାୟୀ ସତ ବୋଲି ଧରାଯାଇ ପାରିବ ନାହିଁ।

ହାଇକୋର୍ଟ ରାୟ ଦେବା ବେଳେ କହିଛନ୍ତି ଯେ ଦାବି ଅନୁସାରେ ସ୍ୱାମୀ ଉପଯୁକ୍ତ ପ୍ରମାଣ ଦାଖଲ କରିପାରି ନାହାନ୍ତି। ତେଣୁ ପରିବାର ଅଦାଲତ ଭରଣପୋଷଣ ପାଇଁ ଦେଇଥିବା ନିର୍ଦ୍ଦେଶ କାଏମ ରହିବ। ବିବାଦୀୟ ପରିସ୍ଥିତିରେ ମଧ୍ୟ ଆଇନ ଅନୁସାରେ ପତ୍ନୀ ପାଇବାକୁ ଥିବା ଭରଣପୋଷଣ ଅଧିକାର ସୁରକ୍ଷିତ ରହିବ।

ଆବେଦନ କରିବା ବେଳେ ଯଦି ପତ୍ନୀ ଅନୈତିକ ବା ପରକୀୟା ପ୍ରୀତିରେ ସାମିଲ ରହିଛନ୍ତି, ତା’ହେଲେ ସେ ଭରଣପୋଷଣ ପାଇବାରୁ ବଞ୍ଚିତ ହେବେ। ଏହା ଛାଡ଼ପତ୍ର ପାଇଥିବା ମହିଳାଙ୍କ ଆର୍ଥିକ ଅଧିକାରକୁ ସୁରକ୍ଷିତ କରିବ। କେବଳ ଅଭିଯୋଗ କରିଦେଲେ ସେ ନିଜ ଅଧିକାରରୁ ବଞ୍ଚିତ ହୋଇପାରିବେ ନାହିଁ।

Illicit Relationship Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe