Advertisment

Man's Bizarre Claim: ବ୍ୟକ୍ତିଙ୍କ ଅଜବ ଦାବି: ରାତିରେ ସାପ ହୋଇ ଦଂଶିବାକୁ ଗୋଡ଼ାଉଛନ୍ତି ପତ୍ନୀ

ମୀରାଜଙ୍କ କହିବା କଥା ଯେ ତାଙ୍କୁ ପତ୍ନୀ ଗୋଟିଏ ଥର କାମୁଡ଼ି ସାରିଛନ୍ତି ଓ ଅନେକ ଥର ରାତିରେ କାମୁଡ଼ିବାକୁ ଗୋଡ଼ାଉଛନ୍ତି। ଏନେଇ ସେ ଗୋଟିଏ ଲିଖିତ ଅଭିଯୋଗ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ ବି କରିଛନ୍ତି।

author-image
Hemant Lenka
Snake

ଅଭିଯୋଗ ଆଣିଥିବା ବ୍ୟକ୍ତି

ସାମ୍ନାକୁ ଆସିଛି ଅତ୍ୟନ୍ତ ରୋଚକ ଘଟଣା। ଚକିତ କରିବା ଭଳି ଦାବି କରିଛନ୍ତି ଜଣେ ବ୍ୟକ୍ତି। ରାତି ହେଲେ ତାଙ୍କ ପତ୍ନୀ ମଣିଷରୁ ସାପ(Snake) ହୋଇ ଯାଉଛନ୍ତି। ଏହାପରେ ତାଙ୍କୁ ଚୋଟ ମାରିବାକୁ ଉଦ୍ୟମ କରୁଛନ୍ତି ବୋଲି ବ୍ୟକ୍ତି ଜଣଙ୍କ ଦାବି କରିଛନ୍ତି। ପତ୍ନୀଙ୍କ ବିରୋଧରେ ବ୍ୟକ୍ତି ଜଣଙ୍କ ଏପରି ଅଭିଯୋଗ ଆଣିଥିବାରୁ ଏହାକୁ ଶୁଣୀ ଉତ୍ତର ପ୍ରଦେଶ(Uttar Pradesh)ର ସୀତାପୁର ଜିଲ୍ଲାର ଅଧିକାରୀମାନେ ପୂରା ସ୍ତବ୍ଧ ହୋଇଯାଇଛନ୍ତି। 

Advertisment

ସମାଧାନ ଦିବସ ବା ଜନଶୁଣାଣି ବେଳେ ସାଧାରଣ ଲୋକମାନେ ବିଜୁଳି, ରାସନ କାର୍ଡ, ରାସ୍ତାଘାଟ କିମ୍ବା ନିଜର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଅବଗତ କରାନ୍ତି। ଏହାକୁ ତୁରନ୍ତ ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ମଧ୍ୟ କରିଥାଏ। ହେଲେ ସାମାଧାନ ଦିବସରେ ମହମୋଦାବାଦ ଅଞ୍ଚଳର ଲୋଧସା ଗାଁରେ ରହୁଥିବା ମୀରାଜ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ରାତିରେ ସାପରେ ପରିଣତ ହୋଇ ତାଙ୍କୁ ଦଂଶିବାକୁ ଗୋଡ଼ାଉଥିବା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଜଣାଇଛନ୍ତି।

ସେ କହିଛନ୍ତି, “ସାର୍‌ ମୋ ପତ୍ନୀ ନସୀମୁନ ରାତି ହେଲେ ଗୋଟିଏ ସାପରେ ପରିଣତ ହୋଇଯାଉଛି। ଏହାକରେ ମୋତେ ସେ କାମୁଡ଼ିବାକୁ ଗୋଡ଼ାଉଛି।”  ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ଏକାଧିକ ଥର ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ପ୍ରତିଥର ଠିକଣା ସମୟରେ ତାଙ୍କ ନିଦ ଭାଙ୍ଗି ଯାଉଥିବାରୁ ସେ ଅଳ୍ପକେ ରକ୍ଷା ପାଇଯାଉଥିବା କହିଛନ୍ତି। ସେ କହିଛନ୍ତି, “ମୋ ପତ୍ନୀ ମୋତେ ମାନସିକ ନିର୍ଯାତନା ଦେଇ ଚାଲିଛି। ସେ କୌଣସି ଗୋଟିଏ ଦିନ ରାତିରେ ମୁଁ ଶୋଇଥିବା ବେଳେ ମୋତେ ମାରି ଦେଇପାରେ।” 

Advertisment

ମୀରଜଙ୍କ ଏପରି ଦାବି ଶୁଣି ଜିଲ୍ଲା ମାଜିଷ୍ଟ୍ରେଟ ଓ ଅନ୍ୟ ଅଧିକାରୀମାନେ ଚକିତ ହୋଇପଡ଼ିଛନ୍ତି। ସେହିପରି ମୀରାଜଙ୍କ ବୟାନ ସୋଶାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଜଣେ ମତ ରଖିଛନ୍ତି ଯେ “କ’ଣ ଆପଣ ତାଙ୍କର ନାଗମଣିକୁ କେଉଁ ଲୁଚାଇ ଦେଇଛନ୍ତି? ଆପଣ ମଧ୍ୟ କୋବ୍ରା ହୋଇ ଯାଆନ୍ତୁ।” 

ଆଉ ଜଣେ ଲେଖିଛନ୍ତି, “ଏହି ବ୍ୟକ୍ତି ଜଣଙ୍କ ବେଶ ଭାଗ୍ୟବାନ। କାରଣ ସେ ତାଙ୍କ ବୈବାହିକ ଜୀବନରେ ଶ୍ରୀଦେବୀଙ୍କୁ ପାଇଛନ୍ତି।” ୧୯୮୬ ମସିହାରେ ରିଲିଜ ହୋଇଥିବା ନାଗିନା ଫିଲ୍ମରେ ଶ୍ରୀଦେବୀ ସାପ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। 

ମୀରାଜଙ୍କ ରୋଚକ ତଥା ଅଜବ ଦାବି ପରେ ଜିଲ୍ଲା ମାଜିଷ୍ଟ୍ରେଟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସବ ଡିଭିଜନାଲ ମାଜିଷ୍ଟ୍ରେଟ ଓ ପୁଲିସ୍‌ ଘଟଣାର ଯାଞ୍ଚ କରୁଛନ୍ତି। ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ସମ୍ଭାବ୍ୟ ମାନସିକ ନିର୍ଯାତନା ମାମଲା ହୋଇପାରେ ବୋଲି ସନ୍ଦେହ କରୁଛି। 

ତେବେ ମୀରାଜଙ୍କ କହିବା କଥା ଯେ ତାଙ୍କୁ ପତ୍ନୀ ଗୋଟିଏ ଥର କାମୁଡ଼ି ସାରିଛନ୍ତି ଓ ଅନେକ ଥର ରାତିରେ କାମୁଡ଼ିବାକୁ ଗୋଡ଼ାଉଛନ୍ତି। ଏନେଇ ସେ ଗୋଟିଏ ଲିଖିତ ଅଭିଯୋଗ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ ବି କରିଛନ୍ତି। 

Uttar Pradesh Snake