Advertisment

ଜଜଙ୍କ ଜିଭ କଟାଯିବ ବୋଲି ଧମକ ଦେଇ ଅଡ଼ୁଆରେ କଂଗ୍ରେସ ନେତା

୨୦୧୯ ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ରାୟ ଶୁଣାଇଥିବା ବିଚାରପତିଙ୍କୁ ଧମକ ଦେଇଥିବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ଅଦ୍ୟତନ ହୋଇଛି
Congress

Congress

Advertisment

ଅଡ଼ୁଆରେ ତାମିଲନାଡୁ କଂଗ୍ରେସର ଜଣେ ନେତା। ଡିଣ୍ଡିଗୁଲ ଜିଲ୍ଲାର କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରୁଥିବା ମଣିକନ୍ଦନ ଖୋଲାଖୋଲି ଭାବେ ବିଚାରପତିଙ୍କ ଜିଭ କଟାଯିବ ବୋଲି କହି ବିବାଦରେ ଫସିଛନ୍ତି। ୨୦୧୯ ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ରାୟ ଶୁଣାଇଥିବା ବିଚାରପତିଙ୍କୁ ଧମକ ଦେଇଥିବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

Advertisment

ପୁଲିସ୍‌ କଂଗ୍ରେସର ଡିଣ୍ଡିଲ ଜିଲ୍ଲା ସଭାପତି ମଣିକନ୍ଦନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଇପିସିର ଧାରା ୧୬୩ବିରେ ମାମଲା ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଯାଇଥିଲା। ଏହା ବିରୋଧରେ କଂଗ୍ରେସ ପକ୍ଷରୁ ଏପ୍ରିଲ ୬ରେ ଡିଣ୍ଡିଗୁଲରେ ଗୋଟିଏ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହାର ନେତୃତ୍ୱ ମଣିକନ୍ଦନ ନେଇଥିଲେ। ଏହି ସମୟରେ ସେ କହିଥିଲେ, “ଆମେ ଯେତେବେଳେ କ୍ଷମତାକୁ ଆସିବୁ ସେତେବେଳେ ଆମ ରାହୁଲ ଗାନ୍ଧିଙ୍କୁ ଜେଲ ପଠାଇବାକୁ ରାୟ ଦେଇଥିବା ବିଚାରପତିଙ୍କ ଜିଭ କାଟି ଦେବୁ।” ଏହାର ଭିଡିଓ କାଲି ଠାରୁ ଭାଇରାଲ ହେଉଥିବା ବେଳେ ପୁଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି।

Advertisment

୨୦୧୯ ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ଗୋଟିଏ ସଭାରେ ମୋଦି ସରନେମକୁ ନେଇ ବୟାନ ଦେଇଥିଲେ। ରାହୁଲଙ୍କ ବୟାନ ସମଗ୍ର ଦେଶର ମୋଦି ସରନେମଧାରୀଙ୍କ ଅପମାନ ବୋଲି ବିଜେପି ଅଭିଯୋଗ କରିଥିଲା। ଶେଷରେ ମାମଲା କୋର୍ଟରେ ପହଞ୍ଚିଥିଲା ଓ ସୁରତର ନିମ୍ନ ଅଦାଲତ ରାହୁଲ ଗାନ୍ଧିଙ୍କୁ ନିକଟରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ରାୟ ପରେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଥିଲା।

Tamilnadu Rahul Gandhi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe