Advertisment

୨୦୨୪ରେ ଏକାକି ଲଢ଼ିବ ଟିଏମସି, କାହା ସହ ମେଣ୍ଟ କରିବନି: ମମତା

ବେଙ୍ଗଲର ୪୨ଟି ଲୋକସଭା ଆସନରେ ଟିଏମସି ସବୁଠି ପ୍ରାର୍ଥୀ ଦେବ।

Mamata Banerjee

Mamata Banerjee

Advertisment

ଆସନ୍ତା ସାଧାରଣ ନିର୍ବାଚନରେ ତ୍ରୁଣମୂଳ କଂଗ୍ରେସ ଏକାକି ଲଢ଼ିବ। ଦଳ କାହା ସହ ମେଣ୍ଟ କରିବ ନାହିଁ। ବେଙ୍ଗଲର ୪୨ଟି ଲୋକସଭା ଆସନରେ ଟିଏମସି ସବୁଠି ପ୍ରାର୍ଥୀ ଦେବ। ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲୋକଙ୍କ ସମର୍ଥନରେ ଦଳ ଏକାକି ଲଢ଼ିବ। ସିପିଏମ୍ ଏବଂ କଂଗ୍ରେସ ବିଜେପି ସହ ବୁଝାମଣା କରିଥିବା ସେ ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି, ଯଦି ଅପବିତ୍ର ମିଳନ ହୁଏ, ତେବେ କଂଗ୍ରେସ ବିଜେପି ବିରୋଧରେ କେମିତି ଲଢ଼ିବ । ବାମପନ୍ଥୀ ବିଜେପି ସହିତ କେମିତି ଲଢ଼ିବ ? ବାମପନ୍ଥୀ କେମିତି ଦାବି କରୁଛନ୍ତି ସେମାନେ ବିଜେପି ବିରୋଧୀ ବୋଲି ? କଂଗ୍ରେସ, ବାମପନ୍ଥୀ ଏବଂ ବିଜେପି ସମସ୍ତେ ସାମ୍ପ୍ରଦାୟିକ କାର୍ଡ ଖେଳୁଛନ୍ତି। ପାର୍ଥକ୍ୟ ହେଉଛି ବିଜେପି ଏହାକୁ ଖୋଲାଖୋଲି ଭାବେ ଖେଳୁଛି, କିନ୍ତୁ ସିପିଏମ୍ ଏବଂ କଂଗ୍ରେସ ଅଧିକ ମାତ୍ରାରେ ଖେଳୁଛନ୍ତି ।ସେ କହିଛନ୍ତି ଯେ , ଆମେ ସିପିଏମ୍ କିମ୍ବା କଂଗ୍ରେସ ସହ ମଶିବାର ନାହିଁ। ଯେଉଁମାନେ ବିଜେପି ସହ କାମ କରନ୍ତି, ଆମେ ସେମାନଙ୍କ ସହ ସହଯୋଗ କରିପାରିବୁ ନାହିଁ।

ଶ୍ରୀମତୀ ବାନାର୍ଜୀ କହିଛନ୍ତି, ୨୦୨୪ମସିହାରେ ଟିଏମିସି ଜନତାଙ୍କ ସହ ମେଣ୍ଟ କରିବ। କିନ୍ତୁ କୌଣସି ରାଜନୈତିକ ଦଳ ସହ ନୁହଁ। ଲୋକଙ୍କ ସମର୍ଥନ ସହିତ ଆମେ ଏକାକୀ ଯୁଦ୍ଧ କରିବୁ। ୨୦୧୯ ସାଧାରଣ ନିର୍ବାଚନରେ ଟିଏମସି ଅନ୍ୟ ଦଳ ସହ ମେଣ୍ଟ କରିଥିଲା। ବିଜେପି ମଧ୍ୟ ଦିଦିଙ୍କ ଗଡ଼ରେ ଭଲ ସଫଳତା ପାଇଥିଲା। ୪୨ଟି ଲୋକସଭା ଆସନରୁ ଦଳ ଏକାକି ୧୮ଟି ଜିତିଥିଲା। ସେବେଠାରୁ ମମତା ବାନାର୍ଜୀ ବେଙ୍ଗଲ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ୨୦୨୧ମସିହାରେ ମମମତା ବିଧାନସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରି ତୃତୀୟ ଥର ପାଇଁ କ୍ଷମତା ଅକ୍ତିଆର କରିଥିଲେ।

Advertisment
TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe