Advertisment

ସ୍ୱାମୀଙ୍କୁ ମାରିବାକୁ ଅନ୍‌ଲାଇନ୍‌ ସୁପାରୀ ଦେଲେ ପତ୍ନୀ

ତାଙ୍କୁ ରକ୍ଷା କରିବା ପାଇଁ ବ୍ୟକ୍ତି ଜଣକ ପୁଲିସକୁ ଗୁହାରୀ କରିଛନ୍ତି।

posted-status

posted-status

Advertisment

'ମୋ ଇଚ୍ଛା ବିରୁଦ୍ଧରେ ବିବାହ ହୋଇଛି। ମୋ ସ୍ୱାମୀଙ୍କୁ ଯିଏ ମାରିବ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ।' ସ୍ୱାମୀଙ୍କୁ ଜୀବନରେ ମରିବା ପାଇଁ ଏଭଳି କିଛି ହ୍ୱାଟସ୍‌ଆପ୍‌ରେ ଷ୍ଟାଟସ୍‌ ରଖି ଅନ୍‌ଲାଇନ୍‌ ସୁପାରୀ ଦେଇଛନ୍ତି ଜଣେ ପତ୍ନୀ। ଏହାକୁ ନେଇ ଭୟଭୀତ ହୋଇପଡିଛନ୍ତି ସ୍ୱାମୀ। ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ଉତ୍ତରପ୍ରଦେଶର ଆଗ୍ରାରୁ ଏଭଳି କିଛି ଅଜବଗଜବ ମାମଲା ସାମ୍ନାକୁ ଆସିଛି। ଆଗ୍ରା ଥାନା ବାହ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କୁ ଜୀବନରେ ମାରିଦେବାକୁ ପତ୍ନୀ ଅନ୍‌ଲାଇନ୍ ସୁପାରୀ ଦେଇଥିବା ସେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଶ୍ୱଶୁର ଘର ଲୋକେ ଓ ପତ୍ନୀଙ୍କ ସାଙ୍ଗ ସାଥୀମାନେ ମଧ୍ୟ ତାଙ୍କୁ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ତାଙ୍କୁ ରକ୍ଷା କରିବା ପାଇଁ ବ୍ୟକ୍ତି ଜଣକ ପୁଲିସକୁ ଗୁହାରୀ କରିଛନ୍ତି।

ଉକ୍ତ ବ୍ୟକ୍ତିଙ୍କ କହିବା ମୁତାବକ, ୨୦୨୨ରେ ଭିଣ୍ଡ ଜିଲ୍ଲାର ଏକ ଗାଁର ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ତେବେ ବିବାହ ପରେ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡା ଲାଗି ରହିଥିଲା। ବିବାହର ୫ ମାସ ପରେ ଡିସେମ୍ବର ୨୦୨୨ରେ ପତ୍ନୀ ନିଜ ମା'ଙ୍କ ଘରକୁ ଚାଲି ଯାଇଥିଲେ। ସେବେଠାରୁ ସେ ସେଠାରେ ରହୁଛନ୍ତି। ଏବେ ପତ୍ନୀ ଭରଣପୋଷଣ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

Advertisment

ଯୁବକ ଜଣଙ୍କ କହିବାନୁସାରେ, ୨୧ ଡିସେମ୍ବର ୨୦୨୩ରେ ସେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏବେ ତାଙ୍କ ପତ୍ନୀ ତାଙ୍କୁ ହତ୍ୟା କରିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦେବା ପାଇଁ ତାଙ୍କ ହ୍ୱାଟ୍ସଆପରେ ଷ୍ଟାଟସ୍ ରଖିଥିବା ଅଭିଯୋଗ କରିଛନ୍ତି। ଏହାକୁ ଏକ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ଜରି ରହିଥିବା କହିଛନ୍ତ ଥାନା ପ୍ରଭାରୀ ଶ୍ୟାମ ସିଂହ।

Agra Police Wife Announces 50000 Reward Online Killing Supari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe