Advertisment

ମହିଳା କର୍ମଚାରୀଙ୍କ ଋତୁସ୍ରାବ ଛୁଟିକୁ ନେଇ ଏପରି କହିଲେ ସୁପ୍ରିମକୋର୍ଟ

ମାସିକ ଧର୍ମ ଛୁଟି ପାଇଁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Supreme Court

Supreme Court

ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ଆଦେଶ ଦେବା ସେମାନଙ୍କୁ କର୍ମକ୍ଷେତ୍ରରୁ ଦୂରେଇ ରଖିବା କିମ୍ବା ସେମାନଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଇପାରେ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏହି ମାମଲା ଉପରେ କୋର୍ଟ ଦୃଷ୍ଟି ଦେବା ଉଚିତ୍ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ମାସିକ ଧର୍ମ ଛୁଟି ପାଇଁ ନୀତି ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ତଥା ରାଜ୍ୟଗୁଡିକୁ ଏକ ନିର୍ଦ୍ଦେଶନାମା ଜାରି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରା ଯାଇଥିଲା। ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏହା ଉପରେ ଶୁଣାଣି କରିଛନ୍ତି। 

ଶୁଣାଣି ସମୟରେ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଏହିପରି ଆବେଦନ ଉପରେ ଆଦେଶ ଦେବା ଦ୍ୱାରା ମହିଳାମାନେ କର୍ମକ୍ଷେତ୍ରରୁ ଦୂରେଇ ରହିବେ। ଆମେ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଯାହା କରିବୁ ତାହା ସେମାନଙ୍କ ପାଇଁ କ୍ଷତି ହେଉ, ତାହା ଆମେ ଚାହୁଁ ନାହୁଁ। ଏହା ପ୍ରକୃତରେ ଏକ ସରକାରୀ ନୀତି ଅଧୀନରେ ଯାଉଛି, କୋର୍ଟଙ୍କୁ ଏ ଉପରେ ଦୃଷ୍ଟି ଦେବା ଉଚିତ୍ ନୁହେଁ।

Advertisment

ଏହି ପ୍ରସଙ୍ଗ ଏକାଧିକ ନୀତିଗତ ଦିଗ ସହ ଜଡିତ ଏବଂ ଏଥିରେ କୋର୍ଟଙ୍କ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ଏହି ନିଷ୍ପତ୍ତି ରାଜ୍ୟ ସରକାର ମଧ୍ୟ କୌଣସି ପଦକ୍ଷେପ ନେବେ ନାହିଁ ବୋଲି ସୁପ୍ରମକୋର୍ଟ କହିଛନ୍ତି।

ଏ ମାମଲା ଉପରେ ସମାଧାନ ପାଇଁ ସୁପ୍ରମକୋର୍ଟ ଆବେଦନକାରୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କୁ ନୀତି ସ୍ତରରେ ଏବଂ ମହିଳା କର୍ମଚାରୀମାନଙ୍କ ସହ ପରାମର୍ଶ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବା ସହ ଯଦି ସମ୍ଭବ ହୁଏ ମୋଡେଲ ପଲିସି ଗ୍ରହଣ କରିବାକୁ ଆମେ ଅନୁରୋଧ କରୁଛୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସମ୍ପ୍ରତି ବିହାର ଏବଂ କେରଳରେ ମହିଳାମାନଙ୍କୁ ଋତୁସ୍ରାବ ଛୁଟି ମିଳୁଛି। ମହିଳା କର୍ମଚାରୀଙ୍କ ପାଇଁ ବିହାରରେ ଦୁଇ ଦିନିଆ ଛୁଟି ନିୟମ ଥିବାବେଳେ କେରଳରେ ଛାତ୍ରୀଙ୍କ ପାଇଁ ତିନି ଦିନିଆ ଛୁଟି ପାଇଁ ବ୍ୟବସ୍ଥା ରହିଛି।

Supreme Court Menstrual Leave Period Leave Chief Justice Of India