Advertisment

ଆଇପିଏଲ ବେଳେ ଦିଲ୍ଲୀ ଟିମ ସହ ରହିବେ ଋଷଭ ପନ୍ତ! ପଣ୍ଟିଂ କରିଛନ୍ତି ଏମିତି ଯୋଜନା

ଗତବର୍ଷ ଡିସେମ୍ବର ମାସରେ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପନ୍ତ ୨୦୨୩ ଆଇପିଏଲ ଖେଳିବେ ନାହିଁ।

author-image
Hemant Lenka
ଅଦ୍ୟତନ ହୋଇଛି
Pant

Pant

ଆଇପିଏଲ ଟିମ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ସଡ଼କ ଦୁର୍ଘଟଣା ପରେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଗତବର୍ଷ ଡିସେମ୍ବର ମାସରେ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପନ୍ତ ୨୦୨୩ ଆଇପିଏଲ ଖେଳିବେ ନାହିଁ। ତାଙ୍କ ବଦଳରେ ଦିଲ୍ଲୀର କମାଣ ଡାଭିଡ ୱାର୍ଣ୍ଣର ସମ୍ଭାଳିବେ।

Advertisment

ତେବେ ପନ୍ତଙ୍କୁ ଦଳର ଅଂଶବିଶେଷ କରି ରଖିବା ପାଇଁ ମୁଖ୍ୟ କୋଚ ରିକି ପଣ୍ଟିଂ ନୂଆ ଯୋଜନା କରିଛନ୍ତି। ପନ୍ତ ଟିମ ତଥା ଫ୍ରାଞ୍ଚାଇଜର ହାର୍ଟ ଓ ଆତ୍ମା ହୋଇଥିବାରୁ ତାଙ୍କ ସ୍ମୃତିକୁ ମ୍ୟାଚ୍‌ ବେଳେ ତାଜା ରଖିବା ପାଇଁ ଖେଳାଳିମାନେ ପ୍ରସ୍ତୁତି କରିଛନ୍ତି।

ଦିଲ୍ଲୀରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମ ପଣ୍ଟିଂ ଏହି ଯୋଜନା ଉପରକୁ ପରାଦ ହଟାଇଛନ୍ତି। ସେ କହିଛନ୍ତି, “ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ସବୁ ମ୍ୟାଚ୍‌ରେ ମୋ ସହ ଡଗଆଉଟରେ ବସନ୍ତୁ। କିନ୍ତୁ ଏହା ସମ୍ଭବ ନୁହେଁ। ଆମେ ସବୁବେଳେ ତାଙ୍କୁ ଟିମ୍‌ର ଅଂଶବିଶେଷ କରି ରଖିବାକୁ ଚେଷ୍ଟା କରୁଛୁ। ଏଥିପାଇଁ ଆମେ ଆମ ଜର୍ସୀ କିମ୍ବା ଟୋପିରେ ତାଙ୍କ ନମ୍ବର ଉଲ୍ଲେଖ କରିବୁ। ସେ ଆମ ସହ ନଥିଲେ ମଧ୍ୟ ସେ ଆମର ଲିଡର ବୋଲି ଆମେ ନିଶ୍ଚିତ କରିବାକୁ ଚାହୁଁଛୁ।”

Advertisment

ପନ୍ତଙ୍କ ବଦଳରେ ୱାର୍ଣ୍ଣର ତ କମାଣ ସମ୍ଭାଳିବେ। ହେଲେ ଦଳ ପାଇଁ ୱିକେଟ କିପିଂ କିଏ କରିବେ, ତା’ହା ଦିଲ୍ଲୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଏ ସମ୍ପର୍କରେ ପଣ୍ଟିଂ କହିଛନ୍ତି, “ଆମେ ଏ ସମ୍ପର୍କରେ ଏଯାଏ ନିଷ୍ପତ୍ତି ନେଇନୁ। ସର୍ଫରାଜ ଖାନ ଆମ ସହ ସାମିଲ ହୋଇଛନ୍ତି। ଆମେ ଅଭ୍ୟାସ ମ୍ୟାଚ୍‌ରେ ସବୁ କିଛି ଦେଖୁବୁ। ଏହାପରେ ନିଷ୍ପତ୍ତି ହେବ। ଏଥର ଇମ୍ପାକ୍ଟ ନିୟମ ଲାଗୁ ହେବ। ତେଣୁ ଆମେ ଏହାକୁ ଭଲ ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛୁ।”

୨୦୨୨ ଆଇପିଏଲରେ ଦିଲ୍ଲୀ ୧୪ଟି ମ୍ୟାରୁ ୭ଟିରେ ଜିତି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଏଥର ଦଳ ଏପ୍ରିଲ ୧ରୁ ନିଜର ଅଭିଯାନ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିରୋଧରୁ ଆରମ୍ଭ କରିବ।

Delhi IPL Rishabh Pant