Advertisment

NCP Politics: ପ୍ରଫୁଲ ପଟେଲ ହେବେ କି ଏନସିପି ମୁଖ୍ୟ

ଅଜିତ ପାୱାରଙ୍କ ମୃତ୍ୟୁର ୩ ଦିନ ପରେ ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏନ୍‌ସିପି ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

NCP

ରାଜ୍ୟସଭା ସାଂସଦ ପ୍ରଫୁଲ ପଟେଲ

Advertisment

ରାଜ୍ୟସଭା ସାଂସଦ ପ୍ରଫୁଲ ପଟେଲ ଏନ୍‌ସିପିର ସଭାପତି ହେବେ ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହାକୁ ସେ ଖଣ୍ଡନ କରିଛନ୍ତି। ରବିବାର ସୋଶାଲ ମିଡିଆରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ ଏନେଇ ଯେଉଁ ଖବର ଗଣମାଧ୍ୟମରେ ଆସୁଛି, ତାହା ଭିତ୍ତିହୀନ ଓ ଏଥିରେ ଆଦୌ ସତ୍ୟତା ନାହିଁ। 

Advertisment

ଏବେ ଏନ୍‌ସିପିର କାର୍ଯ୍ୟକାରୀ ସଭାପତି ଥିବା ପ୍ରଫୁଲ ପଟେଲ ଆହୁରି ଲେଖିଛନ୍ତି ଯେ NCP ଏକ ଗଣତାନ୍ତ୍ରିକ ଅନୁଷ୍ଠାନ। ଆମର ସମସ୍ତ ବରିଷ୍ଠ ନେତା, କର୍ମକର୍ତ୍ତା ଓ ବିଧାୟକଙ୍କ ପରାମର୍ଶ ନେଇ ଏବଂ ଦଳର ସମସ୍ତ ସଦସ୍ୟଙ୍କ ଭାବନା ଓ ଇଚ୍ଛାକୁ ସମ୍ମାନ ଦେଇ ଏହି ସ୍ତରର (ଦଳର ସଭାପତି ଚୟନ) ନିଷ୍ପତ୍ତି ନିଆଯିବ। ଏକ ଜାତୀୟ ଦଳ ହୋଇଥିବାରୁ ଏଭଳି ପ୍ରସଙ୍ଗରେ ଆମକୁ ଏକ ପ୍ରକ୍ରିୟା ଦେଇ ଯିବାକୁ ହୋଇଥାଏ।

ଗତ ଜାନୁଆରୀ ୨୮ ତାରିଖରେ ବାରାମତିରେ ଘଟିଥିବା ବିମାନ ଦୁର୍ଘଟଣାରେ ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ରହିଥିବା ଅଜିତ ପାୱାର (୬୬)ଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଏନସିପିରେ ନେତୃତ୍ୱ ସଙ୍କଟ ଦେଖାଯାଇଛି। ଦଳର ଭବିଷ୍ୟତକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି। 

Advertisment

ଅଜିତ ପାୱାରଙ୍କ ମୃତ୍ୟୁର ୩ ଦିନ ପରେ ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏନ୍‌ସିପି ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେଣୁ ଏବେ ଦଳ ଭିତରେ ଆଲୋଚନା ଚାଲିଛି ଯେ ଦଳର ନେତୃତ୍ୱ ମଧ୍ୟ ସୁନେତ୍ରାଙ୍କ ହାତରେ ରହୁ। 

ଅନ୍ୟପକ୍ଷରେ ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏନସିପି ଓ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି (NCP-SP)ର ମିଶ୍ରଣ ପ୍ରସଙ୍ଗ ପ୍ରଭାବିତ ହୋଇଛି। ଅଜିତ ପାୱାର ଜୀବିତ ଥିବା ବେଳେ ଏହି ଦୁଇ ଦଳର ମିଶ୍ରଣ ନେଇ କଥା ବହୁ ଆଗକୁ ଯାଇଥିଲା ବୋଲି କୁହାଯାଉଥିବା ବେଳେ ଏବେ ତାହା ଶୀତଳ ଭଣ୍ଡାରକୁ ଚାଲିଗଲା ଭଳି ପ୍ରତ୍ୟୟ ହେଉଥିବା କୁହାଯାଉଛି। ଏନ୍‌ସିପିର ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସୁନୀଲ ତଟକରେ ଏହି ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି। ତେବେ ନରହରି ଜିରୱାଲଙ୍କ ଭଳି ଦଳର କିଛି ନେତା ଦୁଇ ଦଳର ମିଶ୍ରଣ ଉପରେ ଜୋର ଦେଉଛନ୍ତି।       
 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe