Advertisment

ଅଜିତ ପାୱାରଙ୍କ ଗୋଷ୍ଠୀ ବିଜେପିରେ ମିଶିଲେ ସରକାରରୁ ଓହରିଯିବ ଶିବସେନା!

ଏନସିପିର ଗୋଟିଏ ଗୋଷ୍ଠୀ ଅଜିତ ପାୱାରଙ୍କ ନେତୃତ୍ୱରେ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି।

author-image
Hemant Lenka
Ajit Pawar

Ajit Pawar

ମହାରାଷ୍ଟ୍ର ରାଜନୀତିକ ହଟଚମଟ ଭିତରେ ନୂଆ ଟ୍ୱିଷ୍ଟ ଆସିଛି। ଏନସିପିର ଗୋଟିଏ ଗୋଷ୍ଠୀ ଅଜିତ ପାୱାରଙ୍କ ନେତୃତ୍ୱରେ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି। ଅବଶ୍ୟ ଏହାକୁ ଅଜିତ ପାୱାର ବର୍ତ୍ତମାନ ଯାଏ ଖଣ୍ଡନ କରି ଆସିଛନ୍ତି। ତଥାପି ସେ ବିଜେପି ଆଡ଼କୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।

Advertisment

ଏସବୁ ଭିତରେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଏକନାଥ ସିନ୍ଦେଙ୍କ ଶିବସେନା ପକ୍ଷରୁ ବଡ଼ ବୟାନ ଦିଆଯାଇଛି। ଯଦି ଅଜିତ ପାୱାରଙ୍କ ଗୋଷ୍ଠୀ ବିଜେପି ସହ ସାମିଲ ହୁଏ, ତା’ହେଲେ ଶିବସେନା ସରକାରରୁ ଓହରିଯିବ ବୋଲି ସିନ୍ଦେ ଗୋଷ୍ଠୀ ପକ୍ଷରୁ କୁହାଯାଇଛି।

ଶିବସେନା ବିଧାୟକ ତଥା ମୁଖପାତ୍ର ସଞ୍ଜୟ ଶିରସାତ କହିଛନ୍ତି, “ବିଧାନସଭାର ବିରୋଧୀ ଦଳ ନେତା ଅଜିତ ପାୱାର ଯଦି ଏନସିପି ଛାଡ଼ିବେ ଓ ବିଜେପି କିମ୍ବା ଶିବସେନାରେ ମିଶିବେ, ତା’ହେଲେ ଆମେ ତାଙ୍କୁ ସ୍ୱାଗତ କରିବୁ। କିନ୍ତୁ ସେ ଏନସିପିର କିଛି ବିଧାୟକଙ୍କୁ ଆଣିବେ ଓ ବିଜେପି ସହ ଲୀନ ହେବେ, ତା’ହେଲେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସରକାରରୁ ଓହରିଯିବ।

Advertisment

ଅଜିତ ପାୱାର ବିଜେପି ଓ ଶିବସେନାର ବିଚାରଧାରାକୁ ଗ୍ରହଣ କଲେ, ଆମେ ତାଙ୍କୁ ନିଶ୍ଚିତ ସ୍ୱାଗତ କରିବ। ଯଦି ସେ ଏନସିପିର କିଛି ବଧାୟକଙ୍କୁ ଧରି ବିଜେପିରେ ଲୀନ ହେବେ, ତେବେ ଏହା ଭୁଲ ହେବ। ଏବେ ଏନସିପିରେ ଅସ୍ଥିରତା ଦେଖାଯାଇଛି। ପୂର୍ବରୁ ଶିବସେନାରେ ଯେମିତି ସ୍ଥିତି ଦେଖାଯାଇଥିଲା, ଠିକ ସେହିପରି।

ଅଜିତ ପାୱାର ଏବେ ଉଦ୍ଧବ ଠାକରେଙ୍କ ନେତୃତ୍ୱକୁ ଗ୍ରହଣ କରୁ ନାହାନ୍ତି। ଏଥିପାଇଁ ସେ ଏନସିପିରେ ରହିବାକୁ ଚାହୁଁନାହାନ୍ତି। ଅଜିତ ପାୱାରାଙ୍କୁ ଆଉ ମୁକ୍ତ ଭାବେ କାମ କରିବାକୁ ସୁଯୋଗ ମିଳୁନି।”

ସେ ଆହୁରି କହିଛନ୍ତି, “ସୋମବାର ଠାରୁ ରାଜନୀତିକ ଚର୍ଚ୍ଚା ଓ ହଟଚମଟ ଆରମ୍ଭ ହୋଇଛି। ଅଜିତ ପାୱାର ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ତାଙ୍କ ଫୋନ ନେଟୱର୍କ ବାହାରକୁ ଚାଲିଯିବା, କିଛି ନୂଆ କଥା ନୁହେଁ। ପୁଅ ପାର୍ଥ ପାୱାରଙ୍କ ପରାଜୟ ପରଠାରୁ ତାଙ୍କର ଅସନ୍ତୋଷ ବଢ଼ିଛି।” ପାର୍ଥ ପାୱାର ମାଭାଲ ନିର୍ବାଚନ ମଣ୍ଡଳୀରୁ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲା। ହେଲେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା।

Bjp Shiv Sena NCP Ajit Pawar