Advertisment

ଦୋଷ ପ୍ରମାଣ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବି: ସିଦ୍ଦରମୈୟା

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣିଥିବା ଅଭିଯୋଗର ଏଭଳି କିଛି ଜବାବ ଦେଇଛନ୍ତି ସିଦ୍ଦରମୈୟା।

Siddaramaiah

Siddaramaiah

Advertisment

'ଯଦି ଦୋଷ ପ୍ରମାଣିତ ହୁଏ ତେବେ ରାଜନୀତିରୁ ସନ୍ନ୍ୟାସ ନେଇ ଯିବି।' ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବକାରୀ ବିଭାଗକୁ ନେଇ କରାଯାଇଥିବା ଅଭିଯୋଗରେ ଏଭଳି କିଛି ଜବାବ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଅକୋଲା ଠାରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇଥିଲେ। ଏଠାରେ ସେ କର୍ଣ୍ଣାଟକର କଂଗ୍ରେସ ସରକାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ରାଜ୍ୟର ମଦ ବ୍ୟବସାୟୀଙ୍କଠାରୁ ୭୦୦ କୋଟି ଟଙ୍କା ସଂଗ୍ରହ କରି ପ୍ରଦେଶ କଂଗ୍ରେସ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ଖର୍ଚ୍ଚ ପାଇଁ ପଠାଇଥିବା ଅଭିଯୋଗ କରିଥିଲେ।

ମୋଦି କହିଥିଲେ ଯେ ଯେଉଁଠାରେ କଂଗ୍ରେସ ସରକାର ଥାଆନ୍ତି, ଏହା ରାଜ୍ୟ ଦଳ ତଥା ରାଜ ପରିବାର (ଗାନ୍ଧୀ ପରିବାର) ପାଇଁ ଏଟିଏମ ପାଲଟିଯାଏ। ଆଜିକାଲି କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନା ତାଙ୍କ ଏଟିଏମରେ ପରିଣତ ହୋଇଛି। ତେଣୁ ନିର୍ବାଚନ ଜିତିଲେ କଂଗ୍ରେସ କେତେ ଲୁଟିବ ତାହା କଳ୍ପନା କରନ୍ତୁ ବୋଲି ମୋଦି କହିଥିଲେ।

Advertisment

ମୋଦିଙ୍କ ଏହି ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ସିଦ୍ଦରମୈୟା। ସେ କହିଛନ୍ତି ଯେ, 'ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଛ କହିବା କିଛି ନୂଆ କଥା ନୁହେଁ। ମୋଦିଙ୍କ ଅନୁଯାୟୀ କର୍ଣ୍ଣାଟକର ଏକ୍ସାଇଜ୍ ବିଭାଗ ମହାରାଷ୍ଟ୍ର ନିର୍ବାଚନ ପାଇଁ ୭୦୦ କୋଟି ଟଙ୍କା ପଠାଇଛି। ତେବେ ଅବକାରୀ ବିଭାଗ କେଉଁଠାରୁ ୭୦୦ କୋଟି ଟଙ୍କା ପାଇବ? ଯଦି ଏହି ଦୋଷ ପ୍ରମାଣିତ ହୋଇଯାଏ ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇ ଯିବି। କିନ୍ତୁ ଯଦି ଏହି ଅଭିଯୋଗ ପ୍ରମାଣିତ ନହୁଏ, ତେବେ ମୋଦି ଅବସର ନେଇଯିବା ଉଚିତ ବୋଲି ସିଦ୍ଦରମୈୟା କହିଛନ୍ତି।

ଗତକାଲି ମଧ୍ୟ ସମାନ ପ୍ରସଙ୍ଗରେ ସିଦ୍ଦରମୈୟା ଟ୍ୱିଟ୍ କରିଥିଲେ। ମୋଦି ନିଜ ଭାଷଣରେ କର୍ଣ୍ଣାଟକକୁ ବାରମ୍ବାର ଉଲ୍ଲେଖ କରୁଛନ୍ତି। ଏଥିରୁ ଜଣାପଡୁଛି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ବିଜେପିର ପରାଜୟ ଦୁଃଖରୁ ପ୍ରଧାନମନ୍ତ୍ରୀ ମୋଦି ଏପର୍ଯ୍ୟନ୍ତ ବାହାରିପାରି ନାହାଁନ୍ତି ବୋଲି କହିଥିଲେ।ସେପଟେ ପ୍ରଧାନମନ୍ତ୍ରୀଙ୍କଠାରୁ ଆସିଥିବା ଏଭଳି ଭିତ୍ତିହୀନ ଅଭିଯୋଗ ସତରେ ବେଶ୍‌ ଆଶ୍ଚର୍ଯ୍ୟଜନକ ବୋଲି ରାଜ୍ୟ ଗୃହମନ୍ତ୍ରୀ ଡିଜି ପରମେଶ୍ୱର କହିଛନ୍ତି।

PM Modi Corruption In Liquor Matter Congress Karnataka Siddaramaiah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe