Advertisment

ବିଦ୍ରୋହର ଦିନକ ପରେ ଏନସିପିକୁ ପୁଣି ତିଆରି କରିବେ ବୋଲି ଦମ୍ଭୋକ୍ତି କଲେ ଶରଦ ପାୱାର

ପୁତୁରାଙ୍କ ଏପରି ଆଭିମୁଖ୍ୟ ଯୋଗୁ ମର୍ମାହତ ହୋଇଥିବା ଶରଦ ପାୱାର କିନ୍ତୁ ହାର ମାନି ନାହାନ୍ତି। ସେ ସଂପ୍ରଦାୟିକ ଫୋର୍ସ ବିରୋଧରେ ନିଜର ଲଢ଼େଇ ଜାରି ରଖିବେ ଓ ପୁଣି ଏନସିପିକୁ ପୁର୍ନଗଠନ କରିବେ ବୋଲି ଆଜି କହିଛନ୍ତି।

author-image
Hemant Lenka
NCP

NCP

ପୁତୁରା ଅଜିତ ପାୱାରଙ୍କ ଅତର୍କିତ ବିଦ୍ରୋହ ଯୋଗୁ ବ୍ୟାକଫୁଟରେ ଥିବା ଏନସିପି ସୁପ୍ରିମୋ ଶରଦ ପାୱାର ଏବେ ପୁଣି ନିଜ ଦଳକୁ ତିଆରି କରିବେ ବୋଲି କହିଛନ୍ତି। ଅଜିତ ପାୱାର ହଠାତ୍ ୮ ବିଧାୟକଙ୍କୁ ଧରି ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି-ଶିବସେନା ସରକାରଙ୍କୁ ସମର୍ଥନ କରିବା ପରେ ଏନସିପି ଦୁଇ ଫାଳ ହୋଇ ଯାଇଛି।

Advertisment

ପୁତୁରାଙ୍କ ଏପରି ଆଭିମୁଖ୍ୟ ଯୋଗୁ ମର୍ମାହତ ହୋଇଥିବା ଶରଦ ପାୱାର କିନ୍ତୁ ହାର ମାନି ନାହାନ୍ତି। ସେ ସଂପ୍ରଦାୟିକ ଫୋର୍ସ ବିରୋଧରେ ନିଜର ଲଢ଼େଇ ଜାରି ରଖିବେ ଓ ପୁଣି ଏନସିପିକୁ ପୁର୍ନଗଠନ କରିବେ ବୋଲି ଆଜି କହିଛନ୍ତି।

ସେ ଆଜି ମହାରାଷ୍ଟ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ନିଜର ମେଣ୍ଟୋର ଯଶବନ୍ତରାଓ ଚୌହାନଙ୍କ ସ୍ମାରକୀକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସତାରା ଜିଲ୍ଲାର କରାଡରେ ଥିବା ସ୍ମାରକୀରେ ସେ ଗୁରୁପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ନିଜର ସମର୍ଥକମାନଙ୍କୁ ଭେଟିଛନ୍ତି।

Advertisment

ବେଶ ଭାବବିହ୍ୱଳ ହୋଇ ସେ ନିଜ ସମର୍ଥକମାନଙ୍କୁ କହିଛନ୍ତି ଯେ “ବିଜେପି ସବୁ ବିରୋଧୀ ଦଳଗୁଡ଼ିକୁ ଧ୍ୱଂସ କରିଦେବାକୁ ଚାହୁଁଛି। ଆଜିକା ଦିନରେ ମହାରାଷ୍ଟ୍ର ଓ ସମଗ୍ର ଦେଶରେ ଜାତି ଏବଂ ଧର୍ମକୁ ନେଇ ସମାଜରେ ଗୋଟିଏ ବିବାଦ ସୃଷ୍ଟି କରାଯାଉଛି। କିଛି ଗ୍ରୁପ ଏଥିରେ ସାମିଲ ଅଛନ୍ତି। ସାଂପ୍ରଦାୟିକ ଫୋର୍ସ ବିରୋଧରେ ମୋର ଲଢ଼େଇ ଜାରି ରହିବ।”

ଅଜିତ ପାୱାରଙ୍କ ସହ ମିଶି ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନଙ୍କ ଉଦ୍ଦେଶ୍ୟରେ ୮୨ ବର୍ଷୀୟ ପାୱାର କହିଛନ୍ତି, ବିଦ୍ରୋହୀମାନେ ଚାହିଁଲେ ଫେରିପାରିବେ। କିନ୍ତୁ ଏହାର ଏକ ସୀମିତ ସମୟ ରହିଛି। ଯେଉଁମାନେ ଏନସିପିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଆମେ ଉପଯୁକ୍ତ ସ୍ଥାନ ଦେଖାଇବା। ଆଜିଠାରୁ କମ୍ୟୁନାଲ ଫୋର୍ସ ବିରୋଧରେ ମୋର ଲଢ଼େଇ ଆରମ୍ଭ ହୋଇଛି। ଏପରି ବିଦ୍ରୋହ କିଛି ନୂଆ କଥା ନୁହେଁ। ମୁଁ ନିଶ୍ଚିତ ଭାବେ ଦଳକୁ ପୁର୍ନଗଠନ କରିବି।”

ରବିବାର ପୁଣେରେ ଥିବା ଶରଦ ପାୱାର ଆଜି ସକାଳୁ କରାଡକୁ ଆସିଛନ୍ତି। ଏହି ସମୟରେ ସେ ଅଧା ରାସ୍ତାରେ ଅଟକି ତାଙ୍କ ସମର୍ଥକମାନଙ୍କୁ ଭେଟିଥିଲେ। ଏଥିସହ ଏବେ ବି ଏନସିପି ଦୁର୍ବଳ ହୋଇନାହିଁ ବୋଲି ସମସ୍ତଙ୍କୁ ସଙ୍କେତ ଦେଇଥିଲେ।

Sharad Pawar NCP