Advertisment

କୃତ୍ରିମ ବୁଦ୍ଧିକୁ ନିୟନ୍ତ୍ରଣ କରିବେ କେନ୍ଦ୍ର ସରକାର, ସୂଚନା ଦେଲେ ମନ୍ତ୍ରୀ

ଏଆଇ ଯେମିତି ଡିଜିଟାଲ ଦୁନିଆର ଲୋକଙ୍କୁ କ୍ଷତି ପହଞ୍ଚାଇବ ନାହିଁ, ତା’ର ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ଏଥିସହ ଡିଜିଟାଲ ତଥ୍ୟର ସୁରକ୍ଷା ପାଇଁ ସରକାର ସଂସଦରେ ବିଲ୍‌ ମଧ୍ୟ ଆଣିବେ ବୋଲି ଆଜି କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି।

AI

AI

Advertisment

ଭାରତ ସରକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଆଇନ ଆଣିବେ। ଡିଜିଟାଲ ଦୁନିଆରେ ଥିବା ଲୋକଙ୍କୁ ଯେମିତି ଏଆଇ ଯେମିତି କ୍ଷତି ପହଞ୍ଚାଇବ ନାହିଁ, ତାକୁ ସରକାର ନିଶ୍ଚିତ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ଶାସନ ସମୟରେ ଭାରତ ଡିଜିଟାଲ କ୍ଷେତ୍ରରେ କେତେ ଆଗକୁ ଯାଇଛି, ତା’ର ତଥ୍ୟ ରଖିବା ବେଳେ ଚନ୍ଦ୍ରଶେଖର ଏକଥା କହିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଣିଷ ସଭ୍ୟତା ପାଇଁ ଆଣବିକ ଯୁଦ୍ଧ ପରି ବିପଜ୍ଜନକ ହେବ ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ ଏହା ସହ ଜଡ଼ିତ ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସିବାରେ ଲାଗିଛି।

କୃତ୍ରିମ ବୁଦ୍ଧି ପରିଚାଳିତ ଏକ ଡ୍ରୋନ୍‌ ତାହାର ପରୀକ୍ଷଣ ବେଳେ ନିଜ ଅପରେଟରଙ୍କୁ ମାରି ଦେଇଥିଲା। ସେହିପରି ଅନେକ ଲୋକ ଏଆଇ ଯୋଗୁ ଚାକିରି ମଧ୍ୟ ହରାଇବାରେ ଲାଗିଛନ୍ତି। ଆଗକୁ ସବୁ କ୍ଷେତ୍ରରେ ଏଆଇର ବ୍ୟବହାର ହେବ ବୋଲି ସରକାର ଯୋଜନା କରୁଥିବା ବେଳେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଓ ଜୀବନର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି।

Advertisment

ଏସବୁ ଭିତରେ ଭାରତ ସରକାର ଏଆଇ ଯେମିତି ଡିଜିଟାଲ ଦୁନିଆର ଲୋକଙ୍କୁ କ୍ଷତି ପହଞ୍ଚାଇବ ନାହିଁ, ତା’ର ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ଏଥିସହ ଡିଜିଟାଲ ତଥ୍ୟର ସୁରକ୍ଷା ପାଇଁ ସରକାର ସଂସଦରେ ବିଲ୍‌ ମଧ୍ୟ ଆଣିବେ ବୋଲି ଆଜି କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଇଣ୍ଟରନେଟରେ ବିଷାକ୍ତ ଓ ଅପରାଧିକରଣ ଘଟଣା ବଢ଼ିବାରେ ଲାଗିଛି। ଆମେ ଡିଜିଟାଲ ନାଗରିକମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚାଲିଥିବା ଉଦ୍ୟମକୁ ଆଦୌ ସଫଳ ହେବାକୁ ଦେବୁ ନାହିଁ। ବର୍ତ୍ତମାନ ଦେଶର ୮୫ କୋଟି ଲୋକ ଇଣ୍ଟରନେଟର ବ୍ୟବହାର କରୁଥିବା ବେଳେ ୨୦୨୫ ସୁଦ୍ଧା ଏହା ୧୨୦ କୋଟିରେ ପହଞ୍ଚି ଯିବ।

ଡୋକ୍ସିଂ ଭଳି ଅପରାଧ ଏବେ ଇଣ୍ଟରନେଟରେ ବଢ଼ିବାରେ ଲାଗିଛି। ଡୋକ୍ସିଂ ହେଉଛି ପୂର୍ବାଗ୍ରହ ରଖି ଓ ବନି ସହମତିରେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ ଓ ତାଙ୍କ ପରିଚୟ ସାର୍ବଜନୀନ କରିବା। ଏଥିଯୋଗୁ ଅନେକ ଅପ୍ରୀତିକର ପରସ୍ଥିତି ସୃଷ୍ଟି ହେଉଛି। ରାଜ୍ୟରେ ସୃଷ୍ଟି ହେଉଥିବା ଆଇନ ଶୃଙ୍ଖଳା ସ୍ଥିତି ବୁଗୁଡ଼ିଛି।

କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ରାଜ୍ୟଗୁଡ଼ିକ ସହ ମିଶି କଡ଼ା ପଦକ୍ଷେପ ଗ୍ରହଣ କରିବେ। ଦେଶରେ ଡିଜିଟାଲ ସଂଯୋଗକୁ ବୁଷ୍ଟ ମିଳିଛି। ଡିଜିଟାଲ କ୍ଷେତ୍ରର ସୁରକ୍ଷା ହିଁ ସରକାରଙ୍କ ଲକ୍ଷ୍ୟ।”

ଉଦ୍ୟୋଗୀ, ଦକ୍ଷତା ବିକାଶ, ଇଲେକ୍ଟ୍ରୋନିକ୍ସ ଓ ଟେକ୍ନୋଲଜି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି, ଡିଜିଟାଲ ଇଣ୍ଡିଆ ବିଲ୍‌କୁ ନେଇ ବିଭିନ୍ନ ଅଂଶୀଦାରଙ୍କ ସହ ଚଳିତ ମାସରୁ ଆଲୋଚନା ଆରମ୍ଭ ହେବ। ନୂଆ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌ ମଧ୍ୟ ସଂସଦରେ ଆଗତ କରାଯିବ ବୋଲି ସେ କହିଛନ୍ତି।

Artificial Intelligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe