Advertisment

ମୋଗଲ ଗାର୍ଡ଼େନର ନାମ ପରିବର୍ତ୍ତନ ଠିକ୍‌ ଅଛି: ଶୁଭେନ୍ଦୁ ଅଧିକାରୀ

ଗତକାଲି କେନ୍ଦ୍ରସରକାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି।

Suvendu Adhikari

Suvendu Adhikari

Advertisment

ମୋଗଲଙ୍କ ନାମରେ ନାମିତ ସ୍ଥାନଗୁଡିକ ଚିହ୍ନଟ କରାଯାଇ ଏହାର ପୁନଃନାମକରଣ କରାଯିବା ଉଚିତ। ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଶନିବାର ଏହା କହିଛନ୍ତି । ସେ କହିଛନ୍ତି ଯେ ମୋଗଲ ଏତେ ସଂଖ୍ୟକ ହିନ୍ଦୁଙ୍କୁ ହତ୍ୟା କରିଥିଲେ ଏବଂ ମନ୍ଦିରଗୁଡିକୁ ନଷ୍ଟ କରିଦେଇଥିଲେ। ସେମାନଙ୍କ ନାମରେ ନାମିତ ସମସ୍ତ ସ୍ଥାନ ଚିହ୍ନଟ କରାଯାଇ ନାମକରଣ କରାଯିବା ଉଚିତ। ଯଦି ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସେ ତେବେ ଆମେ ଏକ ସପ୍ତାହ ମଧ୍ୟରେ ସମସ୍ତ ବ୍ରିଟିଶ ଏବଂ ମୋଗଲ ନାମ ହଟାଇବୁ। ଶନିବାର ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ ସମ୍ପର୍କରେ ବିରୋଧୀ ଆପତ୍ତି ଉଠାଇବା ପ୍ରସଙ୍ଗରେ ଏହା କହିଛନ୍ତି ଶୁଭେନ୍ଦୁ ଅଧିକାରୀ।

Advertisment

ଗତକାଲି କେନ୍ଦ୍ରସରକାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି। ଏହାକୁ ଅମୃତ ଉଦ୍ୟାନ ନାମରେ ନାମିତ କରିଛନ୍ତି କେନ୍ଦ୍ର ସରକାର । ଭାରତର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବା 'ଅମୃତ ମହୋତ୍ସବ'ର ବିଷୟବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଗଲ ଗାର୍ଡେନର ନାମ ଅମୃତ ଉଦୟାନକୁ ପରିବର୍ତ୍ତନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡେପୁଟି ପ୍ରେସ ସେକ୍ରେଟାରୀ ନାବିକା ଗୁପ୍ତା କହିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ 'ଆଜାଦୀକା ଅମୃତ ମହୋତ୍ସବ' ପାଳନ କରୁଥିବାରୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ନାମ ବାଛିଛନ୍ତି।

ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାର ନୂଆ କରି ନାମିତ ହୋଇଥିବା ଏହି ଗାର୍ଡ଼େନକୁ ଉଦଘାଟନ କରିଛନ୍ତି। ଜାନୁୟାରୀ ୩୧ ରୁ ମାର୍ଚ୍ଚ ୨୬ପର୍ଯ୍ୟନ୍ତ ଦୁଇମାସ ପାଇଁ ଏହା ଖୋଲା ରହିବ। ଏହି ଉଦ୍ୟାନ ଏକ ମାସ ପାଇଁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ସାଧାରଣତଃ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଏହି ଗାର୍ଡ଼େନରେ ଫୁଲ ଫୁଟି ଥାଏ। ଏହି ଗାର୍ଡେନରେ ୧୨ ପ୍ରକାରର ଟ୍ୟୁଲିପ ଫୁଲ ରହିଛି । ୧୩୮ ପ୍ରକାରର ଗୋଲାପ, ୭୦ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି । ଏହି ଉଦ୍ୟାନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡା ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ । ଏହାର ରୋଜ ଗାର୍ଡେନରେ ପ୍ରାୟ ୧୩୫ ପ୍ରକାରର ଗୋଲାପ ଅଛି। ଏହି ରୋଜ ଗାର୍ଡେନକୁ ଦୁନିଆର ସବୁଠାରୁ ସୁନ୍ଦର ଏବଂ ସର୍ବୋତ୍ତମ ଉଦ୍ୟାନ କୁହାଯାଏ ।

Advertisment
Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe