Advertisment

ଅମିତ ଶାହଙ୍କୁ ଫୋନ କରିଥିବା ପ୍ରମାଣ ମିଳିଲେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବେ କହିଲେ ଦିଦି

ମମତା ବାନାର୍ଜୀ ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ “ମୁଁ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ। ଟିଏମସିର ଜାତୀୟ ଦଳ ମାନ୍ୟତା ପ୍ରସଙ୍ଗରେ ମୁଁ ଅମିତ ଶାହଙ୍କୁ ଫୋନ କରିଥିବା ଅଭିଯୋଗର ପ୍ରମାଣ ମିଳିଲେ, ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବି।”

Mamata Banerjee

Mamata Banerjee

Advertisment

ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)ର ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜେପିକୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ଟିଏମସି ଜାତୀୟ ଦଳର ମାନ୍ୟତା ପରେ ମମତା ବାନାର୍ଜୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଫୋନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ବିଜେପି କରିଥିବା ଏପରି ଅଭିଯୋଗକୁ ଯଦି ପ୍ରମାଣ କରିଦେବ, ତା’ହେଲେ ମମତା ତୁରନ୍ତୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବେ ବୋଲି ଆଜି ସର୍ବସମ୍ମୁଖରେ କହିଛନ୍ତି।

Advertisment

ମମତା ବାନାର୍ଜୀ ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ “ମୁଁ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ। ଟିଏମସିର ଜାତୀୟ ଦଳ ମାନ୍ୟତା ପ୍ରସଙ୍ଗରେ ମୁଁ ଅମିତ ଶାହଙ୍କୁ ଫୋନ କରିଥିବା ଅଭିଯୋଗର ପ୍ରମାଣ ମିଳିଲେ, ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବି।”

ଚଳିତ ମାସରେ ନିର୍ବାଚନ କମିଶନ ଟିଏମସିକୁ ମିଳିଥିବା ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରି ନେଇଥିଲେ। ଜାତୀୟ ଦଳର ମାନ୍ୟତା ପାଇଁ ଆବଶ୍ୟକ ଯୋଗ୍ୟତା ଆଉ ଟିଏମସି ପାଖରେ ନଥିବାରୁ ନିର୍ବାଚନ କମିଶନ ଏପରି ନିଷ୍ପତ୍ତି ନେଇଥିଲେ।

Advertisment

ମଙ୍ଗଳବାର ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଥିଲେ ଯେ ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର ହେବା ପରେ ମମତା ବାନାର୍ଜୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମତି ଶାହଙ୍କୁ ଫୋନ କରିଥିଲେ। ସେ ତାଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହିବା ସହ ପୁନଃ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ।

ଏହାକୁ ନେଇ ଟିଏମସି ଓ ବିଜେପି ମଧ୍ୟରେ ବେଶ ବାକଯୁଦ୍ଧ ଦେଖାଯାଇଥିଲା। ଏବେ ମମତା ବାନାର୍ଜୀ ଏ ପ୍ରସଙ୍ଗରେ ମୁହଁ ଖୋଲିବା ସହ ବିଜେପିକୁ ଅଭିଯୋଗ ପ୍ରମାଣ କରି ଦେଖାଇବାକୁ ଚ୍ୟାଲେଞ୍ଜ କରିଛନ୍ତି।

ଏକଦା ଶୁଭେନ୍ଦୁ ଅଧିକାରୀ ଟିଏମସିର ନେତା ଥିଲେ। ସେ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ପରିଚୟ ହାସଲ କରିଥିଲେ। କିନ୍ତୁ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ସେ ବିଜେପିରେ ମିଶିଥିଲେ। ଏବେ ସେ ମିଛ କହୁଥିବା ମମତା କହିଛନ୍ତି।

୨୦୨୪ ସାଧାଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ବିରୋଧୀ ଦଳଗୁଡ଼ିକ ଏକାଠି ହେବା ପାଇଁ କରୁଥିବା ପ୍ରୟାସ ସମ୍ପର୍କରେ ମଧ୍ୟ ମମତା ମତ ରଖିଛନ୍ତି। ସେ କହିଛନ୍ତି, “ବେଳେବେଳେ ନୀରବତା ସୁବର୍ଣ୍ଣ ସୁଯୋଗ ଆଣେ। ବିରୋଧୀ ଏକାଠି ବସୁ ନାହାନ୍ତି ବୋଲି କେବେ ହେଲେ ଭାବନ୍ତୁ ନାହିଁ। ଆମେ ସମସ୍ତେ ରହିଛୁ। ସମସ୍ତେ ପରସ୍ପରର ସମ୍ପର୍କରେ ରହିଛନ୍ତି। ଏହା ଯେତେବେଳେ ଆସିବ ସେତେବେଳେ ଟର୍ଣ୍ଣାଡୋ ବା ଭୟଙ୍କର ଘୂର୍ଣ୍ଣିଛଡ଼ ଭଳି ସ୍ଥିତି ସୃଷ୍ଟି କରିବ।”

Bjp Mamata Banerjee TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe