Advertisment

Shashi Tharoor: କଂଗ୍ରେସ ଛାଡ଼ିବେ କି ଶଶି ଥରୁର; ଖଡଗେ ଓ ରାହୁଲଙ୍କୁ ଭେଟିବା ପରେ କ’ଣ କହିଲେ

ତିରୁଅନନ୍ତପୁରମରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରତିକ୍ରିୟା ଦେବା ବେଳେ କଂଗ୍ରେସ ଛାଡ଼ିବା ପ୍ରସଙ୍ଗରେ ଶଶି ଥରୁର କହିଥିଲେ ଯେ ଏଭଳି ଆଲୋଚନା ତାଙ୍କ ପାଇଁ କିଛି ନୂଆ ନୁହେଁ।

shashi
Advertisment

ସାଂସଦ ଶଶି ଥରୁର କଂଗ୍ରେସ ଛାଡ଼ିବେ ବୋଲି ଆଲୋଚନା ହୋଇଆସୁଥିବା ବେଳେ ଶୁକ୍ରବାର ସେ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଏହା ସହିତ ସେ ସାର୍ବଜନୀନ ଭାବେ କଂଗ୍ରେସ ପ୍ରତି ଥିବା ତାଙ୍କ ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛନ୍ତି। ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହିତ ୧ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ କରିଥିବା ଥରୁର ଆଜି ଏଭଳି ମତ ରଖିଛନ୍ତି। 

Advertisment

ତିରୁଅନନ୍ତପୁରମରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରତିକ୍ରିୟା ଦେବା ବେଳେ କଂଗ୍ରେସ ଛାଡ଼ିବା ପ୍ରସଙ୍ଗରେ ଶଶି ଥରୁର କହିଥିଲେ ଯେ ଏଭଳି ଆଲୋଚନା ତାଙ୍କ ପାଇଁ କିଛି ନୂଆ ନୁହେଁ। ସେ କହିଥିଲେ, ଗତ ୧୭ ବର୍ଷ ହେଲା ମୁଁ ଏହା ଶୁଶି ଆସୁଛି। ମୁଁ ଶିଷ୍ଟାଚାର ଓ ପ୍ରେମର ସହିତ ଆଗକୁ ବଢ଼ି ଚାଲିଛି। ମୁଁ କଂଗ୍ରେସରେ ଅଛି। ମୁଁ କେଉଁଆଡ଼େ ଯାଉନାହିଁ। କେରଳ ବିଧାନସଭା ନିର୍ବାଚନ ପାଇଁ ହେବାକୁ ଥିବା ପ୍ରଚାରରେ ମୁଁ ଆଗରେ ରହିବି। କଂଗ୍ରେସ ଓ ୟୁଡିଏଫ୍‌ର ବିଜୟୀ ପାଇଁ କାର୍ଯ୍ୟ କରିବି। 

ଏହା ସହିତ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ଶଶି ଥରୁର। 

ସେ କହିଥିଲେ ଯେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏମିତି ଜଣେ ରାଜନେତା ଯାହାଙ୍କ ରାଜନୀତିକ ମତ ବେଶ୍ ସ୍ପଷ୍ଟ। ସେ ସାଂପ୍ରଦାୟିକତାକୁ ବିରୋଧ କରନ୍ତି। 

Advertisment

ଦଳଠାରୁ ଅଲଗା ମତ ରଖୁଥିବା ପ୍ରସଙ୍ଗରେ ଥରୁର କହିଥିଲେ ଯେ ଯେଉଁ ପ୍ରସଙ୍ଗରେ ଦଳ ନିଜର ମତ ସ୍ପଷ୍ଟ କରିସାରିଥାଏ, ସେଥିରେ ସେ ନିଜ ମତାମତ ଦିଅନ୍ତି ନାହିଁ। କିଛି ପରିସ୍ଥିତିରେ ସେ ତାଙ୍କ ବ୍ୟକ୍ତିଗତ ମତ ଉପସ୍ଥାପନ କରନ୍ତି। ବିକାଶ ପ୍ରସଙ୍ଗରେ ଯେତେବେଳେ କୌଣସି ଭଲ କଥା ସେ ଦେଖନ୍ତି, ତାକୁ ସେ କୁହନ୍ତି। 

ସେ ଆହୁରି କହିଥିଲେ, ମୁଁ ରାଜନୀତି ପ୍ରସଙ୍ଗରେ କହେ ନାହିଁ। ମୁଁ ଦେଶ ପାଇଁ କହେ। ୨୦୦୯ରୁ ମୁଁ ସେମିତି କରିଆସୁଛି। ଦଳର ମତକୁ ବିରୋଧ କରିବାର ଅଧିକାର କାହାର ନାହିଁ।    

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe