Advertisment

ଧାରଣାରେ ବସିଲେ ମମତା, କହିଲେ ଆବଶ୍ୟକ ହେଲେ ମୋଦିଙ୍କ ବାସଭନ ସମ୍ମୁଖରେ ବସିବେ

ରାଜ୍ୟ ପ୍ରତି ଭେଦଭାବପୂର୍ଣ୍ଣ ମନୋଭାବକୁ ବିରୋଧ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଦୁଇ ଦିନିଆ ଧର୍ମଘଟ ଆରମ୍ଭ କରିଛନ୍ତି।

author-image
Tapas Behera
Mamata Banerjee

Mamata Banerjee

ରାଜ୍ୟ ପ୍ରତି ଭେଦଭାବପୂର୍ଣ୍ଣ ମନୋଭାବକୁ ବିରୋଧ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଦୁଇ ଦିନିଆ ଧର୍ମଘଟ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବସିବେ। ମମତା କହିଛନ୍ତି ଯେ, ମୁଁ ସାତଥର ସାଂସଦ ଭାବେ କାର୍ଯ୍ୟ କରିଛି। ମୁଁ ଅନେକ ଥର କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲି। ବର୍ତ୍ତମାନ ସେମାନେ (ବିଜେପି) ମୋତେ ସମ୍ବିଧାନ ବିଷୟରେ ଶିକ୍ଷା ଦେଉଛନ୍ତି। ମୁଁ ଜଣେ ମୁଖ୍ୟମନ୍ତ୍ରୀ ଏବଂ ମୋ ଦଳ କ୍ଷମତାରେ ଥିବାବେଳେ ମୋ ଲୋକଙ୍କ ପାଇଁ ପାଣ୍ଠି ବନ୍ଦ ହୋଇଯାଇଛି। ସମଗ୍ର ଭାରତର ଲୋକମାନେ ମୋତେ ଭଲ ପାଆନ୍ତି। ମୁଁ ଶୁଣିଛି ଯେ, ନ୍ୟୁଜ୍ ଚ୍ୟାନେଲଗୁଡିକ ମୋର ବିରୋଧକୁ ପ୍ରସାରଣ ନକରିବାକୁ କୁହାଯାଇଛି। ପ୍ରତ୍ୟେକ ଚ୍ୟାନେଲକୁ ବିଜେପି ଏହି ନିର୍ଦ୍ଦେଶନାମା ଦେଇଛି।

Advertisment

କିନ୍ତୁ ଆବଶ୍ୟକ ହେଲେ ମୁଁ ପ୍ରଧାନମନ୍ତ୍ରୀଙ୍କ ଘର ଆଗରେ ବସିବି ବୋଲି ମମତା ବାନାର୍ଜୀ ଚେତାବନୀ ଦେଇଛନ୍ତି। ୨୦୨୪ରେ ଲୋକ ସଭା ନିର୍ବାଚନ ସାଧାରଣ ଜନତା ଏବଂ ଭାଜପା ମଧ୍ୟରେ ହେବ। ଭାଜପାକୁ ଗାଦିଚ୍ୟୁତ କରି ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଦେଶର ସମସ୍ତ ନାଗରିକ ଆଗେଇ ଆସନ୍ତୁ। ଏହାସହ ଭାଜପା ସରକାରକୁ ହଟାଇବା ପାଇଁ ସମସ୍ତ ଦଳ ଏକଜୁଟ ହେବା ଉଚିତ ବୋଲି ମମତା କହିଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (ମନରେଗା) ଏବଂ ଗୃହ ଓ ସଡ଼କ ବିଭାଗର ଅନ୍ୟାନ୍ୟ ଯୋଜନା ଅନୁଯାୟୀ କେନ୍ଦ୍ର ରାଜ୍ୟକୁ ଅର୍ଥ ପ୍ରଦାନ ନ କରିବା ଅଭିଯୋଗରେ ମମତା ବାନାକର୍ଜୀ କୋଲକାତାରେ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ବିରୋଧ ପ୍ରଦର୍ଶନବେଳେ ମମତା ଏକ ନିଆରା ଉପାୟ ଆପଣାଇଛନ୍ତି। ତୃଣମୂଳ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ମଞ୍ଚରେ ଏକ ପ୍ରତୀକାତ୍ମକ ୱାଶିଂ ମେଶିନ ସ୍ଥାପନ କରାଯାଇଥିଲା। ଏହାକୁ ‘ଭାଜପା ୱାଶିଂ ମେଶିନର ଯାଦୁ’ କୁହାଯାଉଥିଲା।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିରେ କଳା ପୋଷାକ ରଖି ଧଳା ପୋଷାକ ବାହାର କରିଥିଲେ। ବିଜେପି ଶାସନ ଅଧୀନରେ ବିରୋଧୀ ଦଳକୁ କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ କରାଯାଉଛି।କିନ୍ତୁ ବିରୋଧୀଦଳର ନେତା ଭାଜପାରେ ଯୋଗଦେବା ମାତ୍ରେ ସେମାନେ ନିର୍ଦ୍ଦୋଷ ହୋଇଯାଉଛନ୍ତି।

Advertisment
India