Advertisment

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ କି ସୋନିଆ? କ’ଣ କହିଲା କଂଗ୍ରେସ

ଯେଉଁମାନଙ୍କୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ଅବା ଯେଉଁମାନେ ସରକାରୀ କାର୍ଯ୍ୟରେ ନିଯୁକ୍ତ ହୋଇଛନ୍ତି, କେବଳ ସେହିମାନଙ୍କୁ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାକୁ ପ୍ରବେଶ ପାଇଁ ଅନୁମତି ମିଳିବ।

Sonia Gandhi

Sonia Gandhi

Advertisment

ଅଯୋଧ୍ୟାରେ ନିର୍ମାଣାଧୀନ ଥିବା ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ସେ ସେହି କାର୍ଯ୍ୟକ୍ରମରେ ଯୋଗ ଦେବେ କି ନାହିଁ, ସେ ନେଇ ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Advertisment

ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସିର ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶ କହିଛନ୍ତି, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି। ତେବେ ସେମାନେ ସେହି କାର୍ଯ୍ୟକ୍ରମରେ ଯୋଗ ଦେବେ ନା ନାହିଁ, ସେ ନେଇ ଠିକଣା ସମୟରେ ନିଷ୍ପତ୍ତି ନିଆଯିବ ଓ ଠିକଣା ସମୟରେ ଜଣାଇ ଦିଆଯିବ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବ। ଏହା ଜାନୁଆରୀ ୧୬ରୁ ଆରମ୍ଭ ହେବ। ଜାନୁଆରୀ ୨୨ରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଲୋକ ଆସିବେ। ବିଭିନ୍ନ ରାଜନୀତିକ ଦଳର ନେତାଙ୍କୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରାଯାଇଛି। ଉତ୍ତର ପ୍ରଦେଶ କଂଗ୍ରେସ ୟୁନିଟ୍ ଏହି କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୬୦୦୦ରୁ ଅଧିକ ଲୋକ ରାମ ଲଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Advertisment

ଯେଉଁମାନଙ୍କୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ଅବା ଯେଉଁମାନେ ସରକାରୀ କାର୍ଯ୍ୟରେ ନିଯୁକ୍ତ ହୋଇଛନ୍ତି, କେବଳ ସେହିମାନଙ୍କୁ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାକୁ ପ୍ରବେଶ ପାଇଁ ଅନୁମତି ମିଳିବ।

Congress Ayodhya Ram Mandir Sonia Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe