Advertisment

ବିଷ ପାଲଟିଲାଣି ରାଜଧାନୀ ବାୟୁ, ବର୍ଷିଲେ ସୁପ୍ରିମକୋର୍ଟ

ପ୍ରଦୂଷଣ ରୋକିବା ଓ ନଡ଼ା ଜାଳିବାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯାଇ ନଥିବା ଯୋଗୁ କଡ଼ା ଉର୍ତ୍ସନା କରିଛନ୍ତି।

SC on Delhi Pollution

SC on Delhi Pollution

Advertisment

ବିଷ ପାଲଟିଲାଣି ରାଜଧାନୀ ବାୟୁ। ଦିନକୁ ଦିନ ଏହା ଅତ୍ୟନ୍ତ ଖରାପ ଶ୍ରେଣୀକୁ ଚାଲିଯାଉଛି। ଦିଲ୍ଲୀରେ ବଢ଼ି ଚାଲିଛି ବାୟୁ ପ୍ରଦୂଷଣ ମାତ୍ରା। ଖୋଲା ଆକାଶ ତଳେ ଲୋକଙ୍କ ନିଶ୍ୱାସ ନେବା ବି କଷ୍ଟକର ହୋଇପଡୁଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସମେତ ପଞ୍ଜାବ ଓ ହରିୟାଣା ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ସରକାର ଏନେଇ କ'ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

Advertisment

ବୁଧବାର ବାୟୁ ପ୍ରଦୂଷଣ ସହ ଜଡିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଜଷ୍ଟିସ ଅଭୟ ଓକ କହିଛନ୍ତି, କେନ୍ଦ୍ର ସରକାର ଏନେଇ କୌଣସି ବ୍ୟବସ୍ଥା କରିନାହାଁନ୍ତି। ପରିବେଶ ସୁରକ୍ଷା ଆଇନ ଶକ୍ତିହୀନ ହୋଇଯାଇଛି। ଧାରା ୧୫କୁ ସଂଶୋଧନ କରି ଦଣ୍ଡ ବଦଳରେ ଜରିମାନା ଲାଗୁ କରାଯାଇଛି। ତେବେ ଜରିମାନା ଆଦାୟ ପ୍ରକ୍ରିୟାକୁ ଅନୁସରଣ କରାଯାଇପାରିବ ନାହିଁ। ପ୍ରଦୂଷଣ ରୋକିବା ଓ ନଡ଼ା ଜାଳିବାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯାଇ ନଥିବା ଯୋଗୁ କଡ଼ା ଉର୍ତ୍ସନା କରିଛନ୍ତି।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଯଦି ଏହି ସରକାର ଆଇନ ପ୍ରଣୟନ କରିବାକୁ ପ୍ରକୃତରେ ଆଗ୍ରହୀ, ତେବେ ଅତି କମରେ ଗୋଟିଏ ମାମଲା ରୁଜୁ ହେବା ଉଚିତ। ସୁପ୍ରିମକୋର୍ଟ ପଞ୍ଜାବର ମୁଖ୍ୟ ସଚିବଙ୍କୁ କହିଛନ୍ତି ଯେ ପ୍ରାୟ ୧୦୮୦ ଉଲ୍ଲଂଘନକାରୀ (ନଡ଼ା ଜାଳିବା ବ୍ୟକ୍ତି) ଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। କିନ୍ତୁ ସେମାନଙ୍କୁ ଦଣ୍ଡା ଦେବା ବଦଳରେ ମାତ୍ର ୪୭୩ ଜଣଙ୍କ ଠାରୁ ସାମାନ୍ୟ ଜୋରିମାନା ଆଦାୟ କରାଯାଇ ତାଙ୍କୁ ଛାଡ଼ି ଦିଆଯାଇଛି। ୬୦୦ କିମ୍ବା ତା'ଠାରୁ ଅଧିକ ଲୋକଙ୍କୁ ସରକାର ବଞ୍ଚାଇ ଦେଇଛନ୍ତି।

Advertisment

ଏଭଳି ଗତ ତିନି ବର୍ଷ ହେଲା ଜାରି ରହିଛି। ଆପଣ ପ୍ରଦୂଷଣ ମାମଲାକୁ ବେଶ୍‌ ହାଲୁକାରେ ନେଉଛନ୍ତି। ଆଇନ୍‌ ଆପଣଙ୍କୁ ମକଦ୍ଦମା ଚଳାଇବାକୁ ଅନୁମତି ଦେଉଛି। କିନ୍ତୁ ଆପଣ କ୍ରମାଗତ ଭାବରେ ନିର୍ଦ୍ଦେଶ ଅନୁସରଣ କରୁନାହାଁନ୍ତି। ଆପଣ କେବଳ ନୋଟିସ୍ ଜାରି କରି ଦୋଷୀଙ୍କୁ ଛାଡି ଦେଉଛନ୍ତି। ଆପଣ ଜବାବ ଦାଖଲ କରି ଚାଲିଥିବେ ଆଉ ଆମେ ଶୁଣାଣି କରି ଚାଲିଥିବୁ। ଏଭଳି ଚଳିବ ନାହିଁ। ଏଭଳି ସ୍ଥିତିରେ କୌଣସି ସମାଧାନ ବାହାରିବ ନାହିଁ। ଯଦି ଆବଶ୍ୟକ ପଡେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲ ସୁପ୍ରିମକୋର୍ଟ ପଞ୍ଜାବ ଓ ହରିୟାଣା ସରକାରଙ୍କୁ ତାଗିଦ କରିଛନ୍ତି।

ଶୀତ ଆରମ୍ଭ ନ ହେଉଣୁ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ ହୋଇଥିବା ବେଳେ ଅଧିକାଂଶ ଅଂଚଳରେ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୩୦୦ ଅତିକ୍ରମ କରିଛି। ବିଶେଷ କରି ଏଥିପାଇଁ ପ୍ରତି ବର୍ଷ ହରିୟାଣା ଓ ପଞ୍ଜାବକୁ ଦାୟୀ କରାଯାଉଛି। ଏଠାରେ ପ୍ରତି ବର୍ଷ କୃଷକମାନେ ନଡା ଜାଳିବା ଯୋଗୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ୁଛି। ଏଭଳି ସ୍ଥିତିରେ ଦିଲ୍ଲୀବାସୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି।

Supreme Court Delhi Air Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe