Advertisment

'ପ୍ରାକୃତିକ ବିପର୍ଯ୍ୟୟ ବେଳେ କେଉଁଠି ଥିଲେ କଙ୍ଗନା?'

ଏଥର ବିଜେପି ହିମାଚଳ ପ୍ରଦେଶର ମଣ୍ଡିରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କୁ ଟିକେଟ୍‌ ଦେଇଛି। ଏହାକୁ ନେଇ ତାଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

author-image
Madhupriya Mistry
Kangana Ranaut

Kangana Ranaut

ଦେଶରେ ବାଜି ସାରିଛି ନିର୍ବାଚନୀ ବିଗୁଲ। ବିଜେପି, କଂଗ୍ରେସ ସମେତ ଅନେକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ଘୋଷଣା କରିସାରିଲାଣି। ସବୁ ଥର ଭଳି ଏଥର ମଧ୍ୟ ଅନେକ ଅଭିନେତା ଓ ଅଭିନେତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ନିଜ ଭାଗ୍ୟ ପରୀକ୍ଷା କରିବାକୁ। ଏହି ତାଲିକାରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାଓ୍ୱତ ମଧ୍ୟ ସାମିଲ ଅଛନ୍ତି। ତାଙ୍କୁ ଏଥର ବିଜେପି ହିମାଚଳ ପ୍ରଦେଶର ମଣ୍ଡିରୁ ଟିକେଟ୍‌ ଦେଇଛି। ଏହାକୁ ନେଇ କଙ୍ଗନାଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

Advertisment

ହିମାଚଳ ପ୍ରଦେଶର ମନ୍ତ୍ରୀ ତଥା କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂହ କଙ୍ଗନା ରଣାଓ୍ୱତଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ମଣ୍ଡିରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆସିଥିଲା, ରାସ୍ତା ଘାଟ ନଷ୍ଟ ହୋଇଯାଇଥିଲା, ପୋଲ ଧୋଇ ହୋଇଯାଇଥିଲା ସେତେବେଳେ କଙ୍ଗନା କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଯଦି କଙ୍ଗନା ନିର୍ବାଚନ ଜିତନ୍ତି ତେବେ କ'ଣ ସେ ମଣ୍ଡିରେ ରହିବେଏ ଯଦି ମଣ୍ଡିର ଜନତା କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ କ'ଣ ସାମାନେ ବିମାନ ଯୋଗେ ମୁମ୍ବାଇ ଯିବେ କି ବୋଲି କଂଗ୍ରେସ ନେତା ପ୍ରଶ୍ନ କରି କଙ୍ଗନା ଉପରେ ବର୍ଷିଛନ୍ତି। କେବଳ ସେତିକି ନୁହେଁ ନିର୍ବାଚନ ଜିତିଲା ପରେ କଙ୍ଗନା କ'ଣ ବ୍ଲକସ୍ତରକୁ ଯିବେ। ପଞ୍ଚାୟତର ସମସ୍ୟା ବୁଝିବେ। ହିମାଚଳର ଜନତା ଯେତେବଳେ ଅସୁବିଧାରେ ଥିଲେ ସେତେବେଳେ କଙ୍ଗନା କେଉଁଠି ଥିଲେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

Advertisment

ସୂଚନା ମୁତାବକ, ମଣ୍ଡି ଆସନରୁ କଂଗ୍ରେସ ନିଜ ରାଜ୍ୟ ସଭାପତି ପ୍ରତିଭା ସିଂହଙ୍କୁ ପ୍ରାର୍ଥୀ କରିପାରେ। ଯନି ଏଭଳି ହୁଏ ତେବେ ଏହି ଆସନରୁ କଙ୍ଗନାଙ୍କୁ କଡା ମୁକାବିଲର ସାମ୍ନା କରିବାକୁ ପଡିବ।

Congress Kangana Ranaut Himachal Pradesh Loksabha Election 2024