Advertisment

Congress leader: ଭେନେଜୁଏଲା ଭଳି ଆମ ପ୍ରଧାନମନ୍ତ୍ରୀଙ୍କୁ ଅପହରଣ କରିବେ କି ଟ୍ରମ୍ପ? ବିବାଦରେ କଂଗ୍ରେସ ନେତାଙ୍କ ବୟାନ

କଂଗ୍ରେସ ନେତା ଚୌହାନ ପ୍ରଶ୍ନ କରିଛନ୍ତି ଯେ “କ’ଣ ଭେନେଜୁଏଲା ଭଳି କିଛି ଘଟଣା ଭାରତରେ ଘଟିବ? କ’ଣ ଟ୍ରମ୍ପ ଆମ ପ୍ରଧାନମନ୍ତ୍ରୀଙ୍କୁ ଅପହରଣ କରିନେବେ?” ତାଙ୍କର ଏପରି ବୟାନକୁ ଜମ୍ମୁ-କଶ୍ମୀରର ପୂର୍ବତନ ପୁଲିସ୍‌ ମୁଖିଆ ଏସ୍‌ପି ବୈଦ ନାପସନ୍ଦ କରିଛନ୍ତି।

Congress

ଚୌହାନ

Advertisment

ଭେନେଜୁଏଲାରେ ଆମେରିକା ଯାହା ସବୁ ଘଟାଇଲା, ସେସବୁ କ’ଣ ଭାରତରେ ଘଟିପାରେ ବୋଲି ପ୍ରଶ୍ନ କରି ବିବାଦ ସୃଷ୍ଟି କରିଛନ୍ତି କଂଗ୍ରେସ(Congress) ନେତା ପୃଥ୍ୱୀରାଜ ଚୌହାନ। ନିକଟରେ ଆମେରିକା ପକ୍ଷରୁ ଭେନେଜୁଏଲାରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

Advertisment

ଏହି ସମୟରେ ଆମେରିକା ସେନା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ପଣବନ୍ଦୀ କରି ନେଇଛି। ଏହି ପ୍ରସଙ୍ଗକୁ ଉଦାହରଣ ରୂପରେ ଉପସ୍ଥାପନ କରି କଂଗ୍ରେସ ନେତା ଚୌହାନ ପ୍ରଶ୍ନ କରିଛନ୍ତି ଯେ “କ’ଣ ଭେନେଜୁଏଲା ଭଳି କିଛି ଘଟଣା ଭାରତରେ ଘଟିବ? କ’ଣ ଟ୍ରମ୍ପ ଆମ ପ୍ରଧାନମନ୍ତ୍ରୀଙ୍କୁ ଅପହରଣ କରିନେବେ?” 

ତାଙ୍କର ଏପରି ବୟାନକୁ ଜମ୍ମୁ-କଶ୍ମୀରର ପୂର୍ବତନ ପୁଲିସ୍‌ ମୁଖିଆ ଏସ୍‌ପି ବୈଦ ନାପସନ୍ଦ କରିଛନ୍ତି। ଚୌହାନଙ୍କ ବୟାନ ପୂରା ଦେଶ ପାଇଁ ଅପମାନଜନକ ବୋଲି ସେ କହିଛନ୍ତି। ସୋଶାଲ ମିଡିଆରେ ମଧ୍ୟ ପୃଥ୍ୱୀରାଜ ଚୌହାନଙ୍କ ବୟାନକୁ ବ୍ରେନ ଡେଡ୍‌, ମୁର୍ଖ, ନିର୍ବୋଧ ଇତ୍ୟାଦି ଭାବେ ଚିତ୍ରଣ କରାଯାଇଛି। 

Advertisment

ଏକଦା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଥିବା ଚୌହାନ ଆମେରିକା ଲାଗୁ କରୁଥିବା ଟାରିଫ ଉପରେ ମତ ଦେବା ବେଳେ ଏପରି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “୫୦% ଟାରିଫରେ ବ୍ୟବସାୟ କରିବା ଅସମ୍ଭବ। ଭାରତ-ଆମେରିକା ବାଣିଜ୍ୟକୁ ବନ୍ଦ କରିବା ବିଶେଷ କରି ଆମେରିକାକୁ ଭାରତରୁ ରପ୍ତାନୀ ହେଉଥିବା ଜିନିଷ ଉପରେ ରୋକ ଲଗାଇବା ପାଇଁ ଏପରି ଟାରିଫ ଲଗାଯାଇଛି।

ଯେହେତୁ ସିଧାସଳଖ ବ୍ୟାନ ଲଗାଯାଇପାରିବ ନାହିଁ, ତେଣୁ ବ୍ୟବସାୟକୁ ବନ୍ଦ କରିବା ପାଇଁ ଟାରିଫର ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ଭାରତ ଏହାର ମୂଲ୍ୟ ନିଶ୍ଚିତ ବହନ କରିବ। 

ପୂର୍ବରୁ ଆମେରିକାକୁ ଦ୍ରବ୍ୟ ରପ୍ତାନୀ କରି ଆମ ଲୋକମାନେ ପାଉଥିବା ଲାଭ ଆଉ ପାଇବେ ନାହିଁ। ଆମକୁ ବିକଳ୍ପ ବଜାର ଦେବାକୁ ପଡ଼ିବ ଓ ଏହି ଦିଗରେ ଉଦ୍ୟମ ଆରମ୍ଭ ହୋଇ ସାରିଛି।” 

ଏହାପରେ ସେ କରିଥିବା ପ୍ରଶ୍ନ ସମସ୍ତଙ୍କୁ ଚକିତ କରିଛି। ଟ୍ରମ୍ପ ଭେନେଜୁଏଲାରେ ଯାହା କରିଛନ୍ତି, ସେମିତି କିଛି ଭାରତରେ କରିବେ କି ଚୌହାନ ପ୍ରଶ୍ନ କରି ବିବାଦ ସୃଷ୍ଟି କରିଛନ୍ତି। 

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe