Advertisment

ନବରାତ୍ରୀରେ ମୁଖ୍ୟମନ୍ତ୍ରୀ ଆବାସ ଛାଡ଼ିବେ କେଜ୍ରିୱାଲ, କହିଲେ...

ଗତକାଲି ଜନ୍ତର ମନ୍ତରରେ ଏକ ସଭାକୁ ସମ୍ବୋଧନ କରି କେଜ୍ରିୱାଲ କହିଛନ୍ତି, ନବରାତ୍ରୀରେ ହିଁ ମୁଁ ନିଜ ସରକାରୀ ଘର ଖାଲି କରିଦେବି।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଥିବା ଅରବିନ୍ଦ କେଜ୍ରିୱାଲ ଏବେ ସରକାରୀ ଆବାସ ବି ଛାଡ଼ିବେ। ତେବେ କେବେ ସେ ସରକାରୀ ଆବାସ ଛାଡ଼ିବେ ଓ ତାଙ୍କ ନୂଆ ଠିକଣା କ’ଣ ହେବ ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି କେଜ୍ରିୱାଲ ।

Advertisment

ଗତକାଲି ଜନ୍ତର ମନ୍ତରରେ ଏକ ସଭାକୁ ସମ୍ବୋଧନ କରି କେଜ୍ରିୱାଲ କହିଛନ୍ତି, ନବରାତ୍ରୀରେ ହିଁ ମୁଁ ନିଜ ସରକାରୀ ଘର ଖାଲି କରିଦେବି। ଏହାପରେ ମୁଁ ଆପଣମାନଙ୍କ ଗହଣକୁ ଚାଲି ଆସିବି। ଆପଣମାନଙ୍କ ସହ ରହିବି ।

ଦିଲ୍ଲୀରେ ହେବାକୁ ଥିବା ନିର୍ବାଚନ ମୋ’ ପାଇଁ ଅଗ୍ନି ପରୀକ୍ଷା ସଦୃଶ। ଯଦି ଆପଣମାନେ ଭାବୁଛନ୍ତି ମୁଁ କିଛି କାମ କରିଛି, ସଚ୍ଚୋଟ ଅଛି ତା’ ହେଲେ ଆପଣମାନେ ପୁଣି ଥରେ ଆମକୁ ଜିତାଇବେ ବୋଲି ଆଶା କରୁଛି।

Advertisment

ସେ କହିଛନ୍ତି, ଗତ ୧୦ ବର୍ଷ ହେଲା ଅତି ସଚ୍ଚୋଟତାର ସହ ମୁଁ ଦିଲ୍ଲୀବାସୀଙ୍କ ସେବା କରି ଆସିଛି। ବିଜେପି ଯେତେବେଳେ ନିର୍ବାଚନ ଜିତି ପାରିବନି ବୋଲି ଭାବିଲା, ସେତେବେଳେ ଷଡଯନ୍ତ୍ର କରି ଆମର ଜଣକ ପରେ ଜଣେ ନେତାଙ୍କୁ ଜେଲ୍‌ରେ ପୂରାଇଲା। ମୁଁ ଭ୍ରଷ୍ଟାଚାର, ଦୁର୍ନୀତି ଦାଗ ନେଇ କୁର୍ସିରେ ବସି ପାରିବିନି । ମୋତେ କ୍ଷମତା, ଟଙ୍କାର ଲୋଭ ନାହିଁ। ହେଲେ ମୁଁ ଇଜ୍ଜତର ସହ ବଞ୍ଚିବାକୁ ଚାହୁଁଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ବୋଲି କହିଛନ୍ତି କେଜ୍ରିୱାଲ ।

ମୁଁ ଇସ୍ତଫା ଦେଇ ସାରିଥିବା ବେଳେ ତୁରନ୍ତ ସରକାରୀ ଘର ବି ଖାଲି କରିବା କଥା। କିନ୍ତୁ ମୋ’ ପାଖରେ ଘର ନାହିଁ। ମୋତେ ବହୁ ଲୋକ ପ୍ରଶ୍ନ କରୁଛନ୍ତି, ୧୦ ବର୍ଷ ଭିତରେ ଆପଣ ଘରଟିଏ କରି ପାରିଲେନି। ତେଣୁ ଲୋକମାନେ ନିଜ ଘରେ ମାଗଣାରେ ରହିବାକୁ ମୋତେ କହୁଛନ୍ତି। ତେଣୁ ମୁଁ ନବରାତ୍ରୀରେ ଆପଣମାନଙ୍କ ଗହଣକୁ ଚାଲି ଆସିବି ବୋଲି ସେ କହିଛନ୍ତି।  

Delhi Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe