Advertisment

Winter session of Parliament: ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ

ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ। ଡିସେମ୍ବର ୧ରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ(Winter session of Parliament) ଡିସେମ୍ବର ୧୯ ଯାଏ ଚାଲିବ।

Lok-sabha

ଲୋକସଭା (ଫାଇଲ ଫଟୋ)

Advertisment

ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ। ଡିସେମ୍ବର ୧ରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ(Winter session of Parliament) ଡିସେମ୍ବର ୧୯ ଯାଏ ଚାଲିବ। ଏ ସମ୍ପର୍କରେ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। 

Advertisment

ଏକ୍ସରେ ଏ ସମ୍ପର୍କରେ ସୂଚନା ଦେଇ ରିଜିଜୁ ଲେଖିଛନ୍ତି, “ସମ୍ମାନୀୟ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରି ଡିସେମ୍ବର ୧ରୁ ୧୯ ଯାଏ ସଂସଦର ଶୀତ ଅଧିବେଶ ଚାଲୁ ରଖିବାକୁ ଅନୁମତି ଦେଇଛନ୍ତି। ଗୋଟିଏ ଗଠନମୂଳକ ଓ ସଫଳ ଅଧିବେଶର ଆଶା ରହିଛି, ଯାହା ଗଣତନ୍ତ୍ରକୁ ମଜବୁତ କରିବ। ଏଥିସହ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବ।” 

ଆସନ୍ତା ଶୀତ ଅଧିବେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆସିବାର ରହିଛି। ଜାତୀୟ ସ୍ୱାର୍ଥ ସହ ଜଡ଼ିତ କିଛି ବିଲ ସରକାର ଉପସ୍ଥାପନ କରିପାରନ୍ତି। ଏହାକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ବଡ଼ ବିତର୍କ ହେବ। ନୂଆ ବର୍ଷ ପୂର୍ବରୁ ସରକାର କିଛି ନୂଆ ବ୍ୟବସ୍ଥା ଗ୍ରହଣ କରିବା ମୁଡରେ ରହିଛନ୍ତି। ଏହାବାଦ ବିହାର ବିଧାନସଭା ନିର୍ବାଚନ ପରେ ସଂସଦର ଶୀତ ଅଧିବେଶ ବସିବ। 

Advertisment

ତେଣୁ ବିହାର ନିର୍ବାଚନ ରେଜଲ୍ଟର ପ୍ରଭାବ ମଧ୍ୟ ସଂସଦ ଉପରେ ପଡ଼ିବାର ସମ୍ଭାବନା ରହିଛି। ବିହାରରେ ଏବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ୧୧ରେ ଶେଷ ପର୍ଯ୍ୟାୟ ମତଦାନ ହେବ। ଏହାପରେ ନଭେମ୍ବର ୧୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ ସିଧାସଳଖ ଲଢ଼େଇ ବିହାରରେ ଚାଲିଛି। 

Parliament Winter Session Of Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe