Advertisment

ଆସନ୍ତା ୪ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ

ଗତ ସେପ୍ଟେମ୍ବର ମାସରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ବସିଥିଲା।

author-image
Jitendra Garnayak
 New Parliament Building

New Parliament Building

ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ। ଏହା ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୧୯ ଦିନ ମଧ୍ୟରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିଛି। ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ‘X’ ଏକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି।

Advertisment

ସାଧାରଣତଃ ନଭେମ୍ବର ମାସରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୁଏ। କିନ୍ତୁ ଏଥର ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ଶୀତ ଅଧିବେଶନ ଡିସେମ୍ବର ମାସରୁ ଆରମ୍ଭ ହେଉଛି।

ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଉଥିବା ବେଳେ ତା’ପର ଦିନଠାରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ। ନୂଆ ସଂସଦ ଭବନରେ ବସିବ ଏହି ଅଧିବେଶନ।

Advertisment

ଗତ ସେପ୍ଟେମ୍ବର ମାସରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ସଂସଦର ନୂଆ କୋଠାରେ ଏହି ଅଧିବେଶନ ବସିଥିଲା। ଏହି ଅଧିବେଶନରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା।

Winter Session Of Parliament