Advertisment

ଫୁଲ୍‌ ଆକ୍ସନ ମୁଡରେ ଇଡି; ୫୦ ଦିନରେ ୩ ନେତାଙ୍କୁ ବାନ୍ଧିଲାଣି

ଆଗକୁ ନିର୍ବାଚନ ଥିବା ବେଳେ ଏବେ ଫୁଲ୍‌ ଆକ୍ସନ ମୁଡରେ ଅଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ୫୦ ଦିନରେ ଇଡି ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆଉ ଜଣେ ବରିଷ୍ଠ ନେତ୍ରୀଙ୍କୁ ବାନ୍ଧି ସାରିଲାଣି।

author-image
Niharika Rout
ଅଦ୍ୟତନ ହୋଇଛି
hemant-soren, arvind-kejriwal & k-kavitha

hemant-soren, arvind-kejriwal & k-kavitha

ଆଗକୁ ନିର୍ବାଚନ ଥିବା ବେଳେ ଏବେ ଫୁଲ୍‌ ଆକ୍ସନ ମୁଡରେ ଅଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ୫୦ ଦିନରେ ଇଡି ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆଉ ଜଣେ ବରିଷ୍ଠ ନେତ୍ରୀଙ୍କୁ ବାନ୍ଧି ସାରିଲାଣି। ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ବିଜେପି ଏପରି ଭାବେ ବିରୋଧୀଙ୍କୁ ରାସ୍ତାରୁ ହଟାଉଥିବା ଅଭିଯୋଗ ହେଉଛି। କିନ୍ତୁ ସମସ୍ତ ତଥ୍ୟ, ପ୍ରମାଣ ଆଧାରରେ ଏହି ସବୁ ଗିରଫଦାରୀ କରାଯାଉଥିବା ସଫେଇ ଦେଉଛି ବିଜେପି।

Advertisment

ଅବକାରୀ ଦୁର୍ନୀତି ମାମଲାରେ ଗତ ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବାନ୍ଧିଛି ଇଡି। ଏହା ପୂର୍ବରୁ ଜାନୁୟାରୀ ୩୧ ତାରିଖରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହୋଇଥିବା ବେଳେ ଗତ ୧୫ ତାରିଖରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ବାନ୍ଧିଛି ଇଡି । ଉଭୟ କେଜ୍ରିୱାଲ ଓ କେ. କବିତାଙ୍କୁ ମଦ ଦୁର୍ନୀତି ମାମଲାରେ ଇଡି ବାନ୍ଧିଥିବା ବେଳେ ହେମନ୍ତ ସୋରେନ ଜମି ଦୁର୍ନୀତି ମାମଲାରେ ବନ୍ଧା ହୋଇଛନ୍ତି।

ଅବକାରୀ ଦୁର୍ନୀତି ମାମଲାରେ ୯ ଥର ସମନ ସତ୍ତ୍ୱେ କେଜ୍ରିୱାଲ ଇଡିରେ ହାଜର ହେଉନଥିଲେ। ଗିରଫଦାରୀ ଆଶଙ୍କାକୁ ଟାଳିବା ପାଇଁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର କୋର୍ଟ କୌଣସି ପ୍ରକାରର ସୁରକ୍ଷା ଦେବାକୁ ମନା କରିବାରୁ ଇଡି ଟିମ୍‌ ଗତକାଲି ସନ୍ଧ୍ୟାରେ କେଜ୍ରିୱାଲଙ୍କ ଘରେ ପହଞ୍ଚି ଯାଇଥିଲେ। ସେଠାରେ ଦୁଇ ଘଣ୍ଟାର ଖାନତଲାସୀ ପରେ କେଜ୍ରିୱାଲଙ୍କୁ ଗିରଫ କରି ଇଡି ନିଜ ହେପାଜତକୁ ନେଇଥିଲା।

Advertisment

ଆଜି ସୁପ୍ରିମ କୋର୍ଟରେ କେଜ୍ରିୱାଲଙ୍କ ମାମଲାର ଶୁଣାଣି ହେବ । ଗିରଫ ହେବା ପରେ ବି କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେନି ବୋଲି ସ୍ପଷ୍ଟ କରିଛନ୍ତି ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ । ସେ ଜେଲ୍‌ରୁ ରହି ଶାସନ ଚଳାଇବେ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗତ ୧୫ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ଗିରଫ କରିଥିଲା।

ଦିଲ୍ଲୀର ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ କ୍ଷମତାସୀନ ଆପ୍‌କୁ ସାଉଥ ଗ୍ରୁପ ୧୦୦ କୋଟି ଟଙ୍କା ଦେଇଥିବା ଅଭିଯୋଗ ହେଇଥିଲା। ଏହି ଗ୍ରୁପର ସଦସ୍ୟ ହେଉଛନ୍ତି କବିତା ବୋଲି ଇଡି ଚାର୍ଜଶିଟରେ ଅଭିଯୋଗ କରିଥିଲା। କିନ୍ତୁ ଏହାକୁ କବିତା ଖଣ୍ଡନ କରିବା ସହ ଇଡି ନୋଟିସକୁ  ମୋଦି ନୋଟିସ ବୋଲି କହିଥିଲେ। ଏହି ମାମଲାରେ ଆକୟର ବିଭାଗ ଓ ଇଡି କବିତାଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଥିବାରୁ ତାଙ୍କୁ ବାରମ୍ବାର ସମନ କରିଥିଲେ। ମାତ୍ର କବିତା ଏହାକୁ ଏଡାଇ ଯାଉଥିଲେ। ଶେଷରେ ଗତ ୧୫ ତାରିଖରେ ହାଇଦ୍ରାବାଦସ୍ଥିତ କବିତାଙ୍କ ବାସଭବନରେ ଆୟକର ବିଭାଗ ଓ ଇଡି ରେଡ କରି ତାଙ୍କୁ ଗିରଫ କରି ଦିଲ୍ଲୀ ଆଣିଥିଲେ।

୬୦୦ କୋଟିର କୋଇଲା ଦୁର୍ନୀତି ଘଟଣାରେ ଜାନୁଆରୀ ୩୧ରେ ଇଡି ଝାରଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ଇଡି। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଇଡି ତାଙ୍କୁ ଜେରା କରିଥିଲା। ଗିରଫ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ସରିଥିବା ବେଳେ ହେମନ୍ତ ସୋରେନ ଇଡିର ଗିରଫ ମେମୁରେ ଦସ୍ତଖତ କରିଥିଲେ।

ଯେତେବେଳେ ତାଙ୍କୁ ୬ ଘଣ୍ଟାର ଜେରା ପରେ ଇଡି କାର୍ଯ୍ୟାଳୟକୁ ନିଆଯାଉଥିଲା ସେତେବେଳେ ସେ ରାଜଭବନକୁ ଯିବାକୁ ଇଚ୍ଛା କରିଥିଲେ। ସେଠାରେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। ଇସ୍ତଫା ଦେବା କ୍ଷଣି ତାଙ୍କୁ ଗିରଫ କରାଯାଇଥିଲା। ମାତ୍ର କିଛି ମିନିଟ ମଧ୍ୟରେ ଗିରଫଦାରୀ କରାଯାଇଥିଲେ ହେଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇ ସାରିଥିଲେ।

କିନ୍ତୁ କେଜ୍ରିୱାଲ କୌଣସି ପ୍ରକାରର ଇସ୍ତଫା ଦେଇ ନାହାନ୍ତି। ଗିରଫଦାରୀ ପରେ ମଧ୍ୟ ସେ ଇସ୍ତଫା ଦେବେ ନାହିଁ ବୋଲି ଆପ କହି ସାରିଛି।

Arvind Kejriwal Hemant Soren