wolf
ଉତ୍ତରପ୍ରଦେଶ ବାହରାଇଚ୍ରେ ମଣିଷଖିଆ ଗଧିଆର ଆତଙ୍କ ଥମିବା ନାଁ ଧରୁନି । ଗତକାଲି ସୁଦ୍ଧା ୫ଟି ଗଧିଆ ଧରା ପଡ଼ିଥିଲେ ବି ଥମୁନି ଆକ୍ରମଣ । ଗତରାତିରେ ପୁଣି ଥରେ ଗଧିଆ ଆକ୍ରମଣରେ ଜଣେ ୧୧ ବର୍ଷୀୟା ନାବାଳିକା ଗୁରୁତର ହୋଇଛି।
ନାବାଳିକାଜଣକ ଘରେ ଶୋଇଥିବା ବେଳେ ଗଧିଆ ତାକୁ ଘରୁ ଟାଣିନେଇଥିଲା। ଗଧିଆ ଆକ୍ରମଣରେ ନାବାଳିକାଜଣକ ଲହୁଲୁହାଣ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ନାବାଳିକାର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ବାହରାଇଚ୍ରେ ଗଧିଆ ଆତଙ୍କ ଜାରି ରହିଥିବା ବେଳେ ଗତକାଲି ସୁଦ୍ଧା ୫ଟି ଗଧିଆକୁ କାବୁ କରି ସାରିଛି ବନ ବିଭାଗ । ଏବେ ବି ଆଉ ଏକ ମଣିଷଖିଆ ଗଧିଆ ବାହାରେ ବୁଲୁଥିବା ଜଣାଯାଇଛି। ତେବେ ଅନ୍ୟ ଗଧିଆମାନେ ଧରା ପଡ଼ି ସାରିଥିବା ବେଳେ ବାହାରେ ବୁଲୁଥିବା ଗଧିଆଟି ଅଧିକ ଆକ୍ରାତ୍ମକ ହୋଇଥିବା ଅନୁମାନ କରାଯାଉଛି। ଗଧିଆ ଆକ୍ରମଣରେ ଏଯାବତ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି।
ବନ ବିଭାଗ ପକ୍ଷରୁ ‘ଅପରେସନ ଗଧିଆ’ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଶେଷ ଗଧିଆକୁ ବି ଖୁବ୍ ଶୀଘ୍ର କାବୁ କରାଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
