Advertisment

କାବୁ ହେଲା ଘାତକ ଗଧିଆ, ୭ ପିଲାଙ୍କ ସହିତ ଜଣେ ମହିଳାଙ୍କ ଜୀବନ ନେଇଥିଲା

ଦୀର୍ଘ ଦୁଇ ମାସ ହେବ ଆତଙ୍କ ସୃଷ୍ଟି କରିଥିବା ଗଧିଆ ଶେଷରେ ଧରା ପଡ଼ିଛି।

ଅଦ୍ୟତନ ହୋଇଛି
Tranquilized wolf

Tranquilized wolf

Advertisment

ଉତ୍ତର ପ୍ରଦେଶରେ ଆତଙ୍କ ସୃଷ୍ଟି କରିଥିବା ଗଧିଆ ଶେଷରେ ଧରା ପଡ଼ିଛି। ପାଖାପାଖି ୮ ଜଣଙ୍କ ଜୀବନ ନେଇଥିବା ଗଧିଆକୁ କାବୁ କରିଛି ବନ ବିଭାଗ। ଗତ ଦୁଇ ମାସ ମଧ୍ୟରେ ୭ ଜଣ ଛୋଟ ପିଲାଙ୍କ ସମେତ ଜଣେ ମହିଳାଙ୍କ ଜୀବନ ନେଇଥିଲା ଏହି ଘାତକ ଗଧିଆ। 

Advertisment

ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ବାହରୈଚରେ ଆତଙ୍କ ସୃଷ୍ଟି କରିଥିଲା ଏହି ଗଧିଆ। ଗତ ଦୁଇ ମାସ ମଧ୍ୟରେ ୮ ଜଣଙ୍କୁ ହତ୍ୟା କରି ଥିବାବେଳେ ଶେଷ ଥର ପାଇଁ ମଙ୍ଗଳବାର ଏକ ନବଜାତ ଶିଶୁକୁ ମାରିଥିଲା। ଫଳରେ ଗଧିଆକୁ ଧରିବା ପାଇଁ ବନ ବିଭାଗ ବ୍ୟାପକ ପନ୍ଥା ଆପଣାଇଥିଲା।

ବନ ବିଭାଗ ଓ ଅଗ୍ନିଶମବାହିନୀ ମିଳିତ ଭାବରେ ଗଧିଆକୁ କାବୁ କରିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 'ଅପରେସନ୍ ଭେଡିଆ' ଆରମ୍ଭ କରାଯାଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ, ସେମାନେ ଗଧିଆକୁ ଧରିବା ପାଇଁ ୧୬ଟି ଟିମ୍ ନିୟୋଜିତ କରିଥିଲେ।

Advertisment

ଏଥିପାଇଁ ଡ୍ରୋନ୍ କ୍ୟାମେରା ଏବଂ ଥର୍ମାଲ୍ ଡ୍ରୋନ୍ ମ୍ୟାପିଂ ମଧ୍ୟ ବ୍ୟବହାର କରାଯାଇଥିଲା। ଗଧିଆକୁ ଟ୍ରାଙ୍କୁଲାଇଜ କରାଯାଇ ପ୍ରାଣୀ ଉଦ୍ୟାନରେ ରଖାଯାଇଛି।

ସୂଚନା ଅନୁସାରେ, ଅଧିକାରୀମାନେ ଏପର୍ଯ୍ୟନ୍ତ ଚାରିଟି ଗଧିଆକୁ କାବୁ କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଟି ଗଧିଆ ଖୋଲା ସ୍ଥାନରେ ଛଡ଼ା ଯାଇ ଥିବାବେଳେ ହତ୍ୟାକାରୀ ଗଧିଆକୁ କାବୁ କରି ପ୍ରାଣୀ ଉଦ୍ୟାନରେ ରଖାଯାଇଛି। 

UP Wolf Attack Wolf Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe