Advertisment

ମା'-ଝିଅଙ୍କ ଉପରେ ଚଢ଼ିଗଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଅବୈଧ ରୂପେ ରେଳ ଫାଟକ ଅତିକ୍ରମ କରୁଥିବା ବେଳେ ଏମାନଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି।

Vande Bharat Express Train

Vande Bharat Express Train

Advertisment

ଥମୁନି ରେଳ ଦୁର୍ଘଟଣା। ବାରମ୍ବାର ରକ୍ତର ହୋଲି ଖେଳୁଛି ଲୌହ ଦାନବ। ମା' ଓ ଦୁଇ ଝିଅଙ୍କ ଉପରେ ଚଢ଼ି ଯାଇଛି ଏକ୍ସପ୍ରେସ ଟ୍ରେନ୍‌। ଫଳରେ ଆଖି ପିଛୁଳାକେ ପୂରା ପରିବାର ଖଣ୍ଡ ଖଣ୍ଡ ହୋଇଯାଇଛନ୍ତି। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଉତ୍ତରପ୍ରଦେଶର ମେରଟ୍‌ରେ।

Advertisment

ରବିବାର ସନ୍ଧ୍ୟାରେ ମେରଟର କଙ୍କରଖେଡା ନିକଟସ୍ଥ କାସମପୁର ଫାଟକ ନିକଟରେ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଜଣେ ମହିଳା ଓ ୨ ଝିଅଙ୍କ ଉପରେ ଚଢ଼ି ଯାଇଛି। ଫଳରେ ଘଟଣାସ୍ଥଲରେ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୪୦ ବର୍ଷୀୟ ମହିଳା ଓ ତାଙ୍କ ୨ ଝିଅ ଅଛନ୍ତି। ଅବୈଧ ରୂପେ ରେଳ ଫାଟକ ଅତିକ୍ରମ କରୁଥିବା ବେଳେ ଏମାନଙ୍କ ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପୀୟୂଷ କୁମାର ସିଂହ କହିଛନ୍ତି, ଜଗୁଆଳି ଥିବା କସମ୍‌ପୁର ରେଳ ଫାଟକ ବନ୍ଦ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ଖଣ୍ଡବିଖଣ୍ଡିତ ଶବଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisment

ପୁଲିସ ସୂଚନା ମୁତାବକ, କଙ୍କରଖେଡା ନିବାସୀ ନରେଶ ଗୋଟାଏ ‌ଠେଲା ଗାଡି ନେଇ ଯାଉଥିଲେ। ଠେଳା ଗାଡି ପଛରେ ବସିଥିଲେ ତାଙ୍କ ୪୦ ବର୍ଷୀୟ ସ୍ତ୍ରୀ ମୋନା, ୧୪ ବର୍ଷୀୟ ଝିଅ ମନୀଷା ଓ ୭ ବର୍ଷୀୟ ଝିଅ ଚାରୁ। କସମପୁର ଜଗୁଆଳି ଥିବା ରେଳ ଫାଟକ ବନ୍ଦ ଥିବାରୁ ନରେଶ ଫାଟକ ତଳବାଟେ ପ୍ରବେଶ କରି ରେଳ ଧାରଣା ଅତିକ୍ରମ କରୁଥିଲେ। ସେତିକି ବେଳେ ଏହି ଟ୍ରାକ୍‌ରେ ୧୨୦ ସ୍ପିଡ୍‌ରେ ଆସୁଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଧକ୍କା ଦେଇ ମୋନା ଓ ତାଙ୍କ ୨ ଝିଅଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଆଖିପିଛୁଳାକେ ସମାନଙ୍କ ମୃତ୍ୟୁ ହେବା ସହ ସେମାନଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ବିଛାଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ଦୁର୍ଘଟଣା ସମୟରେ ଫାଟକ ବନ୍ଦ ଥିବା ବେଳେ ବନ୍ଦେ ଭାରତ ଟ୍ରେନ୍‌ ଆସିବା ପାଇଁ ସିଗ୍‌ନାଲ ଗ୍ରୀନ୍‌ ମଧ୍ୟ ଥିଲା।

Uttar Pradesh Train Accident Vande Bharat Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe