Advertisment

ବହୂକୁ ଏସିଡ୍‌ ପିଆଇ ଶାଶୂ ଘର ଲୋକେ ମାରିଦେଲେ

ଯୌତୁକଜନିତ ଦାବିର କରୁଣ ପରିଣତି।

author-image
Tapas Behera
dead

dead

ଯୌତୁକଜନିତ ଦାବିର କରୁଣ ପରିଣତି। ଯୌତୁକ ନଦେଇ ପାରିବାରୁ ଶାଶୂ ଘର ଲୋକେ ବହୂକୁ ଏସିଡ୍‌ ପିଇବା ପାଇଁ ବାଧ୍ୟ କଲେ। ଆଉ ଏସିଡ୍‌ ପିଇ ସମ୍ପୃକ୍ତ ମିଳାଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଉଦଳା ଜାଗିର ଗ୍ରାମରେ ଏହି ଘଟଣା ଘଟିଛି। ଏସିଡ୍‌ ପିଇ ଜଣେ ୨୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଶନିବାର ଜଣେ ପୋଲିସ ଅଧିକାରୀ ଏହା କହିଛନ୍ତି। ମୃତକ ହେଲେ ଅଞ୍ଜୁମ। ମୃତ୍ୟୁ ପୂର୍ବରୁ ତାଙ୍କର ଜମାନବନ୍ଦୀ ରେକର୍ଡ଼ କରାଯାଇଛି। ଜଣେ ମାଜିଷ୍ଟ୍ରେଟଙ୍କ ଆଗରେ ସମ୍ପୃକ୍ତ ପୀଡ଼ିତା କହିଥିଲେ ଯେ, ତାଙ୍କ ଶାଶୂ ତାଙ୍କୁ ଏସିଡ୍ ପିଇବାକୁ ବାଧ୍ୟ କରିଥିଲେ ।

Advertisment

କାରଣ ତାଙ୍କ ବାପା ମା’ ଯୌତକୁ ବାବଦକୁ ୨.୫୦ ଲକ୍ଷ ସହ ଏକ କାର ଦେବାକୁ ଅକ୍ଷମ ହୋଇଥିଲେ। ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ ଆଇପିସିର ସମ୍ପୃକ୍ତ ବିଭାଗ ଅଧୀନରେ ନବାବଗଞ୍ଜ ପୋଲିସ ଷ୍ଟେସନରେ ତାଙ୍କ ସ୍ୱାମୀ ଏବଂ ଶାଶୂଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇଛି। ବରେଲି (ଗ୍ରାମୀଣ) ପୋଲିସ ଅଧୀକ୍ଷକ ରାଜକୁମାର ଅଗ୍ରୱାଲ କହିଛନ୍ତି ଯେ, ଏହା ଏକ ଗମ୍ଭୀର ବିଷୟ। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଅଞ୍ଜୁମ ୬ ବର୍ଷ ପୂର୍ବେ ଉଦଲା ଜାଗିର ଗାଁର ଇଲିୟାସଙ୍କୁ ବିବାହ କରିଥିଲେ। ତାଙ୍କ ଭଉଣୀ କହିଛନ୍ତି ଯେ, ଅଞ୍ଜୁମ୍ ୧୫ ଦିନ ପୂର୍ବରୁ ତାଙ୍କ ବାପ ଘରକୁ ଯାଇଥିଲେ। ସେମାନଙ୍କୁ ଜଣାଇଥିଲେ ଯେ ତାଙ୍କ ଶାଶୂ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି। ଏବଂ ନଗଦ ଅଢ଼େଇ ଲକ୍ଷ ଏବଂ କାର ମାଗୁଛନ୍ତି। ପରେ ଅଞ୍ଜୁମ ତାଙ୍କ ଶାଶୂଘରକୁ ଫେରିଯାଇଥିଲେ।

ଫେବୃଆରୀ ୨୧ ରେ, ତାଙ୍କ ପରିବାର ସଦସ୍ୟ ଜାଣିବାକୁ ପାଇଲେ ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେତେବେଳେ ପରିବାର ସଦସ୍ୟ ତାଙ୍କୁ ଭେଟିବାକୁ ଆସିଥିଲେ, ଅବସ୍ଥା ଗୁରୁତର ଥିଲା। ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଛି।

Advertisment
India