Advertisment

Dangerous Reels: ରିଲ କରିବା ବେଳେ ଭୁଲରେ ଝୁଲି ପଡ଼ିଲେ ମହିଳା

ବିପଦଜନକ ଶୁଟିଂ ହଠାତ ଭୟଙ୍କର ରୂପ ନେଇଥିଲେ। ଷ୍ଟୁଲରୁ ତାଙ୍କ ଗୋଡ଼ ଖସିଯିବାରୁ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ମିଛରେ ଫାଶୀରେ ଝୁଲିବାର ଦୃଶ୍ୟକୁ କଏଦ କରିବା ତାଙ୍କ ପାଇଁ ବୁମେରାଂ ହୋଇଛି।

Reel

ମୋହିନୀ (ଫାଇଲ ଫଟୋ)

Advertisment

ବିପଦଜନକ ରିଲ କରିବା ହେଲା କାଳ। ସୋଶାଲ ମିଡିଆରେ ଚର୍ଚ୍ଚିତ ହେବା ପାଇଁ ମହିଳା କରୁଥିବା ରିଲ ଶେଷରେ ତାଙ୍କ ଜୀବନ ନେଇ ଯାଇଛି। ସେ ରିଲ ପାଇଁ ଭିଡିଓ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶର ବଣ୍ଡା ଜିଲ୍ଲାରୁ ଏପରି ଏକ ଖବର ସାମ୍ନାକୁ ଆସିଛି। ରିଲ ପାଇଁ ଆରମ୍ଭ ହୋଇଥିବା ଭିଡିଓ ଶେଷରେ ସବୁ କିଛି ଉଜାଡ଼ି ଦେଇଛି। ଏହି ଖବର ମହିଳାଙ୍କ ପରିବାର ଓ ପ୍ରିୟଜନଙ୍କୁ ପୂରା ସ୍ତବ୍ଧ କରି ଦେଇଛି। 

Advertisment

ମୃତ ମହିଳା ଜଣଙ୍କ ହେଲେ ୨୭ ବର୍ଷୀୟ ମୋହିନୀ। ସେ ନିଜ ରୁମରେ ଗୋଟିଏ ରିଲ( Instagram Reel ) ଶୁଟିଂ କରୁଥିଲେ। ସେ ଭିଡିଓରେ ଝୁଲିବା ଦୃଶ୍ୟକୁ ସମସ୍ତଙ୍କୁ ଦେଖାଇଉଥିଲେ। ସେ ଗୋଟିଏ କପଡ଼ା ନିଜ ବେକରେ ଘୁଡ଼ାଇବା ପରେ ଫାଶୀ ଦେବା ଭଳି ଗୋଟିଏ ଷ୍ଟୁଲ ଉପରେ ଛିଡ଼ା ହୋଇଥିଲେ। ଏଥିସହ ଏହାକୁ ମୋବାଇଲ ଫୋନରେ ରେକର୍ଡ କରୁଥିଲେ।

ହେଲେ ଏପରି ବିପଦଜନକ ଶୁଟିଂ ହଠାତ ଭୟଙ୍କର ରୂପ ନେଇଥିଲେ। ଷ୍ଟୁଲରୁ ତାଙ୍କ ଗୋଡ଼ ଖସିଯିବାରୁ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ମିଛରେ ଫାଶୀରେ ଝୁଲିବାର ଦୃଶ୍ୟକୁ କଏଦ କରିବା ତାଙ୍କ ପାଇଁ ବୁମେରାଂ ହୋଇଛି। ସେ ସତକୁ ସତ ଝୁଲି ପଡ଼ି ପ୍ରାଣ ହରାଇଛନ୍ତି। ମାତ୍ର କିଛି ସେକେଣ୍ଡ ମଧ୍ୟରେ ମୋହିନୀଙ୍କ ମୃତ୍ୟୁ ହୋଇ ଯାଇଥିଲା। 

Advertisment

ତେବେ ବେଶ କିଛି ଘଣ୍ଟା ଧରି ଏହି ଖବର କାହାକୁ ଜଣା ନଥିଲା। ଘଟଣା ଘଟିବାର କିଛି ଘଣ୍ଟା ପରେ ତାଙ୍କ ୪ ବର୍ଷର ଝିଅ ରୁମରେ ପ୍ରବେଶ କରିଥିଲେ। ସେ ମା’କୁ ଝୁଲନ୍ତା ଅବସ୍ଥାରେ ଦେଖି ଚିତ୍କାର କରିବାରୁ ପଡ଼ୋଶୀ ଓ ଅନ୍ୟମାନେ ସେଠାରେ ପହଞ୍ଚିଥିଲେ।

ଖବର ପାଇ ପୁଲିସ୍‌ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଟିମ ଝୁଲନ୍ତା ମୃତଦେହକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ମୋହିନୀ ରିଲ ଶୁଟିଂ କରୁଥିବା ବେଳେ ଭୁଲବଶତଃ ଝୁଲି ପଡ଼ିବାରୁ ତାଙ୍କ ଜୀବନ ଯାଇଥିବା ସ୍ପଷ୍ଟ ହୋଇଛି। 

Instagram Reel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe