Advertisment

ବିଜେପି ଜିତିଥିବା କେରଳ ସିଟ୍‌ରୁ ଆସିଲା ଭୋଟ ଜାଲିଆତିର ସାଂଘାତିକ ଅଭିଯୋଗ

କେରଳର ଥ୍ରୀସୁରରେ ରହୁଥିବା ଜଣେ ମହିଳା ସାଂଘାତିକ ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଠିକଣାରେ ୯ ଜଣ ନକଲି ଭୋଟରଙ୍କ ନାଁ ପଞ୍ଜିକୃତ ହୋଇଥିବା ସେ ଅଭିଯୋଗ କରିଛନ୍ତି।

BJP

BJP

Advertisment

ଭୋଟ ଚୋରି ଅଭିଯୋଗକୁ ନେଇ ନିର୍ବାଚନ କମିଶନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କର୍ଣ୍ଣାଟକାର ମହାଦେବପୁରା ବିଧାନସଭା ଆସନରେ ଭୋଟି ଚୋରି ହୋଇଥିବା କଂଗ୍ରେସ କାଗଜପତ୍ର ଦେଖାଇ ଅଭିଯୋଗ କରିଛି। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ କେରଳରୁ ସମାନ ଅଭିଯୋଗ ଆସିଛି।

Advertisment

କେରଳର ଥ୍ରୀସୁରରେ ରହୁଥିବା ଜଣେ ମହିଳା ସାଂଘାତିକ ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଠିକଣାରେ ୯ ଜଣ ନକଲି ଭୋଟରଙ୍କ ନାଁ ପଞ୍ଜିକୃତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଜାଣତରେ ଏପରି କରାଯାଇଥିବା ସେ କହିବା ପରେ ହଇଚଇ ସୃଷ୍ଟି ହୋଇଛି।

ଥ୍ରୀସୁର କେରଳର ଏକମାତ୍ର ଲୋକସଭା ଆସନ ଯେଉଁ ଠାରେ ବିଜେପି ୨୦୨୪ରେ ଜିତିଥିଲା। ଏବେ ସେହି ଥ୍ରୀସୁରରୁ ନକଲି ଭୋଟର୍‌ ପଞ୍ଜୀକରଣ ଅଭିଯୋଗ ଆସିଛି। ଭୋଟର ଅନିୟମିତତା ପୋନକୁନ୍ନାମରେ ଥିବା କ୍ୟାପିଟାଲ ଭିଲେଜ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୪ସିରୁ ଆସିଛି। ଏହାର ମାଲିକ ପ୍ରସନ୍ନା ଘରର ଏକମାତ୍ର ସଦସ୍ୟ ଯିଏ ଥ୍ରୀସୁରରେ ଭୋଟ ଦେଇଛନ୍ତି। ହେଲେ ତାଙ୍କ ଠିକଣାରେ ଆଉ ୯ ଜଣ ଭୋଟରଙ୍କ ନାଁ ପଞ୍ଜିକୃତ ହୋଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ପ୍ରସନ୍ନାଙ୍କ କହିବା କଥା ଯେ ତାଙ୍କ ପରିବାରେ ୪ ଜଣ ପ୍ରାପ୍ତ ବୟସ୍କ ଓ ୨ ଜଣ ଛୋଟ ପିଲା ରହିଛନ୍ତି। ତାଙ୍କୁ ଛାଡ଼ି ଦେଲେ ପରିବାରର ବାକି ପ୍ରାପ୍ତ ବୟସ୍କ ପୋଚିନିପଡାମ ସ୍ଥିତି ପୈତୃକ ଗାଁରେ ଭୋଟ ଦିଅନ୍ତି। ସେମାନଙ୍କ ନାଁ ଗାଁର ଭୋଟର ତାଲିକାରେ ରହିଛି। କିନ୍ତୁ ତାଙ୍କ ଠିକଣାରେ ଅତିରିକ୍ତ ଭାବେ ୯ ଜଣ ନାଁ ଭୋଟର ତାଲିକାରେ ପଞ୍ଜିକୃତ ହୋଇଥିବା ପ୍ରସନ୍ନା ଏବେ ଜାଣିବାକୁ ପାଇଛନ୍ତି। 

ସେ କହିଛନ୍ତି, “ଆମେ ସେମାନଙ୍କୁ ଜାଣି ନାହୁଁ। ଆମେ ଏଠାରେ ୪ ବର୍ଷ ହେଲା ରହୁଛୁ। ଆମ ସହମତି ବିନା ଆମ ଠିକଣାରେ କାହା ନାଁକୁ ପଞ୍ଜୀକରଣ କରିବା ଠିକ ନୁହେଁ। ଆମ ଠିକଣାରେ ନକଲି ଭୋଟର ପଞ୍ଜିକୃତ ହୋଇଥିବା ଜଣାପଡ଼ିବା ପରେ ଆମେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛୁ।”

ପୋନକୁନ୍ନାମର ଅନ୍ୟ ଫ୍ଲାଟଗୁଡ଼ିକରେ ମଧ୍ୟ ଏପରି ଭୋଟର ଲିଷ୍ଟରେ ହେରଫେର ହୋଇଥିବା ସିପିଏମ କର୍ମୀମାନେ ଅଭିଯୋଗ କରିଛନ୍ତି। ଖାଲି ପଡ଼ିଥିବା ଫ୍ଲାଟଗୁଡ଼ିକର ଠିକଣାରେ ନକଲି ଭୋଟରଙ୍କୁ ସାମିଲ କରି ଅନ୍ୟ ଜିଲ୍ଲାରୁ ଲୋକଙ୍କୁ ଏଠାକୁ ଅଣା ଯାଇଥିଲା। ଏକଥା ପ୍ରକୃତ ମାଲିକ ଜାଣି ନଥିବା ମଧ୍ୟ ସେମାନେ ଦାବି କରିଛନ୍ତି।

ଏହାପୂର୍ବରୁ ସିପିଏମ ନେତା ତଥା ଥ୍ରୀସୁର ପରାଜିତ ପ୍ରାର୍ଥୀ ଭିଏସ୍‌ ସୁନୀଲ କୁମାର ଭୋଟର ତାଲିକାରେ ଜାଲିଆତି ହୋଇଥିବା ଅଭିଯୋଗ କରିଥିଲେ। ଭୋଟର ପଞ୍ଜିକରଣ ବେଳେ ନିର୍ବାଚନ କମିଶନ ବ୍ୟାପକ ହେରଫେର କରିଥିଲେ। ଗୋଟିଏ ବୁଥରେ ୨୮୦ ଆବେଦନ ଏକାଥରେ ଆସିଥିଲା। ଏଥିରେ ଅନ୍ୟ ଜିଲ୍ଲା ଓ ପ୍ରବାସୀ ଶ୍ରମିକଙ୍କ ନାଁ ରହିଥିଲା ବୋଲି ସେ କହିଥିଲେ। ଏବେ ମହିଳାଙ୍କ ଅଭିଯୋଗ ତାଙ୍କ ଦାବିକୁ ଆହୁରି ବଳ ଯୋଗାଇଛି। 

୨୦୨୪ରେ ଥ୍ରୀସୁରରେ ସୁନୀଲ କୁମାରଙ୍କ ଲଢ଼େଇ ବିଜେପି ସୁରେଶ ଗୋପୀ ଓ ୟୁଡିଏଫର କେ ମୁରଲୀଧରନଙ୍କ ସହ ହୋଇଥିଲା। ଏଠାରେ ସମସ୍ତଙ୍କୁ ଚକିତ କରି ବିଜେପିର ସୁରେଶ ଗୋପୀ ବିଜୟ ହୋଇଥିଲେ।

ଏବେ ସେହି ଆସନରୁ ଭୋଟ ଜାଲିଆତିର ସାଂଘାତିକ ଅଭିଯୋଗ ଆସିଛି। ବିଜେପି ନିର୍ବାଚନ କମିଶନଙ୍କ ଜରିଆରେ ଭୋଟର ତେଲିକାରେ ହେରଫେର କରି ବିଜୟୀ ହୋଇଥିବା ଏବେ ବାମପନ୍ଥୀ ଓ କଂଗ୍ରେସ ପକ୍ଷରୁ ଅଭିଯୋଗ ହେବାରେ ଲାଗିଛି।

Bjp Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe