Advertisment

ବୁଲଡୋଜର ବୁଲିବା ପରେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମା’ ଝିଅ

‘ଆଖି ଆଗରେ ଜଳିଗଲେ ମା’ ଓ ଭଉଣୀ । ମାତ୍ର ମୁଁ କିଛି ପାରିଲିନି।’ ଶିବମ ନାମକ ଯୁବକ ବୁକୁଫଟା କ୍ରନ୍ଦନ କରି ଏପରି କହୁଥିବା ବେଳେ ସାହାଯ୍ୟ ପାଇଁ କିନ୍ତୁ କେହି ଆଗେଇ ଆସିଲେନି। ଶେଷରେ ତାଙ୍କ ଆଖି ଆଗରେ ହିଁ ଜିଅନ୍ତା ଜଳିଗଲେ ମା’ ଭଉଣୀ।

author-image
Niharika Rout
Mother & Daughter

Mother & Daughter

‘ଆଖି ଆଗରେ ଜଳିଗଲେ ମା’ ଓ ଭଉଣୀ । ମାତ୍ର ମୁଁ କିଛି ପାରିଲିନି।’ ଶିବମ ନାମକ ଯୁବକ ବୁକୁଫଟା କ୍ରନ୍ଦନ କରି ଏପରି କହୁଥିବା ବେଳେ ସାହାଯ୍ୟ ପାଇଁ କିନ୍ତୁ କେହି ଆଗେଇ ଆସିଲେନି। ଶେଷରେ ତାଙ୍କ ଆଖି ଆଗରେ ହିଁ ଜିଅନ୍ତା ଜଳିଗଲେ ମା’ ଭଉଣୀ।

Advertisment

ଉତ୍ତରପ୍ରଦେଶର କାନପୁରରେ ଏପରି ହୃଦୟ ବିଦାରକ ଘଟଣା ଘଟିଥିବା ବେଳେ ଏହାର ଏକ ଭିଡିଓ ୟୁପି କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରରେ ଶେଆର କରାଯାଇଛି। ଘଟଣାସ୍ଥଳରେ ମା’ ଝିଅ ଜୀବନ୍ତ ଜଳି ଦଗ୍ଧ ହୋଇଯାଇଥିବା ବେଳେ ସେମାନଙ୍କୁ ରକ୍ଷା କରିବାକୁ ଯାଇ ବାପପୁଅ ଗୁରୁତର ହୋଇଛନ୍ତି।

ଭିଡିଓରେ ଏକ ଘର ଜଳୁଥିବା ଦେଖିବାକୁ ମିଳୁଥିବା ବେଳେ ସେଠାରୁ ୨ ମହିଳାଙ୍କ ଚିତ୍କାର ଶୁଣିବାକୁ ମିଳୁଥିଲା। ଏହି ଘଟଣା ଉତ୍ତରପ୍ରଦେଶର କାନପୁରର ଦେହାତରେ ଘଟିଛି। ରୁରା ଥାନା କ୍ଷେତ୍ରରେ ଥିବା ଏକ ମଡେଲ ଗାଁରେ ପରିବାର ସହ ରୁହନ୍ତି କୃଷ୍ଣ ଗୋପାଳ। ସେ ଗ୍ରାମବାସୀଙ୍କ ଜମି ମାଡ଼ି ବସିଥିବା ଅଭିଯୋଗ ହୋଇଥିଲା। କୃଷ୍ଣଗୋପାଳ ଜମି ମାଡ଼ି ବସିଥିବା ନେଇ ଜାନୁୟାରୀ ମାସରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ରାଜସ୍ୱ ବିଭାଗ, ପୁଲିସ୍‌ ଓ ପ୍ରଶାସନିକ ଟିମ୍‌ ଜୋରଜବରଦସ୍ତି ହଟାଇବାକୁ ସେଠାରେ ପହଞ୍ଚିଥିଲେ।

Advertisment

ଟିମ୍‌ ସେଠାରେ ପହଞ୍ଚିବା ପରେ କୃଷ୍ଣ ଗୋପାଳଙ୍କ ଚାଳିଆ ଉପରେ ବୁଲଡୋଜର ଚଳାଇଥିଲେ। ଏହି ସମୟରେ ଘର ଭିତରେ କୃଷ୍ଣଗୋପାଳଙ୍କ ପତ୍ନୀ ପ୍ରମିଳା ଦିକ୍ଷିତ ଓ ୨୩ ବର୍ଷୀୟା ଝିଅ ନେହା ଥିଲେ। ହଠାତ୍‌ ଘରେ ନିଆଁ ଲାଗିଯିବାରୁ ସେମାନେ ବାହାରକୁ ବାହାରି ପାରି ନ ଥିଲେ।

ଏହା ଦେଇ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ବେଳେ ଅଧିକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଗଲେ। ଉତ୍ତ୍ୟକ୍ତ ଲୋକେ ସେଠାରେ ଉପସ୍ଥିତ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି।

ସମାଜବାଦୀ ପାର୍ଟି ଟ୍ୱିଟ କରି କହିଛି, ମୃତକଙ୍କ ପୁଅ ଚିତ୍କାର କରି ପ୍ରଶାସନିକ ଅଧିକାରୀଙ୍କୁ ଦୋଷୀ ବୋଲି କହୁଛି। ଏପରି ଅଧିକାରୀଙ୍କ ଉପରେ ହତ୍ୟା, ହତ୍ୟା ଯୋଜନା, ବଟି ଆଦାୟ କରିବା, ଧମକାଇବା ଆଦି ସଙ୍ଗୀନ ଦଫାରେ କେବେ ମାମଲା ରୁଜୁ କରି ଜେଲ୍‌ ପଠାଇବେ ସରକାର। ସଫା ଅଧ୍ୟକ୍ଷ ଅଖିଳେଇ ଯାଦବ ବି ନିଜ ଟ୍ୱିଟର ହ୍ୟାଣ୍ଡେଲରରେ ଏହି ଟ୍ୱିଟକୁ ଶେଆର କରିଛନ୍ତି।

ହେଲେ ନିଜ ସଫେଇରେ ଦେହାତର ପୁଲିସ୍‌ ଅଧିକ୍ଷକ କହିଛନ୍ତି, ପୁଲିସ୍‌ ଟିମ୍‌ ସେଠାକୁ ଜବରଦଖଲ ଉଚ୍ଛେଦ କରିବାକୁ ଯାଇଥିଲା। ମାତ୍ର ମା’ ଝିଅ ନିଜକୁ ଘରେ କବାଟ ଦେଇ ନିଆଁ ଲଗାଇ ଦେଇଥିଲେ। ମାମଲାର ଯାଞ୍ଚ ଚାଲିଛି। ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ଘଟଣାରେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରାୟ ୩୦ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Fire Mishap