Advertisment

ରେଷ୍ଟୁରାଣ୍ଟରେ ମିଶ୍ରି ବଦଳରେ ମହିଳା ଖାଇଦେଲେ ଏହି ଜିନିଷ, ଅବସ୍ଥା ଗୁରୁତର

ରେଷ୍ଟୁରାଣ୍ଟ ଗଲେ ସମସ୍ତେ ଭଳିକି ଭଳି ଡିସ୍‌ ଅର୍ଡର କରିଥାନ୍ତି। ନିଜ ମନ ପସନ୍ଦର ସୁଆଦିଆ ଖାଦ୍ୟ ଖାଇବା ପରେ ଫେରିବା ବେଳକୁ ମିଶ୍ରି, ପାନ ମଧୁରି ଖାଇବାକୁ ଭୁଲି ନ ଥାନ୍ତି। ମାତ୍ର ଏହି ମିଶ୍ରି ଜଣେ ମହିଳାଙ୍କ ପାଇଁ କାଳ ହୋଇଛି।

Image

Image

Advertisment

ରେଷ୍ଟୁରାଣ୍ଟ ଗଲେ ସମସ୍ତେ ଭଳିକି ଭଳି ଡିସ୍‌ ଅର୍ଡର କରିଥାନ୍ତି। ନିଜ ମନ ପସନ୍ଦର ସୁଆଦିଆ ଖାଦ୍ୟ ଖାଇବା ପରେ ଫେରିବା ବେଳକୁ ମିଶ୍ରି, ପାନ ମଧୁରି ଖାଇବାକୁ ଭୁଲି ନ ଥାନ୍ତି। ମାତ୍ର ଏହି ମିଶ୍ରି ଜଣେ ମହିଳାଙ୍କ ପାଇଁ କାଳ ହୋଇଛି। କାରଣ ମହିଳାଜଣକ ମିଶ୍ରି ବଦଳରେ ଖାଇଦେଲେ କାଷ୍ଟିକ୍‌ ସୋଡା। ଆଉ ଏବେ ସେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି।

Advertisment

ଗତ ୨୦ ତାରିଖରେ ବିଷ୍ଣୁ ପାଣ୍ଡେ ନାମକ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ସହ ଭୋପାଳର ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ସେଠାରୁ ଖାଇ ସମସ୍ତେ ବାହାରିଥିବା ବେଳେ ବିଷ୍ଣୁଙ୍କ ଭଉଣୀ ରାନୀ ରିସେପ୍ସନରେ ଅଟକିଥିଲେ। ସେଠାରେ ଏକ ପାତ୍ରରେ ମିଶ୍ରି ଓ ପାନମଧୁରୀ ରହିଥିବା ସେ ଦେଖିଥିବା ବେଳେ ତାହାକୁ ଖାଇଥିଲେ।

ଏହାପରେ ହଠାତ୍‌ ତାଙ୍କ ମୁହଁ ଜଳାପୋଡ଼ା କରିବା ଆରମ୍ଭ ହୋଇଥିଲା। ଦେଖୁଦେଖୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ତଦନ୍ତରୁ ଜଣାପଡ଼ିଛି ଯେଉଁ ଡବାରେ ପାନମଧୁରୀ ସହ ମିଶ୍ରି ରଖାଯାଇଥିଲା, ତାହା ପ୍ରକୃତରେ ମିଶ୍ରି ନୁହେଁ। ମିଶ୍ରି ବଦଳରେ ସେଥିରେ କାଷ୍ଟିକ୍‌ ସୋଡ଼ା ଥିଲା। ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଭୁଲ୍‌ ଯୋଗୁ ଏପରି ସାଂଘାତିକ ତ୍ରୁଟି ହୋଇଥିବା ମାଲିକ ସ୍ୱୀକାର କରିଛନ୍ତି।

କାଷ୍ଟିକ୍‌ ସୋଡ଼ା କପଡ଼ା ଧୋଇବା କାମରେ ଲାଗୁଥିବା ବେଳେ ମୁହଁରେ ହୋଇଥିବା ଦାଗ ଦୂର କରିବାକୁ ବି ତାହାର ବ୍ୟବହାର କରାଯାଇଥାଏ। ତେବେ ଏହାକୁ ଖାଇବା ପରେ ଏହାର ସାଂଘାତିକ ପରିଣାମ ଭୋଗୁଛନ୍ତି ମହିଳାଜଣକ ।

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe