Advertisment

୪ ପିଲାଙ୍କୁ ମାରିବା ପରେ ନିଜେ ଝୁଲି ପଡ଼ିଲା ମା’

ଖବର ପାଇ ପୁଲିସ ଘର ଭିତରୁ ୫ ଜଣଙ୍କ ମୃତଦେହ ଜବତ କରିବା ସହ କଲ୍ୟାଣପୁରୀ ଶବାଗାରକୁ ପଠାଇଛି। ଏଫଏସଏଲ ଟିମ ଘଟଣାସ୍ଥଳରୁ ବିଭିନ୍ନ ପ୍ରକାରର ନମୁନା ଓ ପ୍ରମାଣ ସଂଗ୍ରହ କରିଛନ୍ତି।

author-image
Hemant Lenka
Rajasthan

Rajasthan

ଧାନ ରାଖାଯାଉଥିବା ଡ୍ରମ୍ପ ଭିତରେ ଭର୍ତ୍ତି କରି ନିଜର ୪ ପିଲାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ମା’। ପିଲାମାନଙ୍କୁ ମାରିବା ପରେ ସେ ନିଜେ ମଧ୍ୟ ବେକରେ ଦୌଡ଼ି ବାନ୍ଧି ଝୁଲି ପଡ଼ିଛନ୍ତି। ରାଜସ୍ଥାନର ବାରମେର ଅନ୍ତର୍ଗତ ମଣ୍ଡଲି ଷ୍ଟେସନ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି।

Advertisment

ଖବର ପାଇ ପୁଲିସ ଘର ଭିତରୁ ୫ ଜଣଙ୍କ ମୃତଦେହ ଜବତ କରିବା ସହ କଲ୍ୟାଣପୁରୀ ଶବାଗାରକୁ ପଠାଇଛି। ଏଫଏସଏଲ ଟିମ ଘଟଣାସ୍ଥଳରୁ ବିଭିନ୍ନ ପ୍ରକାରର ନମୁନା ଓ ପ୍ରମାଣ ସଂଗ୍ରହ କରିଛନ୍ତି।

ପୁଲିସ୍‌ କହିଛି ଯେ ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ହେଲେ ଜେଠା ରାମଙ୍କ ପତ୍ନୀ ଉର୍ମିଲା। ଶନିବାର ଉର୍ମିଲା ନିଜର ୪ ପିଲାଙ୍କ ସହ ଘରେ ରହିଥିଲେ। ଜେଠ ରାମ କାମ କରିବା ପାଇଁ ଯୋଧପୁର ଯାଇଥିଲେ। ମଧ୍ୟାହ୍ନ ସମୟରେ ଉର୍ମିଲା ପ୍ରଥମେ ନିଜର ୪ ପିଲା ଭାବନା, ବିକ୍ରମ, ବିମଳା ଓ ମନୀଷାଙ୍କୁ ଡ୍ରମ୍ପରେ ଭର୍ତ୍ତି କରି ଏହାକୁ ଲକ କରି ଦେଇଥିଲେ।

Advertisment

ଏହାପରେ ସେ ନିଜେ ମଧ୍ୟ ଘର ଭିତରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ଉର୍ମିଲା ଓ ୪ ପିଲାଙ୍କୁ ସନ୍ଧ୍ୟା ଯାଏ କେହି ଦେଖିବାକୁ ନ ପାଇବାରୁ ପଡ଼ୋଶୀଙ୍କ ସନ୍ଦେହ ବଢ଼ିଥିଲା। ସେମାନେ ଉର୍ମିଲାଙ୍କ ଘରେ ପହଞ୍ଚିବା କ୍ଷଣି ସେ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ଗାଁ ଲୋକମାନେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉର୍ମିଲା ଓ ତାଙ୍କ ୪ ପିଲାଙ୍କ ଶବକୁ ଜବତ କରିଛି।

ପ୍ରାଥମିକ ତଦନ୍ତରୁ ଉର୍ମିଲା ଆତ୍ମହତ୍ୟା କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। କିନ୍ତୁ ତାଙ୍କ ଦାଦା ଦୁର୍ଗାରାମ ହତ୍ୟା ଅଭିଯୋଗ ଆଣିଛନ୍ତି। ଗତ ୫ ବର୍ଷ ହେଲା ଉର୍ମିଲାଙ୍କୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି।

Rajasthan