Advertisment

Murder: ନିଆଁରେ ପୋଡ଼ି ହୋଇ ନୁହେଁ, ମହିଳା LIC ଅଧିକାରୀଙ୍କୁ ହତ୍ୟା କରିଥିଲେ ସହକର୍ମୀ

ମହିଳା ଅଧିକାରୀଙ୍କୁ ତାଙ୍କ ଚ୍ୟାମ୍ବରରେ ନିଆଁ ଲଗାଇ କରାଯାଇଥିଲା ହତ୍ୟା। ପୁଲିସ୍‌ ଘଟଣାର ତଦନ୍ତ କରି ମହିଳାଙ୍କ ଜଣେ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛି। ପୁଲିସ୍‌ ଗିରଫ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ଟି ରାମ।

T-Ram

ଟି ରାମ ଓ କଲ୍ୟାଣୀ (ଫାଇଲ ଫଟୋ)

Advertisment

ମଦୁରାଇର ଜୀବନ ବୀମା କର୍ପୋରେସନ(LIC) ଅଫିସ ବିଲଡିଂରେ ଜଣେ ବରିଷ୍ଠ ମହିଳା ଅଧିକାରୀଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ। ବିଲଡିଂରେ ଅଗ୍ନିକାଣ୍ଡ ଯୋଗୁ ମହିଳା ଅଧିକାରୀଙ୍କ ଗତ ଡିସେମ୍ବର ମାସରେ ମୃତ୍ୟୁ ହୋଇଥିବା ସମସ୍ତେ ଭାବିଥିଲେ। କିନ୍ତୁ ଏବେ ଏହା କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ ନଥିଲା।

Advertisment

ମହିଳା ଅଧିକାରୀଙ୍କୁ ତାଙ୍କ ଚ୍ୟାମ୍ବରରେ ନିଆଁ ଲଗାଇ କରାଯାଇଥିଲା ହତ୍ୟା(Murder)। ପୁଲିସ୍‌ ଘଟଣାର ତଦନ୍ତ କରି ମହିଳାଙ୍କ ଜଣେ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛି। ପୁଲିସ୍‌ ଗିରଫ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ଟି ରାମ। ସେ ପଶ୍ଚିମ ପେରୁମଲ ମୈସ୍ତ୍ରୀ ରାସ୍ତାରେ ଥିବା ଏଲଆଇସି ଅଫିସରେ ସହାୟକ ପ୍ରଶାସନିକ ଅଧିକାରୀ ଭାବେ କାମ କରନ୍ତି।

ସେ ୫୪ ବର୍ଷୀୟ କଲ୍ୟାଣ୍ଡ ନାମ୍ବିକୁ ଜୀବନ୍ତ ପୋଡ଼ି ହତ୍ୟା କରିଥିଲେ। ପ୍ରଥମେ ଏସି ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିବାରୁ କଲ୍ୟାଣୀ ଏଥିରେ ପୋଡ଼ି ହୋଇ ପ୍ରାଣ ହରାଇଥିବା କୁହାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ କଲ୍ୟାଣୀଙ୍କ ଚ୍ୟାମ୍ବରକୁ ରାମ ଯିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ବୀମା କ୍ଲେମ ସେଟେଲମେଣ୍ଟରେ ରାମ ହେରଫେର କରିଥିବାରୁ କଲ୍ୟାଣୀ ଏହାର ପର୍ଦ୍ଦାଫାସ କରିଥିଲେ।

Advertisment

ସେହିପରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ସୁପାରିସ କରିଥିଲେ। ତିରୁନେଲଭେଲିରୁ ବଦଳି ହୋଇ ନିକଟରେ ହିଁ କଲ୍ୟାଣୀ ମଦୁରାଇ ଆସିଥିଲେ। ଏହାପରେ ରାମଙ୍କ ଦୁର୍ନୀତିର ପେଡ଼ିକୁ ସେ ଖୋଲି ଦେଇଥିଲେ। 

ମଦୁରାଇର ମନ୍ଦିର ସହର ସ୍ଥିତ ଏଲଆଇସି ଅଫିସ ଭିତରେ ପୂରା ଘଟଣା ଘଟିଥିଲା। ପ୍ରଥମେ ଅଗ୍ନିକାଣ୍ଡକୁ ଦୁର୍ଘଟଣା ଭାବେ ବିବେଚନା କରାଯାଇଥିଲା। ହେଲେ କଲ୍ୟାଣୀଙ୍କ ପୁଅ ଘଟଣାରେ ସନ୍ଦେହ କରି ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ଘଟଣାର କିଛି ମିନିଟ ପୂର୍ବରୁ କଲ୍ୟାଣୀ ତାଙ୍କ ପୁଅଙ୍କୁ ଫୋନ କରିଥିଲେ। ସେ ବହୁତ ଚିନ୍ତାରେ ଥିବା କହିବା ସହ ପୁଲିସକୁ ଖବର ଦେବାକୁ କହିଥିଲେ। ପୁଅ ଏହା ଶୁଣି ବ୍ୟସ୍ତ ହେଉଥିବା ବେଳେ ଅଗ୍ନିକାଣ୍ଡରେ କଲ୍ୟାଣୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। 

ଏହି ସନ୍ଦେହକୁ ଆହୁରି ଘନୀଭୂତ କରିଥିଲା ଗୋଟିଏ ଘଟଣା। ଅଫିସ ସମୟରେ କଲ୍ୟାଣୀଙ୍କ ଚ୍ୟାମ୍ବର ସବୁବେଳେ ଖୋଲା ରହୁଥିଲା। ହେଲେ ଘଟଣା ଦିନ ଚ୍ୟାମ୍ବରକୁ ବାହାରକୁ ଗୋଟିଏ ଚେନ ଦ୍ୱାରା ଲକ କରିଦିଆଯାଇଥିଲା। ସେହିପରି ଅଭିଯୁକ୍ତ ରାମ ହାତରେ ଛୋଟ ଧରଣର ପୋଡ଼ା ଦାଗ ରହିଥିଲା। ସେ ଏହାକୁ ଦର୍ଘଟଣା ଜନିତ କହିଥିଲେ ହେଁ ଏବେ ପ୍ରକୃତ ସତ ସାମ୍ନାକୁ ଆସିଛି। 

ଜେରା ବେଳେ ଟି ରାମ ନିଜର ବୟାନକୁ ବାରମ୍ବାର ବଦଳାଇବାରୁ ପୁଲିସ୍‌ର ସନ୍ଦେହ ତାଙ୍କ ଉପରେ ବଢ଼ିଥିଲା। ଶେଷରେ ପୁଲିସ୍‌ ଚାପ ପକାଇ ଜେରା କରିବାରୁ ସେ ସବୁ ସତ ମାନି ଯାଇଛନ୍ତି। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe