Advertisment

Murder: ଆଖି ସାମ୍ନାରେ ପତ୍ନୀଙ୍କ ଗଳା କାଟିଲା ଯୁବକ, କିଛି କରିପାରିଲେନି ଅସହାୟ ସ୍ୱାମୀ

ଯୁବକ ଜଣକ ମହିଳାଙ୍କୁ ଆକ୍ରମଣ କରିବା ସହ ତଣ୍ଟି କାଟି ହତ୍ୟା କରୁଥିବା ବେଳେ ସବୁ କିଛି ତାଙ୍କ ସ୍ୱାମୀ ଦେଖୁଥିଲେ। ମହିଳାଙ୍କ ପାଖରେ ହିଁ ସେ ରହିଥିଲେ। କିନ୍ତୁ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିବାରୁ ହଲଚଲ ହୋଇ ପାରି ନଥିଲେ।

author-image
Hemant Lenka
Murder

ଶୋଭା ଓ ଶିବ କୁମାର

ଘରେ ଭିତରେ ପଶି ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ଗଳା କାଟି କରାଯାଇଛି ହତ୍ୟା। ଜଣେ ଯୁବକ ମହିଳାଙ୍କ ବେଙ୍ଗାଲୁରୁ ସ୍ଥିତ ନେଲମଙ୍ଗଲା ସ୍ଥିତ ଘରେ ପଶି ତାଙ୍କୁ ହତ୍ୟା(Murder) କରିଛି। ଯୁବକ ଜଣକ ମହିଳାଙ୍କୁ ଆକ୍ରମଣ କରିବା ସହ ତଣ୍ଟି କାଟି ହତ୍ୟା କରୁଥିବା ବେଳେ ସବୁ କିଛି ତାଙ୍କ ସ୍ୱାମୀ ଦେଖୁଥିଲେ।

Advertisment

ମହିଳାଙ୍କ ପାଖରେ ହିଁ ସେ ରହିଥିଲେ। କିନ୍ତୁ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିବାରୁ ହଲଚଲ ହୋଇ ପାରି ନଥିଲେ। ସବୁ ଦେଖି ବି ସେ କିଛି କରିପାରି ନଥିଲେ। ତାଙ୍କ ଆଖି ସାମ୍ନାରେ ହିଁ ଯୁବକ ଜଣଙ୍କ ପତ୍ନୀଙ୍କୁ ମାରିବା ସହ ସୁନା ଅଳଙ୍କାର ଲୁଟି ନେଇଥିଲା।

ପୁଲିସ୍‌ର କହିବା କଥା ଯେ ୭୦ ବର୍ଷୀୟ ଶୋଭା ନିଜ ସ୍ୱାମୀ ରଙ୍ଗନାଥଙ୍କ ସହ ହୀରାପୁର ଅଞ୍ଚଳରେ ଥିବା କୋଟେ ବେଡିରେ ରହୁଥିଲେ। ଏହି ଦମ୍ପତିଙ୍କର କୌଣସି ପିଲା ନଥିବାରୁ ସେମାନେ ଏକାକୀ ରୁହନ୍ତି। ଦୀର୍ଘ ୧୫ ବର୍ଷ ହେଲା ରଙ୍ଗନାଥ ପକ୍ଷାଘାତରେ ଆକ୍ରାନ୍ତ ଓ ସେ ବେଡରେ ହିଁ ସବୁବେଳେ ପଡ଼ି ରୁହନ୍ତି।

Advertisment

ହତ୍ୟାକାଣ୍ଡ ଘର ଭିତରେ ଘଟିଥିଲେ ହେଁ ଏକଥା କାହାକୁ ଜଣାନଥିଲା। ସକାଳ ସମୟରେ ରଙ୍ଗନାଥଙ୍କ ଫିଜିଓଥେରାପୀ ପାଇଁ ଆସିଥିବା ଡାକ୍ତର ସେମାନଙ୍କ ଘରେ ପହଞ୍ଚିଥିଲେ। ସେ କବାଟ ଖୋଲିବା ମାତ୍ରେ ପୂରା ଚକିତ ହୋଇ ଯାଇଥିଲେ। କାରଣ ରୁମର ବେଡରେ ଶୋଭାଙ୍କ ତଣ୍ଟି କଟା ରକ୍ତାକ୍ତ ମୃତଦେହ ପଡ଼ିଥିବା ବେଳେ ରଙ୍ଗନାଥ ତାଙ୍କ ପାଖରେ ସେମିତି ପଡ଼ି ରହିଛନ୍ତି। ପୂରା ରୁମ ରକ୍ତରେ ଭର୍ତ୍ତି ହୋଇଯାଇଛି। ରଙ୍ଗନାଥ କେବଳ ଜୁଳୁଜୁଳୁ ହୋଇ ଚାହିଁ ରହିଛନ୍ତି। 

ଫିଜିଓଙ୍କ ଠାରୁ ଖବର ପାଇବା ପରେ ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାପରେ ଘଟଣାର ତଦନ୍ତ କରି ଶିବକୁମାର ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ପୁଲିସ୍‌ର କହିବା କଥା ଯେ ଶିବକୁମାର ରାତି ପ୍ରାୟ ୧.୦୩ରେ ଘରେ ପ୍ରବେଶ କରିଥିଲା। ଏହାପରେ ସେ ଶୋଭାଙ୍କ ତଣ୍ଟିକୁ ତାଙ୍କ ପକ୍ଷାଘାତ ସ୍ୱାମୀଙ୍କ ଆଗରେ କାଟି ଦେଇଥିଲା। 

ଶୋଭା ହେଉଛନ୍ତି ଜଣେ ଅଳଙ୍କାରୀ ବ୍ୟବସାୟୀଙ୍କ ଝିଅ। ସବୁବେଳେ ସେ ସୁନା ଅଳଙ୍କାର ପିନ୍ଧନ୍ତି। ତେଣୁ ଲୁଟ ପାଇଁ ଶିବ କୁମାର ଏତେ ବଡ଼ କାଣ୍ଡ ଘଟାଇଥିଲା। ଶୋଭାଙ୍କୁ ମାରିବା ପରେ ଶିବକୁମାର ଘରେ ନଗଦ ଟଙ୍କା ଖୋଜିଥିଲା। ହେଲେ ତା’କୁ କିଛି ବି ମିଳି ନଥିଲା। ଶେଷରେ ସେ ଶୋଭା ପିନ୍ଧିଥିବା ସୁନା ଚେନ, ଚୁଡ଼ି ଓ ଅନ୍ୟ ସୁନା ଅଳଙ୍କାର ଖୋଲି ନେଇ ଯାଇଥିଲା। ସେ ପ୍ରାୟ ୬୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରିଥିଲା।

ତେବେ ଶିବକୁମାର ଉକ୍ତ ଅଞ୍ଚଳରୁ ଫେରାର ହେବା ସମୟରେ ତା’ର ଛବି ସେଠାରେ ଲାଗିଥିବା ସିସିଟିଭିରେ ଏକଦ ହୋଇ ଯାଇଥିଲା। ସେ ଯେଉଁ ବାଇକରେ ଫେରାର ହୋଇଥିଲା, ତା’ର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା।

ବାଇକ ନମ୍ବର ଆଧାରରେ ପୁଲିସ୍‌ ଯାଞ୍ଚ କରି ଶିବ କୁମାରକୁ ଗିରଫ କରିଛି। ତା’ ଠାରୁ ହତ୍ୟାରେ ବ୍ୟବହୃତ ଛୁରୀ ସହ ଲୁଟ ହୋଇଥିବା ସୁନା ଅଳଙ୍କାର ପୁଲିସ ଜବତ କରିଛି। 

Murder