Advertisment

ପଲିଥିନ ଭିତରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଛି।

Delhi Police

Delhi Police

Advertisment

ରାଜଧାନୀରେ ଚାଞ୍ଚଲ୍ୟ। ପଲିଥିନ୍ ଭିତରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ଦିଲ୍ଲୀର ସରାୟ କାଲେ ଖାଁ ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ମିଳିଛି। ତାଙ୍କ ପରିଚୟ ମିଳିନଥିବା ବଳେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଛି। 

Advertisment

ସୂଚନା ମୁତାବକ, ସରାୟ କାଲେ ଖାଁ ଅଞ୍ଚଳର ବସ୍‌ଷ୍ଟାଣ୍ଡ ସ୍ଥିତ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ କେହି ପଲିଥିନରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ। ଦୁର୍ଗନ୍ଧ ହେବା ପରେ ଏନେଇ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପୁଲିସ ପହଞ୍ଚି ପଲିଥିନ ଖୋଲିବା ପରେ ଭିତରୁ ମହିଳାଙ୍କ ମୃତଦେହ ମିଳିଥିଲା।

ଏକ ଧଳା ରଙ୍ଗର ପଲିଥିନରୁ ମହିଳାଙ୍କ ମୁଣ୍ଡ, ନିତମ୍ବର ଅଂଶ, ଡେଣା ଓ ଏକ ହାତର ପଞ୍ଝା ମଳିଥିବା ପୁଲିସ ସୂଚନା ଦେଇଛି। ତେବେ ମୃତ ମହିଳା ଜଣକ କିଏ ଏନେଇ କିଛି ପରିଚୟ ମିଳିନାହିଁ। ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। 

Advertisment

ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛି। ଏହି ମର୍ଡର ମିଷ୍ଟ୍ରିକୁ ସମାଧାନ କରିବା ପାଇଁ ଦିଲ୍ଲୀ ପୁଲିସ ଓ କ୍ରାଇମବ୍ରାଞ୍ଚ ଲାଗିପଡିଛନ୍ତି। 

Delhi Police Deadbody Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe