Woman body recovered from drum
ଡ୍ରମ ଭିତରୁ ମିଳିଲା ମହିଳାଙ୍କ ମୃତଦେହ। ରେଲୱେ ଷ୍ଟେସନରେ ଥୁଆ ହୋଇଥିବା ଏକ ଡ୍ରମରୁ ମହିଳାଙ୍କ ମୃତଦେହ ମିଳିବା ପରେ ଚାରିଆଡେ ଆତଙ୍କ ଖେଳିଯାଇଛି। ବେଙ୍ଗାଲୁରୁର ଏସ୍ ଏମ୍ ବିଶ୍ୱେଶରାୟ ଟର୍ମିନାଲରେ ଏଭଳି କିଛି ଘଟଣା ଘଟିଛି।
ଏଠାକାର ଏସ୍ ଏମ୍ ବିଶ୍ୱେଶରାୟ ଟର୍ମିନାଲର ମୁଖ୍ୟ ଫାଟକ ନିକଟରେ ଥିବା ଏକ ପ୍ଲାଷ୍ଟିକ ଡ୍ରମ ଭିତରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ବୟସ ୩୨ରୁ ୩୫ ମଧ୍ୟରେ ହେବ। ଏପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରି ନାହିଁ। ମହିଳାଙ୍କୁ କେହି ହତ୍ୟା କରି ଏଠାରେ ରଖିଥିବା ସନ୍ଦେହ କରାଯାଉଛି। ଏନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି ବୋଲି କର୍ଣ୍ଣାଟକର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ ଅପରାଧୀ ଅଟୋ ରିକ୍ସାରେ ମୃତଦେହକୁ ଡ୍ରମ ଭିତରେ ପୂରାଇ ଆଣିଥିଲେ ଏବଂ ରେଲୱେ ଷ୍ଟେସନରେ ଛାଡି ଫେରାର ହୋଇଯାଇଥିଲେ। ପୁଲିସ ଏବେ ସେହି ଲୋକଙ୍କୁ ଖୋଜିବାରେ ଲାଗିଛି। ଯେଉଁ ଅଟୋରିକ୍ସାରେ ଅପରାଧୀମାନେ ଆସିଥିଲେ ସେହି ଅଟୋକୁ ମଧ୍ୟ ଖୋଜୁଛି ପୁଲିସ।
ଗତବର୍ଷ ମଧ୍ୟ ବେଙ୍ଗାଲୁରରେ ଏପରି ଏକ ସମାନ ଘଟଣା ଘଟିଥିଲା। ଡିସେମ୍ବର ମାସର ଦ୍ୱିତୀୟ ସପ୍ତାହରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସାର୍ ଏମ୍ ବିଶ୍ୱେଶରାୟ ଠାରେ ଏକ ଯାତ୍ରୀବାହୀ ଟ୍ରେନ୍ର କୋଚ୍ରୁ ମିଳିଥିଲା। ଯାତ୍ରୀମାନେ ଟ୍ରେନ୍ ମଧ୍ୟରେ ପଚା ଗନ୍ଧ ହେଉଥିବା ଅଭିଯୋଗ ଆଣିବା ପରେ ବହୁ ଖୋଜାଖୋଜି ହୋଇଥିଲା। ଶେଷରେ ଯାଇ ଏକ ହଳଦିଆ ଜରି ବସ୍ତାରୁ ପଚି ଯାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1678772060.jpg)