Advertisment

ଅନଲାଇନ୍‌ରେ ନିର୍ଯାତନା ଦେଉଥିଲା ପୂର୍ବ ପ୍ରେମିକ, ଜୀବନ ହାରିଲେ ଯୁବତୀ

ବ୍ରେକ୍‌ ଅପ୍‌ ପରେ ବି ପିଛା ଛାଡ଼ିଲେନି ପୂର୍ବତନ ପ୍ରେମିକ । ପୂର୍ବ ପ୍ରେମୀ ଦ୍ୱାରା ଅନଲାଇନ୍‌ ନିର୍ଯାତନାର ଶିକାର ହୋଇ ଜୀବନ ହାରିଦେଲେ ଯୁବତୀ।

author-image
Niharika Rout
Suicide

Suicide

ବ୍ରେକ୍‌ ଅପ୍‌ ପରେ ବି ପିଛା ଛାଡ଼ିଲେନି ପୂର୍ବତନ ପ୍ରେମିକ । ଦେଖା ସାକ୍ଷାତ ହୋଇ ନ ପାରିବାରୁ ଅନଲାଇନ୍‌ରେ ଦେଲେ ମାନସିକ ନିର୍ଯାତନା। ଫଳରେ ପୂର୍ବ ପ୍ରେମୀ ଦ୍ୱାରା ଅନଲାଇନ୍‌ ନିର୍ଯାତନାର ଶିକାର ହୋଇ ଜୀବନ ହାରିଦେଲେ ଯୁବତୀ। ଏପରି ଏକ ଅଭାବନୀୟ ଘଟଣା କେରଳର କୋଟ୍ଟାୟମ ଜିଲ୍ଲାର ମଞ୍ଜୁର ଗାଁରେ ଘଟିଛି।

Advertisment

ଗତ ସୋମବାର ଯୁବତୀଜଣକ ନିଜ ଘରେ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ପରିବାର ଲୋକେ ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତା ଯୁବତୀଜଣକ ୨୬ ବର୍ଷୀୟା ଅଥିରା ବୋଲି ଜଣାଯାଇଛି।

ନିଜ ପୂର୍ବ ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଅଥିରାଙ୍କ ପରିବାର ଲୋକେ ତାଙ୍କର ଅନ୍ୟତ୍ର ବିବାହ କରିବାକୁ ପ୍ରସ୍ତୁତ ହେଉଥିଲେ। ହେଲେ ଏହାକୁ ସହଜେ ଗ୍ରହଣ କରି ପାରି ନ ଥିଲେ ତାଙ୍କ ପୂର୍ବତନ ପ୍ରେମିକ । ଫଳରେ ସେ ତାଙ୍କୁ ଅନଲାଇନ୍‌ରେ ହଇରାଣ କରିବାକୁ ଲାଗିଲେ।

Advertisment

ଯୁବକଜଣକ ହ୍ୱାଟ୍ସଆପ୍‌ରେ ଉଭୟଙ୍କ ମଧ୍ୟରେ ହୋଇଥିବା ବ୍ୟକ୍ତିଗତ ବାର୍ତ୍ତାଳପର ଫଟୋ  ଭାଇରାଲ କରି ଦେଇଥିଲେ। ଏଥି ସହ ଉଭୟଙ୍କ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ପଡ଼ିଥିବା ଅଥିରା ସବୁବେଳେ ମାନସିକ ଚାପରେ ରହୁଥିବା ବେଳେ ଗତ ସୋମବାର ନିଜ ଜୀବନ ହାରିଛନ୍ତି।

ଅଥିରାଙ୍କ ଭିଣୋଇ ମଣିପୁର ସବ୍‌-କଲେକ୍ଟର ଥିବା ବେଳେ ଅନଲାଇନ୍‌ ଉତ୍ପୀଡ଼ନର ଶିକାର ହୋଇ ତାଙ୍କ ଶାଳୀ ଜୀବନ ହାରିଥିବା କହିଛନ୍ତି। ଏଥିସହ ସେ କହିଛନ୍ତି, ଏହି ଘଟଣା ସମ୍ପର୍କରେ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲା। ମାତ୍ର ଯୁବକଜଣକ କେଉଁଆଡ଼େ ଫେରାର ହୋଇ ଯାଇଥିବାରୁ ପୁଲିସ୍‌ ତାଙ୍କୁ ଗିରଫ କରି ପାରି ନ ଥିଲା। ହେଲେ ସେ ଅନଲାଇନ୍‌ରେ ମାନସିକ ନିର୍ଯାତନା ଦେଇ ଚାଲିଥିଲା, ଯାହାର ପରିଣାମ ସ୍ୱରୂପ ଅଥିରା ନିଜ ଜୀବନ ହାରିଛି। 

Suicide Kerala Betrayal In Love