Advertisment

ମହିଳା ସବ୍‌-ଇନ୍ସପେକ୍ଟରଙ୍କୁ ତୀରମାଡ଼, ମୁହଁରେ ପଶିଗଲା

ଜମି ବିବାଦକୁ ନେଇ ଉତ୍ପନ୍ନ ହୋଇଥିବା ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ୍ ଟିମ୍ ଯାଇଥିବା ବେଳେ ସେମାନଙ୍କ ଉପରେ ହୋଇଥିଲା ଆକ୍ରମଣ।

ଅଦ୍ୟତନ ହୋଇଛି
Police Officer

Police Officer

Advertisment

ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଯିବା ପରେ ଉପୁଜିଥିବା ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପହଞ୍ଚିଥିବା ପୁଲିସ ଉପରେ ଆକ୍ରମଣ। ଲୋକଙ୍କ ତୀରମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଜଣେ ମହିଳା ସବ୍‌-ଇନ୍ସପେକ୍ଟର। ତାଙ୍କ ନାଁ ନୁସରତ ପରବୀନ। ତାଙ୍କ ମୁହଁରେ ତୀର ପଶିଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ବିହାରର ଅରରିୟା ଜିଲ୍ଲାର ମହଲଗାଁଓ ଥାନା ପୋଖରିୟା ଗାଁରେ।

Advertisment

ଅରରିୟା ପୁଲିସ କହିଛି, ଆଜି ଭୋର ପ୍ରାୟ ୩ଟା ବେଳେ ଜମିକୁ ନେଇ ପୋଖରିୟା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଗୋଟିଏ ଗୋଷ୍ଠୀ ପକ୍ଷରୁ ପ୍ରାୟ ୨୦୦ ଲୋକ ଏକତ୍ରିତ ହୋଇ ଉକ୍ତ ଜମିରେ ବାଉଁଶ ପୋତିବା ଆରମ୍ଭ କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ମହଲଗାଁଓ ଥାନା ଅଧିକାରୀ ଫୋର୍ସ ଧରି ସେଠାରେ ପହଞ୍ଚିଥିଲେ। ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଥିବା ବେଳେ ସେଠାରେ ଉପସ୍ଥିତ କିଛି ଅସାମାଜିକ ତତ୍ତ୍ୱ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପୂର୍ଣ୍ଣିୟା ସ୍ଥିତ ମ୍ୟାକ୍ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏହା ସହିତ ଘଟଣାସ୍ଥଳରେ ଅତିରିକ୍ତ ପୁଲିସ ବଳକୁ ନିଯୁକ୍ତ କରାଯାଇଛି। ଘଟଣାସ୍ଥଳରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ଏହି ଘଟଣା ନେଇ ମହଲଗାଁଓ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପଦକ୍ଷେପ ନିଆଯାଉଥିବା ପୁଲିସ ପକ୍ଷରୁ କୁହାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe